ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ତୃତୀୟ ଲିଙ୍ଗୀ ବ୍ୟକ୍ତି ବିଶେଷଙ୍କୁ ପ୍ରମାଣପତ୍ର ଓ ପରିଚୟ ପତ୍ର ବଣ୍ଟନ.

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ତୃତୀୟ ଲିଙ୍ଗୀ ବ୍ୟକ୍ତି ବିଶେଷଙ୍କୁ ପ୍ରମାଣପତ୍ର ଓ ପରିଚୟ ପତ୍ର ବଣ୍ଟନ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବୁଧବାର ଦିନ ଦିବା ୧୧ ଘଣ୍ଟା ସମୟରେ ସମ୍ମିଳନୀ କକ୍ଷରେ ତୃତୀୟ ଲିଙ୍ଗୀ ବ୍ୟକ୍ତି ବିଶେଷଙ୍କୁ ପ୍ରମାଣପତ୍ର ଓ ପରିଚୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଜିଲ୍ଲାରେ ନୂତନ ଭାବରେ ଚିନ୍ହଟ ହୋଇଥିବା ୩ ଜଣ ତୃତୀୟ ଲିଙ୍ଗୀ ବ୍ୟକ୍ତି ବିଶେଷଙ୍କୁ ପ୍ରମାଣପତ୍ର ଓ ପରିଚୟ ପତ୍ର ବଣ୍ଟନ କରିଥିଲେ l ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଜିନ୍ଦ୍ର କିଶାନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଅନ୍ୟ ମାନଙ୍କ ମଧ୍ଯ ରେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତୀ ବଳିୟାର ସିଂହ ଓ ସାମାଜିକ ସୁରକ୍ଷା ବିଭାଗ, ବୌଦ୍ଧ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ l ସମାଜର ମୁଖ୍ୟ ସ୍ରୋତ ରେତୃତୀୟ ଲିଙ୍ଗୀ ଙ୍କୁ ସାମିଲ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ କରାଯିବ ବୋଲି ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ଦୃଢୋକ୍ତି ପ୍ରକାଶ କରିଥିଲେ l କୌଣସି ପ୍ରକାର ସାହାଯ୍ୟ ଦରକାର ହେଲେ ନିଶ୍ଚିତ ଭାବେ ଜ଼ିଲ୍ଲା ପ୍ରଶାସନ ଙ୍କୁ ଜଣାଇବା ପାଇଁ ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ କିସାନ ମତବ୍ୟକ୍ତ କରିବା ସହ ସାଙ୍ଗେ ସାଙ୍ଗେ ସମସ୍ତ ପ୍ରକାର ସହଯୋଗ କରlଯିବ ବୋଲି ପ୍ରକାଶ କରିଥିଲେ l ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଧାନ ତୃତୀୟ ଲିଙ୍ଗୀ ମଧ୍ୟରୁ କେତେ ଜଣ ମୁଖ୍ୟ ଭାବ ରେ ରହି କୋଣ ଅନୁକୋଣ ରେ ଥିବା ଅନ୍ୟ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ମଧ୍ଯ ସରକାରୀ ସୁବିଧା, ସୁଯୋଗ ମିଳିବା ରେ ସହଯୋଗ କରିବାକୁ ଆଗେଇ ଆସିବା ପାଇଁ ଆହ୍ୱାନ କରିଥିଲେ l

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ତୃତୀୟ ଲିଙ୍ଗୀ ବ୍ୟକ୍ତି ବିଶେଷଙ୍କୁ ପ୍ରମାଣପତ୍ର ଓ ପରିଚୟ ପତ୍ର ବଣ୍ଟନ.