ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଓ ନାଗରିକ ପ୍ରତିଭା ସମ୍ମାନ ସମାରୋହ .

ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଓ ନାଗରିକ ପ୍ରତିଭା ସମ୍ମାନ ସମାରୋହ .
ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ସାଂସକୃତିକ ଅନୁଷ୍ଠାନ ହପି ଇଣ୍ଡିଆ ମୋମେଣ୍ଟ ପକ୍ଷରୁ ଜାତୀୟ ସ୍ତରୀୟ ପ୍ରତିଭା ସମ୍ମାନ ସମାରୋହ ପୂରୀ ର ସଂସ୍କୃତି ଭବନ ରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ଟି ଆନୁଷ୍ଠାନିକ ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ତତ୍ବାବଧାନରେ ଆୟୋଜିତ ହୋଇଥିବା ବେଳେ ରାଜ୍ୟ ସଭା ସାଂସଦ ସୁଭାସିସ ଖୁଣ୍ଟିଆ, ମୁଖ୍ୟ ଅଟିଥି,ସମ୍ମାନିତ ଅତିଥି ରୂପେ ପ୍ରଫେସର ଦାସ ବେନହୁର, ଶ୍ରୀମତୀ ଶୁଭ୍ରା ପଣ୍ଡା ସମ୍ମାନିତ ଅତିଥି ରୂପେ। ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ସୁଭାସିସ ଖୁଣ୍ଟିଆଙ୍କ ଦ୍ଵାରା ଚିତାକର୍ଷକ ଭାଷଣ ଓ ପରବର୍ତ୍ତୀ ମୁହୂର୍ତ୍ତ ରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇ ଥିଲା ଏଥିରେ ପ୍ରତିଭା ସମ୍ମାନ 2025 ଶ୍ରୀ ପ୍ରଦୀପ କୁମାର ଚୌଧୁରୀ ଶିକ୍ଷକ ଙ୍କୁ ସମ୍ମାନୀତ କରାଯାଇଥିଲା ଏବଂ ରାଜ୍ୟ ପ୍ରତିନିଧି ଭାବେ ଘୋଷଣା କରାଯାଇଥିଲା, ଓ ବିପିନ ବିହାରୀ ବିଶ୍ବାଳଙ୍କୁ ଦିଆ ଯାଇଥିବା ବେଳେ ଆନ୍ତର୍ଜାତୀୟ ସ୍ତରୀୟ ସ୍ଵର୍ଣ୍ଣ ମହିଳା ଭାବେ ରାୟଗଡ଼ା ର କ୍ୟାପଟେନ ରୀତା ରାଣୀ ମିଶ୍ର, ସୁଜାତା ମାଦଳା ଓ ସଂଯୁକ୍ତା ମିଶ୍ର ଙ୍କୁ ପ୍ରଦାନ କରାଯାଇଛି l ଦ୍ୱିତୀୟ ପର୍ଯ୍ୟାୟ ରେ ସାରସ୍ଵତ ମହାକୁଂଭ ବିଷୟରେ ଆଲୋଚନା କରା ଯାଇଥିଲା l କାର୍ଯ୍ୟକ୍ରମ ମଧ୍ୟ ରେ ଶିଶୁ କଳାକାରଙ୍କ ଦ୍ୱାରା ଚିତା କର୍ଷକ ନୃତ୍ୟ ପରିବେଷଣ କରାଯାଇ ଥିଲା
ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର