ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ କଲେ ମୁଖ୍ୟମନ୍ତ୍ରୀ .
ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ କଲେ
ମୁଖ୍ୟମନ୍ତ୍ରୀ
ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ପାୱାରହାଉସ ବୁଲିଲେ
ମାଲକାନାଗିରି ତା:- ୨୩/୦୪ ୨୦୨୫(ଶିବପ୍ରସାଦ ପରିଛା ବିଶେଷ ଖବର)
ରାଜ୍ୟରେ ବର୍ତ୍ତମାନ ଜାରୀ ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଯୋଗୁ ରାଜ୍ୟ ବିପର୍ଯୟ ପରିଚାଳନା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ରିପୋର୍ଟ ଦାଖଲ କରାଯିବା ପରେ ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱର ସହ ନେଇ ଏପ୍ରିଲ ୨୩ ତାରିଖ ଠାରୁ ପରବର୍ତ୍ତୀ ନିର୍ଦ୍ଧେଶ
ନଆସିବା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ବନ୍ଦ କରିବା ପାଇଁ ଗତ ମଙ୍ଗଳବାର ସନ୍ଧ୍ୟାରେ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଖାଲି ଏତିକି ନୁହେଁ ଏ ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମରେ ମଧ୍ୟ ବିସ୍ତୃତ ଭାବେ ଖବର ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। କିନ୍ତୁ ମାଲକାନଗିରି ଜିଲ୍ଲା ଅଧିନସ୍ତ ମାଲକାନଗିରି ଗୋଷ୍ଠୀ ଶିକ୍ଷା ବିଭାଗର ଅଧକାରୀ ମାନେ ସରକାରଙ୍କ ଏହି ନିୟମକୁ ଖୋଲା ଖୋଲି ଭାବେ ଉଲଂଘନ କରିଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ସୂଚନା ମୁତାବକ ଆଜି ମାଲକାନଗିରି ଗୋଷ୍ଠୀ ଶିକ୍ଷାଧିକାରୀ
ଙ୍କ ନେତୃତ୍ୱରେ ମାଲକାନଗିରି ବ୍ଲକ ଅଧୀନରେ ଥିବା ମାଲକାନଗିରି ପୌରପରିଷଦ ଏବଂ ବିଭିନ୍ନ ପଞ୍ଚାୟତକୁ ମିଶାଇ ମୋଟ ୨୦ ଟି ପଞ୍ଚାୟତ ଅଧୀନରେ ଥିବା ସ୍କୁଲ ଗୁଡିକରେ ଅଧ୍ୟୟନ କରୁଥିବା ଦିବ୍ୟାଙ୍ଗ ଛାତ୍ରୀ ଛାତ୍ର ଏବଂ ସେମାନଙ୍କର କିଛି ଅଭିଭାବକ
ମାନଙ୍କୁ ଏକ ଓଡି-୦୨-ଡବ୍ଲୁ -୭୦୦୩ ନମ୍ବର ରେଜିଷ୍ଟ୍ରେସନ୍ ଥିବା ବସରେ ମାଲକାନଗିରି ଜିଲ୍ଲା ସଦରରୁ ବାହାରି ବାଲିମେଳା ସହରରେ ଥିବା ଜଳ ବିଦ୍ୟୁତ କେନ୍ଦ୍ର ପରିଦର୍ଶନ କରିବା ପରେ ସେଠାରୁ ପ୍ରାୟ ୫ କି.ମି ଦୂରରେ ଥିବା
ସୋର୍ଲକୋଣ୍ଡା ବ୍ୟରେଜରେ ପହଁଞ୍ଚି
ବଣ ଭୋଜି କରିଥିଲେ। ତେବେ ଉକ୍ତ ବସରେ ଲଗାଆଯାଇଥିବା ବ୍ୟନେରରେ ଉଲ୍ଲେଖ ରହିଛି ଜେ ମାଲକାନଗିରି ଜିଲ୍ଲା ସମଗ୍ର ଶିକ୍ଷା
ବିଭାଗର ନେତୃତ୍ୱରେ ମାଲକାନଗିରି ବ୍ଲକର( CWSN) ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରାଇବା ସହିତ ବଣ ଭୋଜି କରାଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ଏହି ଯୋଜନାରେ ମାଲକାନଗିରି ଜିଲ୍ଲାର ସବୁ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଧାରିତ ସମୟ ଜାନୁୟାରୀ ଠାରୁ
