ସରକାରୀ ନିୟମ କୁ ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟାପକ ଙ୍କ ଫୁ। I

ସରକାରୀ ନିୟମ କୁ ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟାପକ ଙ୍କ ଫୁ। I

ସରକାରୀ ନିୟମ କୁ ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟାପକ ଙ୍କ ଫୁ।

କଲେଜ ରୁ ଦରମା ପାଇ କୋଚିଂ ସେଣ୍ଟର ରେ ପଢ଼ାଉଛନ୍ତି ପାଠ।

କଲେଜ ଛାତ୍ର ଓ ଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧାର।

 ପଟ୍ଟାମୁଣ୍ଡାଇ ୦୨.୦୮.୨୦୨୫ ସରକାରଙ୍କ ବଡ଼ ବାରଣ ସତ୍ୱେ ବଦଳୁନି କଲେଜ ଅଧ୍ୟାପକଙ୍କ ମାନସିକତା। ଅଧିକ ଟଙ୍କା ଲୋଭରେ କଲେଜ ବ୍ୟତୀତ କରୁଛନ୍ତି ଘରୋଇ କୋଚିଂ ସେଣ୍ଟର। ଛାତ୍ର ଛାତ୍ରୀ ଙ୍କୁ ମିଛ ମାର୍କ ଦେବାର ପ୍ରଲୋଭନ ଦେଖାଇ ସେମାନଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଖେଳ। ବିଶେଷ ଅଭିଯୋଗ ମୁତାବକ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର କିଛି ନିର୍ଦ୍ଧିଷ୍ଟ ଅଧ୍ୟାପକ ମାନେ କଲେଜ କୁ ନୂତନ ଆଡ଼ମିସନ କରି ଆସୁଥିବା ଛାତ୍ର ଛାତ୍ରୀଙ୍କୁ କରୁଛନ୍ତି ଶିକାର। ସେମାନଙ୍କ ମୋବାଇଲ ନମ୍ବରକୁ ନେଇ ପରୀକ୍ଷାରେ ଅଧିକ ମାର୍କ କରେଇଦେବା ନାଁରେ ସେମାନଙ୍କୁ ଭଡାଟିଆ କୋଚିଂ ସେଣ୍ଟରକୁ ଡାକୁଛନ୍ତି ହେଲେ ସେମାନଙ୍କ ଠାରୁ ଶେଷ ମୁହୁର୍ତରେ ପଇସା ନେଇଗଲା ପରେ ରେଜଲ୍ଟ କରେଇବେ ଦୂରର କଥା ଓଲଟି ପରୀକ୍ଷାରେ ଉତୀର୍ଣ୍ଣ କରେଇବା କଷ୍ଟକର ହୋଇପଡୁଛି । ନୂଆ କରି କଲେଜକୁ ଆସୁଥିବା ଛାତ୍ର ଛାତ୍ରୀ ମାନେ କିଛି ଜାଣିନଥିବାରୁ ବାରମ୍ବାର ସେମାନଙ୍କ ଫାଇଦା ଉଠାଉଛନ୍ତି ଏହି ଅଧ୍ୟାପକ ଓ ଅଧ୍ୟାପିକାମାନେ। ପଟ୍ଟାମୁଣ୍ଡାଇ ର ଗଳି କନ୍ଦିରେ ଘରୋଇ କୋଚିଂ ସେଣ୍ଟର  ମାଲିକ ଙ୍କ ସହ ସମ୍ପର୍କ କରି ନିଜ କାୟା ବିସ୍ତାର କରୁଛନ୍ତି ଏହି ଅଧ୍ୟାପକ ମାନେ, କେବଳ ଅଧିକ ଟଙ୍କା ଲୋଭରେ। ଏହା ଦ୍ୱାରା ତିନୋଟି କ୍ଷତି ଘଟୁଛି କଲେଜ ଓ ଛାତ୍ର ଛାତ୍ରୀ ମାନଙ୍କର। ପ୍ରଥମ ତ ଯେଉଁ ଛାତ୍ର ଛାତ୍ରୀଙ୍କୁ ଏମାନେ ମାର୍କ ଦେବାର ପ୍ରଲୋଭନ ଦେଖାଇ କୋଚିଂ ସେଣ୍ଟର କୁ ଡାକୁଛନ୍ତି ସେମାଙ୍କୁ ଉଚିତ ଶିକ୍ଷା ଦେଉନାହାନ୍ତି ଯାହା ଦ୍ୱାରା ସେମାନଙ୍କ ଭବିଷ୍ୟତ ନଷ୍ଟ ହେଉଛି। ଦ୍ୱିତୀୟତ ଯେଉଁ ମେଧାବୀ ଛାତ୍ର ଛାତ୍ରୀ ମାନେ କଲେଜ ରେ ଭଲ ପାଠ ପଢୁଛନ୍ତି ସେମାନଙ୍କ ପ୍ରତି ନିଜ କୋଚିଂର ମର୍ଯ୍ୟାଦା ପାଇଁ ପକ୍ଷପାତିତା କରୁଛନ୍ତି ଏହି ଅଧ୍ୟାପକ ମାନେ। ତୃତୀୟତ କଲେଜର ଅଧ୍ୟାପକ ମାନେ ବ୍ୟକ୍ତିଗତ ଘରୋଇ କୋଚିଂ ସେଣ୍ଟର ଶହ  ସମ୍ପର୍କ ରଖିବାରୁ କଲେଜର ଶିକ୍ଷା ଉପରୁ ବାକି ଛାତ୍ର ଛାତ୍ରୀଙ୍କର ଭରସା ତୁଟିଯାଉଛି। ଅନ୍ୟ ପଟେ ଏହି ଅଧ୍ୟାପକ ମାନେ ଘରୋଇ କୋଚିଂ ସେଣ୍ଟରରେ ଅଧିକ ସମୟ କାଟୁଥିବା ବେଳେ କଲେଜରୁ ଦରମା ପାଇ ଠିକ ସମୟରେ ଶ୍ରେଣୀ ପରିଚାଳନା କରି ପାରୁ ନାହାଁନ୍ତି କିମ୍ବା ଅଧିକ ସମୟ କଲେଜରେ ରହୁ ନାହାଁନ୍ତି। ବିଶେଷ କଥା ରହିଛି ଏହି ସମସ୍ୟା କଲେଜରେ ଦୀର୍ଘ ଦିନ ଧରି ଚାଲି ଆସୁଥିବାରୁ   ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଏହାକୁ ରୋକ ଲଗାଇଛନ୍ତି। ଅଧ୍ୟାପକ ମାନଙ୍କୁ କଡା ନିର୍ଦ୍ଧେଶ ଦେଇ କହିଛନ୍ତି କୌଣସି ଅଧ୍ୟାପକ ବ୍ୟକ୍ତିଗତ ଘରୋଇ କୋଚିଂ  ସେଣ୍ଟର  ରେ ପଢ଼ାଇ ବେ ନାହିଁ, ତାହା ସହିତ ଉଚିତ ସମୟରେ ନିଜ କ୍ଲାସ କଲେଜରେ କରିବେ ଓ ଅଧିକ ସମୟ କଲେଜ ରେ କାଟିବେ କିନ୍ତୁ କଲେଜ ଅଧ୍ୟକ୍ଷଙ୍କ ଏଭଳି ନିର୍ଦ୍ଧେଶ କୁ ମାନି ନାହାଁନ୍ତି ସେହି ଅଧ୍ୟାପକ ମାନେ ଅଧିକ ଟଙ୍କା ଲୋଭରେ ଲୁଚି ଛପି ପୁଣି ଚଳାଇ ଛନ୍ତି ନିଜ ବ୍ୟକ୍ତିଗତ କୋଚିଂ ସେଣ୍ଟର। ସବୁଠୁ ବଡ଼ କଥା ରହିଛି ଏହି ଅଧ୍ୟାପକ ମାନେ କଲେଜର ଆଡ଼ମିସନ ଦାଇତ୍ୱରେ ରହିଥିବାରୁ ଏଭଳି କଳା ବଜାରୀ ଧନ୍ଦା କରିବାକୁ ବଡ଼ ଚାନ୍ସ ମିଳୁଛି। ତେଣୁ ଏହି ଅଧ୍ୟାପକ ମାନଙ୍କୁ କଲେଜର ଆଡମିନ ଦାଇତ୍ୱ ନ ଦେବାକୁ କଲେଜ ଅଧ୍ୟକ୍ଷଙ୍କୁ ଅଭିଭାବକ ମାନେ ନିବେଦନ କରିଛନ୍ତି। ପଟ୍ଟାମୁଣ୍ଡାଇ ରେ ବହୁ ବେନାମୀ କୋଚିଂ ସେଣ୍ଟର ବିନା ଅନୁମତିରେ କେମିତି ଖୋଲି ଛି ତାହା ଜିଲ୍ଲା ଶିକ୍ଷା ବିଭାଗ ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି।ଯଦି ଜିଲ୍ଲା ଶିକ୍ଷା ପ୍ରଶାସନ ଏହି ଘୋରୋଇ କୋଚିଂ ସେଣ୍ଟର ଉପରେ ଚଢାଉ କରନ୍ତେ ତାହା ହେଲେ ପଟ୍ଟାମୁଣ୍ଡାଇ ଅଞ୍ଚଳ ର ଛାତ୍ର ଓ ଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧକାର କୁ ଗତି କରନ୍ତା ନାହିଁ ଓ କଲେଜ ରେ ଠିକ୍ ଭାବରେ କଲେଜ ରେ ପାଠ ପଢ଼ାଇବା ସହିତ କଲେଜ ର ଛାତ୍ର ଓ ଛାତ୍ରୀ ସଫଳତା ପାଇବେ।

ସଞ୍ଜୟ କୁମାର ପଣ୍ଡା ,ବିଶେଷ ଖବର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି।