ଦୁର୍ଗାପୂଜା ଅବସରରେ ଓଡ଼ିଶା ବାସୀଙ୍କୁ ଶୁଭେଚ୍ଛା ବାର୍ଷା
ଦୁର୍ଗାପୂଜା ଅବସରରେ ଓଡ଼ିଶା ବାସୀଙ୍କୁ ଶୁଭେଚ୍ଛା ବାର୍ଷା
ପବିତ୍ର ଦୁର୍ଗାପୂଜା ଓ ଦଶହରା ଅବସରରେ ରାଜ୍ୟବାସୀ ଭାଇ ଓ ଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ମାତୃଶକ୍ତିର ଉପାସନା ଆମ ସଂସ୍କୃତିର ଏକ ଅନନ୍ୟ ପରମ୍ପରା । ମା' ଦୁର୍ଗାଙ୍କ ଆରାଧନା ଏପରି ଏକ ଧାର୍ମିକ, ସାମାଜିକ ଓ ସାଂସ୍କୃତିକ ଉତ୍ସବ, ଯେଉଁଠାରେ ଆଧ୍ୟାତ୍ମିକ ଭାବ ସହ ଆନନ୍ଦମୟ ଭାବର ସମ୍ମିଳିତ ପରିପ୍ରକାଶ ହୋଇଥାଏ ।
ଜଗତ୍ଜନନୀ ମା' ଦୁର୍ଗାଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ଭରିଉଠୁ, ପାର୍ବଣର ଏହି ଅମୃତ ଲଗ୍ନରେ ମା'ଙ୍କ ନିକଟରେ ଏତିକି ପ୍ରାର୍ଥନା



