ରକ୍ତ ଦାନ ଶିବିର ଅନୁଷ୍ଠିତ. 

ରକ୍ତ ଦାନ ଶିବିର ଅନୁଷ୍ଠିତ. 

ରକ୍ତ ଦାନ ଶିବିର ଅନୁଷ୍ଠିତ.  ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାଇ, ଅପ୍ରେଲ ପହିଲା ଠାରୁ 14 ତାରିଖ ପର୍ଯ୍ୟନ୍ତ ଯେଉଁ ଓଡ଼ିଆ ପକ୍ଷ ପାଳନ କରାଯାଉଛି, ସେହି ପରିପେକ୍ଷୀରେ, ଆଜି ରାୟଗଡା ଜିଲ୍ଲା, ମୁନିଗୁଡା ବ୍ଲକ, ଆଗୁଳ ପଂଚାୟତର ପଞ୍ଚୁବାଇ ଗ୍ରାମରେ, ମୁନିଗୁଡା ମଣ୍ଡଳ ତରଫରୁ, କିଛି B. J. P. କର୍ମୀ ଓ ସ୍ବେଛାସେବୀଙ୍କ ଦ୍ୱାରା, ଏକ ମହତ ଓ ପୁଣ୍ୟ, ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି. ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରିଙ୍କ ଦ୍ୱାରା 28 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା. ଏପରି ମହତ କାମ ଦେଖି, ଗ୍ରାମର ଜନସାଧାରଣ ଖୁସି ହେବା ସହ, ସହଯୋଗ କରିଥିଲେ. ଏହି କାର୍ଯ୍ୟ କ୍ରମରେ ମଣ୍ଡଳ ସଭାପତିଙ୍କ ସହ ସ୍ଥାନୀୟ B. D. O. ଓ I. I. C. ମାଡାମ ଏବଂ B. J. P. ର ଅନ୍ୟାନ କର୍ମକର୍ତା ଓ ଜନସାଧାରଣ ଉପସ୍ଥିତ ଥିଲେ.