ସୁରାଦେଇରେ ବାଲ୍ୟବିବାହ ବିରୋଧରେ ପ୍ରଗତି ୟୁଥ କାଉନସିଲ ଙ୍କ ସଚେତନତା ଅଭିଯାନ ,

ସୁରାଦେଇରେ ବାଲ୍ୟବିବାହ ବିରୋଧରେ ପ୍ରଗତି ୟୁଥ କାଉନସିଲ ଙ୍କ ସଚେତନତା ଅଭିଯାନ
ତାରିଖ – 26/06/2025
ସ୍ଥାନ – ସୁରାଦେଇ, ଖଜୁରୀପଡା ବ୍ଲକ୍
ସୁରାଦେଇ ଗ୍ରାମରେ ପ୍ରଗତି ୟୁଥ କାଉନସିଲ ଙ୍କ ଉଦ୍ୟମରେ ବାଲ୍ୟବିବାହ ବିରୋଧରେ ଏକ ଗୁରୁତ୍ୱପୂର୍ଣ୍ଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବ ଗୋଷ୍ଠୀ, କିଶୋରୀ ଓ ଅଭିଭାବକମାନେ ସକ୍ରିୟ ଭାଗ ନେଇଥିଲେ।
ବାଲ ରକ୍ଷା ଭାରତ ସଂଗଠନର କର୍ମୀ ହୋସନା ଆଖତାରୀ ଙ୍କ ତତ୍ୱାବଧାନ ଓ ବର୍ଷା ରାଣୀ ସାହୁ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବାଲ୍ୟବିବାହ ର କୁପରିଣାମ, ତାହାର ଶାରୀରିକ ଓ ମାନସିକ ପ୍ରଭାବ, ଶିକ୍ଷା ଉପରେ ପଡୁଥିବା ପ୍ରଭାବ ଓ ବୈଧ ଆଇନ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅଂଶଗ୍ରାହୀଙ୍କୁ ଦିଆଯାଇଥିଲା।
ଏହି ଅବସରରେ କିଶୋରୀମାନେ ନିଜ ଜୀବନ ଅନୁଭବ ଓ ଚିନ୍ତାଧାରା ବାଣ୍ଟିଥିଲେ, ଯାହା ଅନ୍ୟ ଅଂଶଗ୍ରାହୀଙ୍କୁ ବି ବଳ ପ୍ରଦାନ କରିଥିଲା। ଅଭିଭାବକମାନେ ବି ଗଭୀର ଆଲୋଚନା କରି ବିଭିନ୍ନ ପ୍ରଶ୍ନ ଉଠାଇଥିଲେ। କାର୍ଯ୍ୟକ୍ରମରେ ନିହାରିକା ମହାରଣା, ଚିଙ୍କି ଗଣ୍ଡା, ଓ ଅର୍ଚନା ଗଣ୍ଡା ମତି ପ୍ରଦାନ ସହ ସହଯୋଗ ପ୍ରଦାନ କରିଥିଲେ।
ସମାପନ ସମୟରେ ଅଂଶଗ୍ରାହୀମାନେ ବାଲ୍ୟବିବାହ ବିରୋଧରେ ଏକ ମଜବୁତ ଅବସ୍ଥାନ ଗ୍ରହଣ କରିବା, ଓ ସମୁଦାୟ ମଧ୍ୟରେ ସଚେତନତା ବଢ଼େଇବା ପାଇଁ ପ୍ରତିବଦ୍ଧ ହେବା ଉପରେ ଗଢ଼ିତ ଏକ ଶପଥ ଗ୍ରହଣ କରିଥିଲେ।
ଏହି ପଦକ୍ଷେପ ସୁରାଦେଇ ଗ୍ରାମ ଓ ପରିବେଶକୁ ବାଲ୍ୟବିବାହ ମୁକ୍ତ ଓ ଶିକ୍ଷା ଓ ସମାଜିକ ସୁରକ୍ଷା ଉପରେ ଗଭୀର ଚିନ୍ତନ କରିବାରେ ପ୍ରେରିତ କରିଥିଲା।
ଫୁଲବାଣୀ ରୁ ଶିବ ପ୍ରସାଦ ନାୟକ ବିଶେଷ ଖବର