ଦେଇଥିବା ପ୍ରତିଶୃତିକୁ, ସାକାର କରିବା ସକାଶେ, କ୍ଷତିଗ୍ରସ୍ତଙ୍କ, ମୁଖ୍ୟ ଫାଟକ ନିକଟରେ ଧାରଣା.

 ଦେଇଥିବା ପ୍ରତିଶୃତିକୁ, ସାକାର କରିବା ସକାଶେ, କ୍ଷତିଗ୍ରସ୍ତଙ୍କ, ମୁଖ୍ୟ ଫାଟକ ନିକଟରେ ଧାରଣା.

 ଦେଇଥିବା ପ୍ରତିଶୃତିକୁ, ସାକାର କରିବା ସକାଶେ, କ୍ଷତିଗ୍ରସ୍ତଙ୍କ, ମୁଖ୍ୟ ଫାଟକ ନିକଟରେ ଧାରଣା.

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କଂସାରୀ ଗୁଡା ଠାରେ  ହିଣ୍ଡାଲକୋ କମ୍ପାନୀ ମୁଖ୍ୟ ଫାଟକ ଠାରେ କାମ୍ପାନୀ ବିରୋଧ ରେ ଶତାଧିକ ଜମିହରା ବିସ୍ଥାପିତ ଲୋକେ ଏକ ଗଣ ଧରଣାରେ ବସିଥିବା ଦେଖିବାକୁ ମିଳିଛି। ସ୍ଥାପନା ହେଉଥିବା ଆଦିତ୍ୟ ବିର୍ଲାଗୃପ ହିଣ୍ଡାଲକୋ କାରଖାନା ଚତୁଃପାର୍ଶ୍ଵ ର ଜମିହରା ବିସ୍ଥାପିତ ଲୋକଙ୍କୁ ଭୁଆଁ ବୁଲାଉ ଥିବା ଲୋକେ ଗଣମାଧ୍ୟମ ରେ ପ୍ରକାଶ କରିଛନ୍ତି ।

ଦୀର୍ଘ ୨୮ ବର୍ଷ ର ପ୍ରତିଶୃତି କେବେ ପୂରଣ ହବ ? ଜଗ୍ୟତା ଭିତିକ ନିୟଜିତ କବେ ପୂରଣ କରିବେ ? ସ୍ବପ୍ନ ଦେଖାଇ ଚାଲିଛି ହିଣ୍ଡାଲକୋ କାରଖାନା, ପ୍ରତିଶୃତି ଉପରେ ପ୍ରତିଶୃତି ହେଲେ ବାସ୍ତବିକ ରେ କୌଣସି କାର୍ଯ୍ୟ କରିନଥିବା ଆରୋପ ଆଣିଛନ୍ତି ଅଞ୍ଚଳ ର ଶତାଧିକ ବିସ୍ଥାପିତ ପରିବାର ଲୋକେ।

ସାଗମାଛ ଦରରେ ଜମି ଟେକିଦେଲେ ଅଞ୍ଚଳବାସୀ, ଅଞ୍ଚଳରେ ପୂଣି ଏକ କାରଖାନା ସ୍ଥାପନା ହେଲେ ଅଞ୍ଚଳର ଉନ୍ନତି ହେବ ! ଲୋକଙ୍କ ଆର୍ଥିକ ସ୍ଥିତି ସୁଧୁରିବ! ପିଲାଙ୍କ ଭବିଷ୍ୟତ ଉଜ୍ୱଳ ହେବ! ରୋଜଗାର ମିଳିଲେ ଦାଦନ ଦୁଃଖ ଦୂର ହେବ ! ଏହିଭଳି ଅନେକ ସ୍ବପ୍ନ ଦେଖିଥିଲେ ଜମିହରା, ବିସ୍ଥାପିତ ଓ ଅଞ୍ଚଳ ବାସୀ। ତେଣୁ ଅନେକ ହତାଶ ପରେ ଆଜି ପୂଣି ବିସ୍ଥାପିତ ମାନଙ୍କୁ ତୁରନ୍ତ ଜଗ୍ୟତା ଅନୁଯାୟୀ କାର୍ଯ୍ୟାଦେଶ ଦିଆ ନଗେଲେ କାରଖାନା ର ମୁଖ୍ୟ ଫାଟକ ରୁ ଅହରିବୁ ନାହିଁ ବୋଲି ଲୋକେ ଯୁକ୍ତି ବଢିଛନ୍ତି ।

କାମ୍ପାନୀ କର୍ତ୍ତୃପକ୍ଷ ଏହିଭଳି ବର୍ଷ ବର୍ଷ ଧରି ପ୍ରତିଶୃତି ରୁ ଅହରି ଯାଉଥିବା ପ୍ରକାଶ କରିଛନ୍ତି ଅଞ୍ଚଳବାସୀ, ଅନ୍ୟ ପଟେ ହିଣ୍ଡାଲକୋ କାରଖାନା CEO ମଜ୍ଜହର ବେକ,  ଅଞ୍ଚଳବାସୀଙ୍କୁ ବୁଝାଇବାରେ ଲାଗିଛନ୍ତି. ଦେଖିବାକୁ ବାକି ରହିଲା, ସ୍ବପ୍ନ ସାକାର ହେଉଛି କି ଅଧୁରା ରହୁଛି.