ଡିସେମ୍ବର ମାସ ମଧ୍ୟରେ ଏହି କାର୍ଯ୍ୟକ୍ରମ ଶେଷ କରିଦେଇଥିବା ବେଳେ କେଉଁ କାରଣରୁ ମାଲକାନଗିରି ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ସରକାରଙ୍କ ପକ୍ଷରୁ ସ୍କୁଲ ଛୁଟି ଘୋଷଣା ହେବା ପରେ ସରକାରଙ୍କ ନିୟମକୁ ଅମାନ୍ୟ କରି କତୃପକ୍ଷ ବୁଧବାର ଦିନ ଏହାକୁ ତରବରିଆ ଭାବେ ଏହି କାର୍ଯ୍ୟକ୍ରମ କରିବାକୁ କେଉଁ ଉଚ୍ଚ କତୃପକ୍ଷଙ୍କ ନିର୍ଦ୍ଧେଶ ନେଇଥିଲେ ତାହାକୁ ନେଇ ସାଧାରଣରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସର୍ବଶିକ୍ଷା ଅଭିଯାନ ବିଭାଗ ପକ୍ଷରୁ ଗତ ୨୧-୪-୨୫ ରିଖରେହୋଇଥିବା ଚିଠି ନମ୍ବର -୧୮୨୦ ରେ ଉଲ୍ଲେଖ ରହିଛି ଯେ,ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ବିଭାଗ ନିଜ ନିଜ ବ୍ଲକର
ୟୁସି ଆସନ୍ତା ଏପ୍ରିଲ ୨୪/୨୫ ତାରିଖ ସୁଧା ଦେବା ପାଇଁ ନିର୍ଦ୍ଧେଶ ରହିଛି। ହଠାତ ସ୍କୁଲ ଛୁଟି ହୋଇଯିବାରୁ ଏହି ଅନୁଦାନର ୟୁସି
ଦେବା ପାଇଁ ବିଭାଗୀୟ କତୃପକ୍ଷଙ୍କ ଯୋଗୁ ଏଭଳି କରାଯାଇଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି।
ଆଜିର ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ରବୀନ୍ଦ୍ର ନାଥ ଧର, ଏବିଓ ଗୌରାଙ୍ଗ ସଜନ, ଅଶ୍ୱିନୀ ମାଝୀ, ବିଆରଡି ମହାରଣଙ୍କ ସମେତ କିଛି ଶିକ୍ଷକ, ଅଭିଭାବକ
ଏବଂ ପ୍ରାୟ ୩୦ ରୁ ଉର୍ଦ୍ଧ ଦିବ୍ୟାଙ୍ଗ ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ। ଏ ସମ୍ପର୍କରେ ବିଇଓ ଶ୍ରୀ ଧରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,
୩/୪ ଦିନ ପୂର୍ବରୁ ଚିଠି କରାଯାଇ
ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତଙ୍କୁ ସୂଚନା ଦିଆ ଯାଇଥିଲା। ସ୍କୁଲ ଛୁଟି ପାଇଁ ମୋତେ ଚିଠି ଆସିନି ତେଣୁ
ଆମେ ଆଜି ଏହି କାର୍ଯ୍ୟକ୍ରମ କଲୁ ବୋଲି ସେ କହିଥିଲେ।ଏ ସମ୍ପର୍କରେ ମାଲକାନଗିରି ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସରକାର ଛୁଟି ଘୋଷଣା କରିବା ପରେ ସେମାନେ ଏଭଳି କାର୍ଯ୍ୟକ୍ରମ ବାତିଲ କରିଦେବା କଥା। ଯଦି କେହି ନିୟନକୁ ନମାନି ନିଜ ଇଚ୍ଛାରେ କରିବେ ତାହେଲେ ସେମାନେ ଉତ୍ତର ଦାୟୀ ହେବେ। ମୋତେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବିଇଓ କିମ୍ବା କେହି ଜଣାଇନାହାନ୍ତି। ଏହି ଘଟଣାର ତଦନ୍ତ କରିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି।
Editor
Apr 24, 2025 - 10:52
Updated: Apr 24, 2025 - 10:53