ମାନବ ସେବା ସହ, ରକ୍ତ ଦାନ ଜାରି ରହିବ. 

ମାନବ ସେବା ସହ, ରକ୍ତ ଦାନ ଜାରି ରହିବ. 

ମାନବ ସେବା ସହ, ରକ୍ତ ଦାନ ଜାରି ରହିବ. 

ରାୟଗଡା ( ଲଷ୍ମୀ କାନ୍ତ ବେହେରା )-  ପରିବାର ଏବଂ ସମାଜରୁ ସେ ଛୋଟ ବେଳୁ ଶୁଣିଛନ୍ତି ମାନବ ସେବା ହିଁ ମାଧବ ସେବା.ଏହା ତାଙ୍କ ଜୀଵନର ଏକ ପ୍ରକାର ବ୍ରତ ଭଳି କାମ କରୁଛି. ତେଣୁ ରକ୍ତ ଦାନ ମହତ ଦାନ ଏହି ମୂଳ ମନ୍ତ୍ରକୁ ଆପଣେଇଛନ୍ତି ରାୟଗଡ଼ ଜିଲ୍ଲା "ସମ୍ବାଦ" ଖବର କାଗଜ ଜିଲ୍ଲା ପ୍ରତିନିଧି ଶିବ ପ୍ରସାଦ ଦୋରା। ପିଲାବେଳୁ ଅନ୍ୟର ଦୁଃଖ କଷ୍ଟକୁ ଦେଖି ସମ୍ଭାଳି ପାରନ୍ତି ନାହିଁ ଶ୍ରୀ ଦୋରା। ସମ୍ବାଦ ଦୈନିକ ଖବର କାଗଜରେ ରାୟଗଡ଼ ଜିଲ୍ଲାର ଜିଲ୍ଲା ପ୍ରତିନିଧି ଭାବରେ କାର୍ଯ୍ୟରତ ଅଛନ୍ତି ଶିବ ପ୍ରସାଦ ଦୋରା।
ଶ୍ରୀ ଦୋରାଙ୍କ ସଙ୍ଘର୍ଷମୟ ଜୀବନର ସେବା ଉଦ୍ଧେଶ୍ୟରେ ରକ୍ତ ଦାନ ମହତ ଦାନ ମନେ କରି, ଯେଉଁଠି ମଧ୍ୟ ରକ୍ତଦାନ ଶିବିର ଆୟୋଜନ ହେଇଥାଏ, ନିଜ ସ୍ଵଇଚ୍ଛାରେ ରକ୍ତଦାନ ଶିବିରରେ ପହଞ୍ଚି ଯାଆନ୍ତି ରକ୍ତ ଦାନ କରିବା ପାଇଁ। ତାଙ୍କର ଏହିଭଳି ମହତ୍ ପଣିଆ ପଛରେ ତାଙ୍କ ନିର୍ମଳ ଭାବମୂର୍ତ୍ତି ଦେଖିବାକୁ ମିଳେ ବୋଲି କହିଛନ୍ତି ଆତ୍ମୀୟ ସ୍ୱଜ୍ଜନ ଏବଂ ସାମ୍ବାଦିକ ବନ୍ଧୁ ମାନେ। ଆଜକୁ ପାଖାପାଖି ୧୦୦ଥରରୁ ଉର୍ଦ୍ଧ ଥର ରକ୍ତ ଦାନ ଶିବିର ଏବଂ ଆବଶ୍ୟକ ସ୍ଥଳେ ରୋଗୀଙ୍କୁ ରକ୍ତ ଦାନ କରନ୍ତି। ଖାଲି ଏତିକି ନୁହେଁ, ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ନିଜ ଅଞ୍ଚଳର ସମସ୍ୟା ଓ ତାହାର ସମାଧାନ ଏବଂ ଅଞ୍ଚଳର ବିକାସ ଦିଗରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଥାଆନ୍ତି ଶ୍ରୀ ଦୋରା। ଅସହାୟଙ୍କୁ ସହାୟ ହୋଇ ଜିଲ୍ଲା ପ୍ରଶାସନ ଓ ସମାଜକୁ ମାଧ୍ୟମ ହୋଇ ଅଭିଯୋଗ ଶୁଣାଣି ଗୁଡ଼ିକରେ ଦୁଃଖିହାରିଙ୍କୁ ସହଯୋଗ କରନ୍ତି। ନିରାଡମ୍ୱର ଜୀବନ ଓ ନିଃସ୍ଵାର୍ଥପର ସେବାରେ ନିଜକୁ ସାମିଲ କରି ବେଶ୍ ଆନନ୍ଦ ଲାଗେ ବୋଲି କହିଛନ୍ତି ଶ୍ରୀ ଦୋରା।
ଏହିଭଳି ବ୍ୟକ୍ତି ବିଶେଷଙ୍କୁ ନିଜ ଗହଣରେ ପାଇ ଜିଲ୍ଳାର ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ବହୁତ୍ ପ୍ରଶଂସା କରିବା ଦେଖିବାକୁ ମିଳୁଛି। 
ରାଜ୍ୟର ପ୍ରମୁଖ ଖବର କାଗଜ "ସମ୍ବାଦ" ଜିଲ୍ଲା ପ୍ରତିନିଧି ଭାବରେ ବେଶ୍ ଜଣାଶୁଣା ଶ୍ରୀ ଦୋରାଙ୍କ ଅନ୍ୟନାମ 'ବୁବୁ' ଦୋରା ନାମରେ ସମସ୍ତେ ଜାଣନ୍ତି। ସରକାରି କାର୍ଯକ୍ରମର ପ୍ରଚାର୍ ପ୍ରସାର ଏବଂ ରାୟଗଡ଼ ଜିଲ୍ଲାର ସମସ୍ତ ଖବର ଆମ ନଜରକୁ ଆଣି ଉତ୍ତମ କାର୍ଯ୍ଯ ଦକ୍ଷତା ସମ୍ପାଦନ କରନ୍ତି ବୋଲି କହିଛନ୍ତି ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଭୂରି ଭୂରି ପ୍ରଶଂସା କରିବା ସହ ଧନ୍ୟବାଦ୍ ଜଣାଇଛନ୍ତି। ସେହିଭଳି ଗ୍ରନ୍ଥାକର ଡମ୍ବରୁଧର ପଣ୍ଡା କହିଛନ୍ତି ଯେ, ସାମ୍ବାଦିକତା ଏକ ପ୍ରକାର ସେବା ଭାବରେ ଆପଣେଇଵା ହିଁ ପ୍ରକୃତ ସେବା।  ଆଗକୁ ଏହିଭଳି ସେବା ମନବୃତ୍ତି ଜାରି ରହୁ ଏହି ସେବା ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଶ୍ରୋତ ହେଉ ବୋଲି କହିଛନ୍ତି ଶ୍ରୀ ପଣ୍ଡା।