ଶାଶୁ ଦେହରେ ନିଆଁ ଲଗାଇ ପୋଡିଦେଲେ ବୋହୁ ।

ଶାଶୁ ଦେହରେ ନିଆଁ ଲଗାଇ ପୋଡିଦେଲେ ବୋହୁ । ଥାନାର ଦ୍ୱାରସ୍ଥ ହେଲେ ଅଭିନାସ। ମାଲକାନଗିରି ତା:-୦୪/୦୫ ବୋହୂର ଟଙ୍କାଚୋରୀ କରୁଥିବା ବିଷୟ ଶାଶୁଙ୍କୁ ଜଣାପଡି ଯିବାରୁ ସୋଇଥିବା ଅବସ୍ଥାରେ ଶାଶୁ ଙ୍କ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ପୋଡିଦେଲେ ବୋହୂ । ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଥାନା ଅନ୍ତର୍ଗତ ଏମ୍‌.ଭି. ୧୮ ଗ୍ରାମରେ ଦେଖିବାକୁ ମିଳିଛିା ତଥ୍ୟ ଅନୁଯାୟୀ ଏମ୍‌.ଭି. ୧୮ ଗ୍ରାମର ଅବିନାଶ ବୈଦ୍ୟ ନାମକ ବ୍ୟକ୍ତି ଛତିଶଗଡ କୋଂଟା ଗ୍ରାମର ଜୟା ନାମକ ଝିଅକୁ ଗତ ଦୁଇବର୍ଷ ପୂର୍ବେ ବିବାହ କରିଥିଲେ । ତେବେ ଅବିନାଶ ବାହାର ରାଜ୍ୟରେ କାମ କରୁଥିବା ବେଳେ ଅବିନାଶଙ୍କ ମା ରେଣୁକା ବୈଦ୍ୟ ଓ ବୋହୁ ଜୟା ଦୁହେଁ ଘରେ ରହୁଥିଲୋ ଏମ୍‌.ଭି. ୧୮ ଗ୍ରାମରେ ଅବିନାଶ ଙ୍କ ଏକ ଛୋଟିଆ କିରାଣୀ ଦୋକାନ ମଧ୍ୟ ରହିଛିା ତେବେ ବୋହୁ ଜୟା ସବୁବେଳେ ଘରେ ଟଙ୍କା, ସୁନା ଇତ୍ୟାଦି ଚୋରି କରୁଥିବା ବେଳେ ଏ ବିଷୟରେ ଶାଶୁ ରେଣୁକା ଜାଣିପାରି ପୁଅ ଜଗଦିଶଙ୍କୁ କହିଥିଲୋ ଏଥିସହ ଘରେ ସିସି କ୍ୟାମେରା ଲଗାଇବା ପାଇଁ କହିଥିଲୋ ଟଙ୍କା ଚୋରି କରୁଥିବା ବିଷୟ ଜୟାଙ୍କ ଶାଶୁ ରେଣୁକାଙ୍କୁ ଜଣା ପଡିଥିବା ବିଷୟ ଜୟା ଜାଣିବା ପରେ ତାଙ୍କୁ ଜୀବନରେ ମାରିଦେବା ପାଇଁ ଉଦ୍ୟମ କରିଥିଲୋ ଗତ ଦୁଇଦିନ ପୂର୍ବେ ରେଣୁକା ତାଙ୍କ ବଖରାରେ ଶୋଇଥିବା ସମୟରେ ବୋହୁ ଜୟା ତାଙ୍କ ବଖରାକୁ ଯାଇ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲୋ ପରେ ଘର କବାଟ ବନ୍ଦ କରି ଜୟାଙ୍କ ଚାରିମାସର ପୁତ୍ର ସନ୍ତାନ ସହ ନିଜ ଗ୍ରାମ ଛତିଶଗଡର କୋଂଟାକୁ ଚାଲି ଯାଇଥିଲୋ ପରିବାର ବର୍ଗ ଓ ଗ୍ରାମବାସୀ ଦେଖି ସଙ୍ଗେ ସଙ୍ଗେ ରେଣୁକାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ଓ ରେଣୁକାଙ୍କ ଦେହ ପ୍ରାୟ ୬୫ ପ୍ରତିଶତରୁ ଅଧିକ ପୋଡି ଯାଇଥିବାରୁ ଉତ୍ତମ ଚିକିତ୍ସା ନିମନ୍ତେ ରାୟପୁରର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତିା ଏ ସମ୍ବନ୍ଧରେ ରେଣୁକାଙ୍କ ପୁଅ ଅବିନାଶ ମାଲକାନଗିରି ଥାନାରେ ଅଭିଯୋଗ କରିଥିବା ବେଲେ ମାଲକାନଗିରି ପୋଲିସ ଘଟଣା ସ୍ଥଳରେ ପହଂଚି ଏହାର ତଦନ୍ତ ଜାରି ରଖିଛନ୍ତି ଏବଂ ଯଥାଶୀଘ୍ର ଜୟାଙ୍କୁ ଗିରଫ କରିବେ ବୋଲି କହିଛନ୍ତିା ତେବେ ରେଣୁକାଙ୍କୁ ପେଟ୍ରୋଲ ପକାଇ ନିଆଁ ଲଗାଇଥିବା ବେଳେ ଜୟାଙ୍କ ଦୁଇ ହାତ ମଧ୍ୟ ପୋଡିଥିବା ଜଣାପଡିଛି । ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବ .

ଶାଶୁ ଦେହରେ ନିଆଁ ଲଗାଇ ପୋଡିଦେଲେ ବୋହୁ ।