ସୌମେନ୍ ଅଗରବତୀର ଗ୍ରାହକ ସମ୍ମିଳନୀ

ସୌମେନ୍ ଅଗରବତୀର ଗ୍ରାହକ ସମ୍ମିଳନୀ

ସୌମେନ୍ ଅଗରବତୀର ଗ୍ରାହକ ସମ୍ମିଳନୀ 

*ସୌମେନ ଅଗରବତୀର ଘୋଷଣା ହେଲା ଦମଦାର ଅଫର 

*Led TV, home theater, induction chulha ସହ ଦିଆଯିବ 30 ଉପହାର୍ 

ଭୁବନେଶ୍ବର (11/08/2024): ଓଡ଼ିଶାରେ ଇତିହାସ ରଚିଲା ସୌମେନ୍ ଅଗରବତୀ। ନିଜ ଗ୍ରାହକଙ୍କୁ ନେଇ ନିଆରା ଢଙ୍ଗରେ ପାଳନ କଲା ଗ୍ରାହକ ସମ୍ମିଳନୀ । ରାଜ୍ୟର ସମସ୍ତ ଜିଲ୍ଲାରୁ ପାଖାପାଖି 100ରୁ ଉର୍ଦ୍ଧ ଗ୍ରାହକ ଏକାଠି ହୋଇ ଭାବର ଆଦାନ ପ୍ରଦାନ କରିଛନ୍ତି। ଅନେକ ଧୂପ ପ୍ରସ୍ଥୁତ ସଂସ୍ଥା ଥିଲେ ସୁଦ୍ଧା ଏପରି ସଂଯୋଜ ଆଜିଯାଏ ଦେଖିବାକୁ ମିଳିନଥିଲା। ଏହା ରାଜ୍ୟରେ ଇତିହାସ୍ ସୃଷ୍ଠି କରିଥିବା କଥା ଗ୍ରାହକ ମୁହଁରେ ଥିଲା। ଏହି ଉପଲକ୍ଷେ ଏକ ବଡ ଘୋଷଣା ମଧ୍ୟ କରିଛି କମ୍ପାନୀ। ଆଗାମୀ ବର୍ଷରେ ବ୍ୟବସାୟ ରେ ସହଯୋଗ କରୁଥିବା ଗ୍ରାହକଙ୍କୁ କମ୍ପାନୀ ପକ୍ଷରୁ ପ୍ରଦାନ କରାଯିବ ଆକର୍ଷଣୀୟ ଅଫର। ପ୍ରଥମ ପୁରସ୍କାର led TV ଥିବା ବେଳେ ଦ୍ଵିତୀୟ ପୁରସ୍କାର Home theater ରହିଛି ସେହିପରି ତୃତୀୟ ପୁରସ୍କାର induction chulha ରହିଚି । ଏହା ସହ ଅନ୍ୟ 30 ଜଣ ଗ୍ରାହକଙ୍କୁ କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଉପହାର ଦିଆଯିବ। 

ସୌମେନ୍ ଅଗରବତୀ 2006 ମସିହାରୁ ନିଜ ଯାତ୍ରା ଆରମ୍ଭ କରିଥିଲା। ନିଜେ ବ୍ୟବସାୟ କରି ଆଗକୁ ବଢିବା ସହ ଲୋକଙ୍କୁ ରୋଜଗାର କ୍ଷମ କରିବାକୁ ପ୍ରୟାସ ଆରମ୍ଭ କରିଥିଲା କମ୍ପାନୀ। ଏଥିପାଇଁ ପ୍ରଥମେ ଧୂପ ମେସିନ୍ ଲୋକଙ୍କୁ ବିକ୍ରିକରି ତାଙ୍କ ଦ୍ଵାରା ପ୍ରସ୍ଥୁତ ଧୂପ କୁ ନିଜେ କିଣିଥିଲା ମଧ୍ୟ। ଆରମ୍ଭରୁ 2 ଟି ମେସିନ୍ ଓ ଦୁଇଟି ସ୍ଥାନରୁ ଆରମ୍ଭ ହେଇଥିବା ଏହି ସଂସ୍ଥା ଧୀରେ ଧୀରେ ନିଜର ପରିସୀମା ବଢାଇବା ଆରମ୍ଭ କରିଥିଲା। 18 ବର୍ଷ ମଧ୍ୟରେ ରାଜ୍ୟର ପ୍ରତି ଜିଲ୍ଲା ଓ ବ୍ଲକ ରେ ପହଂଚି ପାରିଛି ସୌମେନ୍ ଅଗରବତୀ। ପାଖାପାଖି 1000 ରୁ ଉର୍ଦ୍ଧ ପରିବାରରେ ରୋଜଗାର ଯୋଗାଇ ହସ ଖେଳିବାରେ ସକ୍ଷମ ହେଇଛି ସଂସ୍ଥା। ଏପରିସ୍ଥଳେ ଅନେକ ଲୋକ ଧୂପ କମ୍ପାନୀ ନାମରେ ଅନେକ୍ ଅଭିଯୋଗ ମଧ୍ୟ ଆଣିଥାନ୍ତି। ମାତ୍ର ଆଜିଯାଏ ସମସ୍ତ ବାଧାବିଘ୍ନ କୁ ସାମ୍ନା କରି ଆଗକୁ ବଢ଼ି ଚାଲିଛି କମ୍ପାନୀ। ଆଗକୁ ନୂଆ ଯୋଜନା ସମେତ କିଛି ନୂଆ ଅନୁଭୂତି ସାଉଁଟିବା ପାଇଁ ପ୍ରସ୍ତୁତି ଉପଲକ୍ଷେ ଆଜିର ବନ୍ଧୁ ମିଳନ ହୋଇଥିଲା। ଗ୍ରାହକ ମାନେ କମ୍ପାନୀ ଓ ନିଜ ଉନ୍ନତି ପାଇଁ ଆଗାମୀ ଦିନରେ କଣ କଣ କରାଯିବ ସେନେଇ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ସିନେ ଜଗତର ହାସ୍ୟ ଅଭିନେତା ହରିହର ମହାପାତ୍ର ଉପସ୍ଥିତ ହୋଇ ସ୍ପେଶିଆଲ ଅଫର ଘୋଷଣା କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମଚାରୀ ସନ୍ତୋଷୀ ସିଂ, ଦୀପାଞ୍ଜାଳି ଜେନା, ସ୍ମୃତି ପ୍ରଜ୍ଞାଂ ପ୍ରିୟଦଶିର୍ନୀ, ଜ୍ୟୋତିର୍ମୟୀ, ସାସ୍ୱତୀ ସମେତ ସୁନୀଲ, ସମୀର ଓ ମୋହନ, ସୂଚାରୁ ରୂପେ ସମ୍ପାଦନ କରିଥିଲେ। ମଞ୍ଚ ପରିଚାଳନା ଦାୟିତ୍ଵରେ ଅର୍ପିତା ଜେନା ରହିଥିଲେ।