ତୁଳସୀ ପାହାଡର ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ।

ତୁଳସୀ ପାହାଡର ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ।

ତୁଳସୀ ପାହାଡର ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ।

ମାଲକାନଗିରି ମାଥିଲି, ୦୩,୦୬  ଯେଉଁ ସ୍ଥାନ ଥିଲା ଦିନେ ମାଓବାଦୀଙ୍କ ରାଜଧାନୀ କହିଲେ ଭୁଲ ହେବନି।ଯେଉଁଠି ମାଓବାଦୀ ମାନେ ଏକତ୍ରିତ ହୁଅନ୍ତି ସେଠାରେ ତାଙ୍କର ରଣନୀତି ପ୍ରସ୍ତୁତ କରାଯାଇ ଥାଏ।କିନ୍ତୁ ଆଜି ସେହି ସ୍ଥାନରେ ଜିଲ୍ଲାପାଳ, ଏସି ଙ୍କ ସମେତ ଅନେକ ଜିଲ୍ଲାର ଉଚ୍ଚ ପଦସ୍ଥ ଅଧିକାରୀ ପହଞ୍ଚି ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟର କରିଥିଲେ ସମୀକ୍ଷା।ଭାଙ୍ଗିଛି ମାଓ ଗଢ଼ ପହଞ୍ଚିଛି ସରକାରଙ୍କ ବିକାର ର ଗାଡି।ଦ୍ରୁତ ଗତିରେ ଚାଲିଛି ବିକାଶ ଶାନ୍ତିରେ ଜୀବନ ଯାପନ କରୁଛନ୍ତି ଅଞ୍ଚଳବାସୀ।ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଟେମୁରୁପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ତୁଳସୀ ପାହାଡ଼ ଉପରେ ଥିବା ତୁଳସୀ ,କେରମେଟି,ମାରିଆ ବେଡା ଓ ଚେରୁ କଟଲା ଗ୍ରାମରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଏସପି ବିନୋଦ ପାଟିଲ ପହଞ୍ଚି ଛୋଟ ଛୋଟ ପିଲା ମାନଙ୍କ ସହିତ କିଛି ସମୟ କାଟିବା ସହିତ ପିଲା ମାନଙ୍କୁ ଚଲେଟ ବାଣ୍ଟି ଥିଲେ। ତାହା ସହିତ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ତୁଳସୀ ପାହାଡ଼ ଉପରେ ରହି ଅଞ୍ଚଳ ବାସୀଙ୍କୁ ସୁରକ୍ଷା ଦେଉଥିବା ବିଏସଏଫ ଯବାନ ମାନଙ୍କ କ୍ୟାମ୍ପ ପରିଦର୍ଶନ କରିଥିଲେ।ବିଶେଷ କରି ତୁଳସୀ ପାହାଡ଼ କୁ ନିର୍ମାଣ ହେଉଥିବା ରାସ୍ତା ଦ୍ରୁତ ଗତିରେ ଚାଲୁଥିବା ବେଳେ ବାକି ପାହାଡ଼ ଉପରେ ଥିବା ଅଙ୍ଗନବାଡି, ବିଦ୍ୟାଳୟ ଗୃହ କିପରି ତୁରନ୍ତ ନିର୍ମାଣ କରାଯାଇପାରିବ।ତାହା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ଯୋଗାଇବା ,ଶୁଦ୍ଧ ପାନୀୟଜଳ ଯୋଗାଣ ସରକାରଙ୍କ ସମସ୍ତ ଯୋଜନା ଗୁଡିକ କିପରି ପହଞ୍ଚି ପାରିବ ଉପରେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ।ଜିଲ୍ଲାପାଳ ଗସ୍ତ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର-୧ର ନିର୍ବାହୀଯନ୍ତ୍ରୀ କାର୍ତ୍ତିକ ନାୟକ,ମାଥିଲି ବିଡ଼ିଓ ପ୍ରମୋଦ କୁମାର ବେହେରା,ମାଥିଲି ବ୍ଲକ ନିର୍ବାହୀଯନ୍ତ୍ରୀ ହୃଦୟ ରଞ୍ଜନ ବାଘ, ଏପିଓ ଲିଙ୍ଗରାଜ କରକରିଆ ଓ ସରପଞ୍ଚ ତୁମ୍ବେଶ୍ୱର ସମରଥ ସମେତ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ଦପରିଛା ବିଶେଷ ଖବର