ରାଜରାସ୍ତାରେ ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ

ରାଜରାସ୍ତାରେ ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ

ଭୁବନେଶ୍ବର ୦୯, ୦୭ ଓଡିଶା ଭଳି ଏକ କୃଷି ପ୍ରଧାନ ରାଜ୍ୟ ରେ କୃଷକ ଓ କୃଷିର ବିକାଶ ନିମନ୍ତେ ଅକ୍ଲାନ୍ତ ପରିଶ୍ରମ କରୁଥିବା ୩୦୦୦ ଗ୍ରାମ୍ୟ କୃଷି କର୍ମଚାରୀ ଙ୍କ ନ୍ୟାୟୋଚିତ ଦାବି ପୁରଣରେ ରାଜ୍ୟ କୃଷି ବିଭାଗର ଚରମ ଅବହେଳା ପ୍ରତିବାଦରେ ସାରା ଓଡିଶାର ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ଅସନ୍ତୋଷ ବ୍ୟକ୍ତ କରିଛି । ନ୍ୟାୟୋଚିତ ଦାବି ପୁରଣରେ ଅଯଥା କାଳକ୍ଷେପଣ ଓ ପାତର ଅନ୍ତର ତଥା ହେୟ ମନୋଭାବ କୁ ପଚିହାର କରି କ୍ୟାଡର ପୁନର୍ଗଠନ ପ୍ରସ୍ତାବ କୁ ମଞ୍ଜୁରୀ ନିମନ୍ତେ ବିହିତ ପଦକ୍ଷେପ ନେବାରେ ତାଳ ଟୁନ ନୀତି, ଗ୍ରାମ୍ୟ କୃଷି କର୍ମଚାରୀ ପଦବୀ ର ନାମ ପରିବର୍ତ୍ତନ, ସରକାରୀ କାର୍ଯ୍ୟ ସମ୍ପାଦନ ନିମନ୍ତେ ଆନୁଷଙ୍ଗିକ ସହାୟତା ଠିକା ସମୟ କୁ ଚାକରି କାଳ ଭାବେ ଗ୍ରହଣ କରି ଛଅଟି ନୋସନାଲ ଇନକ୍ରୀମେଣ୍ଟ ଦେବା, ଚାକିରିରେ ପ୍ରବେଶ ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନ ସ୍ନାତକ ଓ ଗ୍ରେଡ ପେ 4200 ପ୍ରଦାନ ପାଇଁ ଦୀର୍ଘ 9 ମାସ ଧରି ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ ତୁହାକୁ ତୁହା ଆବେଦନ ନିବେଦନ କରି ଆସୁଥିଲେ ମଧ୍ୟ ବିଭାଗ ଏଠି ପ୍ରତି ସାମାନ୍ୟ ସହାନୁଭୁତିଶୀଳ ନ ହେବା ପ୍ରତିବାଦରେ ଗତ 7, 02,2024 ରିଖ ଠାରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ସୂଚୀ ଆଧାରରେ ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ଆନ୍ଦୋଳନ ଚଳାଇ ଆସୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ସରକାରୀ କାର୍ଯ୍ୟରେ ନିଜ ମୋବାଇଲ ବ୍ୟବହାର କୁ ପ୍ରତ୍ୟାହାର କରିବା ପରେ ଗତ 13.07.2024 ରିଖ ଠାରୁ ସମସ୍ତ ଜିଲ୍ଲାରେ କର୍ଜ୍ୟବନ୍ଦ କରି ଜିଲ୍ଲା ମୁଖ୍ୟ କୃଷି ଅଧୁକାନ୍ତୀ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଥିଲା, ତା ସତ୍ତ୍ବେ ବି ବିଭାଗ ଦାବି ପୂରଣ ଦିଗରେ ସାମାନ୍ୟତମ ଆଗ୍ରହ ପ୍ରକାଶ ନ କରିବାରୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କୃଷି ଭବନ ଓ ଲୋୟର ପିଏମ୍ ଜି, ଗାନ୍ଧୀ ମାର୍ଗ ଠାରେ ରାଜ୍ୟର ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ଘେରାଉ ଓ ଧାରଣା କାର୍ଯ୍ୟକ୍ରମ ଜାରି ରଖୁଛନ୍ତି ।

ଆଜି ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ ଆୟୋଜିତ ଆନ୍ଦୋଳନ ସମ୍ପର୍କ ରେ ସଂଘ ର ରାଜ୍ୟ ସଭାପତି ପ୍ରଦୀପ କୁମାର ପ୍ରଧାନ କହିଲେ ଯେ ଗ୍ରାମ୍ୟ କୃଷି କର୍ମଚାରୀ ମାନେ କ୍ଷେତ୍ର ପରିଦର୍ଶନ, ଚାଷୀଙ୍କୁ ଚାଷ କାର୍ଯ୍ୟ ରେ ଆଧୁନିକ ଜ୍ଞାନ କୌଶଳ ର ବ୍ୟବହାର, ସାର ଓ କୀଟ ନାଶକ ଔଷଧ ର ପ୍ରୟୋଗ ସମେତ ବିଭିନ୍ନ ସର୍ଭେ ଇତ୍ୟାଦି କମ୍ପୁଟରବେଷ୍ଟ କାର୍ଯ୍ୟ କରୁଥିଲା ବେଳେ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଚାକିରିରେ ଯୋଗଦେବା ର ମୂଳ ଶିକ୍ଷାଗତ ଯୋଗ୍ୟତା ଇଣ୍ଟରମିଡିଏଟ ସାଇନ୍ସ ବଦଳରେ ସାଇନ୍ସ ଡିଗ୍ରୀ ରଖିବା, ଗ୍ରାମ୍ୟ କୃଷି କର୍ମଚାରୀ ପଦବୀ ର ନାମ ପରିବର୍ତ୍ତନ ସହ, ଗ୍ରେଡ ପେ ଦୁଇ ହଜାର ଟଙ୍କା ବଦଳରେ ୪୨୦୦ ଟଙ୍କା ରଖିବା, ଚାକିରି କାଳ ମଧ୍ୟରେ ସର୍ବନିମ୍ନ ୩ ଗୋଟି ପଦୋନ୍ନତି ଦେବା ଓ ସର୍ବୋପରି ବହୁପ୍ରତିକ୍ଷିତ କ୍ୟାଡର ପୁନର୍ଗଠନ ପ୍ରଭୃତି ମୁଖ୍ୟ