ଦୁର୍ନୀତି ର ଗନ୍ତାଘର ପାଲଟିଛି ପଟ୍ଟାମୁଣ୍ଡାଇ ବ୍ଲକ୍।

ଦୁର୍ନୀତି ର ଗନ୍ତାଘର ପାଲଟିଛି ପଟ୍ଟାମୁଣ୍ଡାଇ ବ୍ଲକ୍।
ଷ୍ଟ୍ରିଟ ଲାଇଟ ନ ଲଗାଇ ୧୦ ଲକ୍ଷ ଚଳୁ କଲେ କନିଷ୍ଠ ଯନ୍ତ୍ରୀ ଓ ବିଡ଼ିଓ ।
ଭିଜିଲାନ୍ସ ତଦନ୍ତ ଦାବି କଲେ ପଞ୍ଚାୟତ ବାସୀ।
ପଟ୍ଟାମୁଣ୍ଡାଇ ୦୪.୦୮.୨୦୨୫ ରାସ୍ତା ଆଲୋକୀକରଣ ପ୍ରକଳ୍ପ ନାମରେ ୧୦ ଲକ୍ଷ ଚଳୁ କର ଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭଯୋଗ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିର ଜନୈକ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଆସିଛି । ଦିନକୁଦିନ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ର ଉକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ ଲମ୍ବି ଚାଲିଛି ଦୁର୍ନୀତି ଅଭିଯୋଗର ଫର୍ଦ୍ଦ । କେତେବେଳେ ଗୋଟିଏ ରାସ୍ତାର ଦୁଇଟି ନାଆଁ ରେ ସରକାରୀ ଅନୁଦାନ ଅର୍ଥ ବାଟ ମାରଣାତ ପୁଣି ,କେତେବେଳେ ଫଳକ ନଥାଇ ପ୍ରକଳ୍ପ କାମକୁ ନେଇ ଉଠିଛି ଅଭିଯୋଗ । ଏପରି ସ୍ଥଳେ ପୁଣି ଏକ ଅଭିଯୋଗ ସାମ୍ନାକୁ ଆସିଛି । ପ୍ରକଳ୍ପ ଆରମ୍ଭ ନକରି ବିଲ୍ କରି ସରକାରୀ ଅନୁଦାନ ଅର୍ଥକୁ ହଡପ କରି ନେଇଥିବାର ପୁଣି ଏବେ ଆଉ ଗୋଟିଏ ନୂଆ ଅଭିଯୋଗ ଫର୍ଦ୍ଦ ଯୋଡି ହୋଇଯାଇଛି।
ଘଟଣାରୁ ପ୍ରକାଶ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ରାଜନଗର ବନ୍ୟା ବନ୍ଧ ରାସ୍ତାରେ ପଟ୍ଟାମୁଣ୍ଡାଇ ଠାରୁ ନିମପୁର ପୋଖରୀସାହି ପର୍ଯ୍ୟନ୍ତ ରାସ୍ତାକୁ ପୂର୍ବରୁ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଆଲୋକିକରଣ ଯୋଜନାରେ ଷ୍ଟ୍ରିଟ ଲାଇଟ ଲଗାଇ ଆଲୋକି କରଣ କରି ସାରିଥିଲା । ପରବର୍ତ୍ତୀ ସମୟରେ ପଞ୍ଚାୟତ ସମିତି ତରଫରୁ ନିମପୁର ଠାରୁ ଦିଆନ ପୁର ପର୍ଯ୍ୟନ୍ତ ଏବଂ ଶାସନ ଠାରୁ ମାଳି ପୁର ପର୍ଯ୍ୟନ୍ତ ଷ୍ଟ୍ରିଟ ଲାଇଟ ଲଗାଇ ଆଲୋକୀ କରଣ ପାଇଁ ଦୁଇଟି ଯୋଜନା ପ୍ରସ୍ତୁତ କରା ଯାଇଥିଲା । ଦୁଇଟି ଯୋଜନା ମଧ୍ୟରୁ ପ୍ରଥମ ଯୋଜନାରେ ନିମପୁର ଠାରୁ ଶାସନ ପର୍ଯ୍ୟନ୍ତ ଅଞ୍ଚଳରେ ଯେନତେନ ପ୍ରକାରେ ଅତି ନିମ୍ନ ମାନର ଖୁଣ୍ଟ ଏବଂ ଲାଇଟ ଲଗାଇ କାମ ସାରି ଦିଆଯାଇଥିଲା । ଅତି ନିମ୍ନ ମାନର ଖୁଣ୍ଟ ବ୍ୟବହାର କରା ଯାଇଥିବାରୁ ସେଥି ମଧ୍ୟରୁ ଅନେକ ଖୁଣ୍ଟ ଅତି କମ ଦିନ ଭିତରେ ପାର୍ଶ୍ୱକୁ ଢଳି ପଡ଼ିଲାଣି । କିନ୍ତୁ ଦ୍ଵିତୀୟ ଯୋଜନାରେ ଶାସନ ଠାରୁ ମାଳିପୁର ମାର୍କେଟ ପର୍ଯ୍ୟନ୍ତ ଥିବା ଆଲୋକୀକରଣ ବ୍ୟବସ୍ଥାରେ ଗୋଟିଏ ମଧ୍ୟ ଲାଇଟ ଖୁଣ୍ଟ ଲଗା ନଯାଇ ବିଲ କରି ୯ ଲକ୍ଷ ୭୦୦୦୦ ଟଙ୍କା ପଞ୍ଚାୟତ ସମିତିର କନିଷ୍ଠ ଯନ୍ତ୍ରୀ ରତନେଶ ପାଣ୍ଡେ ନିଜ ଆକାଉଣ୍ଟକୁ ପୈଠ କରି ଉଠାଇ ନେଇଥିବା ୩୧/୦୩/୨୦୨୫ ରେ ପ୍ରସ୍ତୁତ କରା ଯାଇଥିବା ସିସିଆର /୨୦୨୪-୨୫/ଆର /୧ ଭାଉଚର ନଂ ରୁ ଜାଣିବାକୁ ମିଳିଛି । ପ୍ରକଳ୍ପ କେଉଁଠି କାର୍ଯ୍ୟକାରୀ ହୋଇଛି ବୋଲି ପଚାରିବାରୁ ଦୁଇଟି ପ୍ରକଳ୍ପ ବାବଦକୁ ଆସିଥିବା ଅର୍ଥ ଗୋଟିଏ ପ୍ରକଳ୍ପ ରେ ଖର୍ଚ ହୋଇଗଲା ବୋଲି କନିଷ୍ଠ ଯନ୍ତ୍ରୀ ଶ୍ରୀ ପାଣ୍ଡେ ଉତ୍ତର ଦେଇଥିଲେ ।ପ୍ରତି ଷ୍ଟ୍ରିଟ ଲାଇଟ ପାଈଁ କେତେ ଖର୍ଚ୍ଚ କରାଯାଇଥବା ନେଇ ପଚାରିବାରୁ ଏହାର ଉତ୍ତରରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ପାଣ୍ଡେ ପ୍ରତି ଷ୍ଟ୍ରିଟ ଲାଇଟ ପାଇଁ ୫୦୦୦୦ ତ କେତେବେଳେ ୬୫୦୦୦ ଖର୍ଚ୍ଚ ହୋଇଛି ବୋଲି କହିଛନ୍ତି । ତେବେ ପ୍ରତି ଷ୍ଟ୍ରିଟ ଲାଇଟ ପାଇଁ ବାହାରୁ ବୁଝିବାରୁ ଜଣ ଯାଇଛି ଯେ ଷ୍ଟ୍ରିଟ ଲାଇଟ ଲଗାଇବା ପାଇଁ ୧୫୦୦୦ ରୁ ସର୍ବାଧିକ ୩୦୦୦୦ ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିବା ବେଳେ କନିଷ୍ଠ ଯନ୍ତ୍ରୀ ଶ୍ରୀ ପାଣ୍ଡେ ଅଧିକ ମୂଲ୍ୟ ଦେଖାଇ ବିଲ କରି ନେଇଛନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଯଥାଶୀଘ୍ର ଏହି ଯୋଜନାର ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଉକ୍ତ ଆଲୋକୀକରଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ଉତ୍ତିକଣ ସଂଗ୍ରାମ ପରିଷଦ ର ସଭାପତି ପ୍ରଶାନ୍ତ ମହାନ୍ତି ,ଆଶିଷ ମଲିକ ,ରମାକାନ୍ତ ଦାସ ,ଅର୍ଜୁନ ସାହୁ ,ସର୍ବେଶ୍ୱର ସେଠୀ ,ବିଚିତ୍ର ସେନାପତି ,ପ୍ରମୋଦ ମଳିକ ,ଗଣେଷ ସେନାପତି ,ବୃନ୍ଦାବନ ପରିଡା ପ୍ରମୁଖ ସରକାରଙ୍କ ନିକଟରେ ଦାବୀ ରଖିଛନ୍ତି ।
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର,କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି।