ବୀର ନରସିଂହପୁର ଦୁଗ୍ଧ ସମିତିରେ ଆନାଲାଇଜର୍ ମେସିନ୍ ଟ୍ୟାମ୍ପରିଙ୍ଗ ଅଭିଯୋଗ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦୁଗ୍ଧ ଚାଷୀ.
ବୀର ନରସିଂହପୁର ଦୁଗ୍ଧ ସମିତିରେ ଆନାଲାଇଜର୍ ମେସିନ୍ ଟ୍ୟାମ୍ପରିଙ୍ଗ ଅଭିଯୋଗ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦୁଗ୍ଧ ଚାଷୀ
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ଠାରେ ଥିବା ଦୁଗ୍ଧ ସମିତିରେ ଲାକ୍ଟୋ ଆନାଲାଇଜର୍ ମେସିନ୍ ଟ୍ୟାମ୍ପରିଙ୍ଗ କରି ଦୁଗ୍ଧ ଚାଷୀ ମାନଙ୍କୁ ଶୋଷଣ କରା ଯାଉଥିବା ନେଇ ଗୁରୁବାର ଦିନ ୧୦ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି | ସେମାନେ ପୂର୍ବରୁ ଦୁଗ୍ଧ ବିକ୍ରୟ କରି ଲିଟର ପିଛା ୬୦ ଟଙ୍କା ରୁ ଅଧିକ ପାଉଥିଲେ l ମାତ୍ର କିଛି ଦିନ ହେଲା ଦୁଗ୍ଧ ମାନ ପରୀକ୍ଷା ପାଇଁଁ ସମିତିରେ ଥିବା ଲାକ୍ଟୋ ଆନାଲାଇଜର୍ ମେସିନ୍ ଟ୍ୟାମ୍ପରିଙ୍ଗ କରି ଲିଟର ପିଛା ୩୦ ଟଙ୍କା ରୁ କମ୍ ମୂଲ୍ୟରେ ନେଉଛନ୍ତି l ଫଳରେ ଚାଷୀ ମାନେ ଶୋଷଣର ଶିକାର ହେଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି | ତା ସହିତ ଉକ୍ତ ଅଭିଯୋଗର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି | ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ |