ରାଜ୍ୟ ସରକାରଙ୍କ ବିକାଶ ବାହାନ ରଥ ଶୁଭାରମ୍ଭ ଓ ରାସନ,ଅନ୍ତରଦୟ, ଜଙ୍ଗଲ ଜମି ପଟ୍ଟା, ଆୟୁସମାନ ସ୍ୱାସ୍ଥ୍ୟ କାର୍ଡ ଓ ୮୦ବର୍ଷର ବୃଦ୍ଧ ବୃଦ୍ଧା ଙ୍କୁ ୩୫୦୦ଟଙ୍କା ବଣ୍ଟନ।

ରାଜ୍ୟ ସରକାରଙ୍କ ବିକାଶ ବାହାନ ରଥ ଶୁଭାରମ୍ଭ ଓ ରାସନ,ଅନ୍ତରଦୟ, ଜଙ୍ଗଲ ଜମି ପଟ୍ଟା, ଆୟୁସମାନ ସ୍ୱାସ୍ଥ୍ୟ କାର୍ଡ ଓ ୮୦ବର୍ଷର ବୃଦ୍ଧ ବୃଦ୍ଧା ଙ୍କୁ ୩୫୦୦ଟଙ୍କା ବଣ୍ଟନ।
ମାଥିଲି, ୧୨,୦୬ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କାର୍ଯ୍ୟାଳୟ ଠାରୁ ରାଜ୍ୟ ସରକାରଙ୍କ ବିକାଶ ବାହାନ ରଥ ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ ନେତୃତ୍ୱରେ ଶୁଭାରମ୍ଭ ହୋଇଯାଇଛି। ଏହି ବିକାଶ ରଥ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ମାଥିଲି ଜିଲ୍ଲା ପରିଷଦ ଜୋନ-୩ର ସଭ୍ୟା ସସ୍ମିତା ମାଝୀ ଯୋଗ ଦେଇ ଥିଲେ।ସମ୍ମାନିତ ଅତିଥି ଭାବରେ ସଦର ପଞ୍ଚାୟତ ସରପଞ୍ଚ କାନାମ ରାଜୁ ନାୟକ, ମାଥିଲି ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ପ୍ରଧାନ, ମାଥିଲି ବ୍ଲକ ନିର୍ବାହୀଯନ୍ତ୍ରୀ ହୃଦୟ ରଞ୍ଜନ ବାଘ, ପଞ୍ଚାୟତ ଉନ୍ନୟନ ଅଧିକାରୀ ରତନ ରାଏ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶିଵ ଶଙ୍କର ସାହୁ, ମାଥିଲି ଯୋଗାଣ ଅଧିକାରୀ ବିଶ୍ୱଜିତ ଦାସ, ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ସାମଲ, ମାଥିଲି ସଦର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମହାରଣା, ବିଆରସି ଦିଲ୍ଲୀପ କୁମାର ଡାକୁଆ, ପ୍ରେରଣା ମହିଳା ଟ୍ରଷ୍ଟ ର ସଭାନେତ୍ରୀ ସନ୍ତୋସିନୀ ପାତ୍ର ଯୋଗ ବିକାଶ ରଥର ଶୁଭାରମ୍ଭ କରିଥିଲେ। ଏହି ବିକାଶ ରଥ ଆଜି ଶୁଭାରମ୍ଭ ପରେ ମାଥିଲି ଓ ଉଦୁଲିବେଡା ଦୁଇଟି ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ପାରମ୍ପରିକ ନାମ ସଂକୀର୍ତ୍ତନ ଓ ଆଦିବାସୀ ଢେମସା ନାଚ ପ୍ରଦର୍ଶିତ କରି ପରିକ୍ରମା କରାଯାଇଥିଲା।ରାଜ୍ୟ ସରକାରଙ୍କ ଏହି ବିକାଶ ରଥ ବ୍ଲକ ର ସମସ୍ତ ୨୦ଟି ପଞ୍ଚାୟତ ର ଗାଁ ଗାଁ ରେ ଭ୍ରମଣ କରି ରାଜ୍ୟ ସରକାରଙ୍କ ବିକାଶ ଓ ଯୋଜନା ଉପରେ ସଚେତନ କରିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବେହାରା ସୂଚନା ଦେଇଛନ୍ତି। ଏହି ଅବସରରେ ମାଥିଲି ପଞ୍ଚାୟତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ୮୦ବର୍ଷରୁ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ୩୫୦୦ଟଙ୍କା, ଅନ୍ତରଦୟ ଯୋଜନାରେ ଗୃହ ନିମନ୍ତେ କାର୍ଯ୍ୟଦେଶ , ନୂତନ ରାସନ କାର୍ଡ, ଜଙ୍ଗଲ ଜମି ପଟ୍ଟା ଓ ଆୟୁସମାନ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା,ଅଙ୍ଗନବାଡି କର୍ମୀ ଓ ବହୁ ମହିଳା , ପୁରୁଷ ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବେହେରା ପରିଚାଳନା କରିଥିବା ବେଳେ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର