ନୟାଗଡ଼ କଲେଜରେ ସେବା ନିବୃତ ସମ୍ବର୍ଦ୍ଧନା

ନୟାଗଡ଼ କଲେଜରେ ସେବା ନିବୃତ ସମ୍ବର୍ଦ୍ଧନା

ନୟାଗଡ଼, ୦୩. ୦୮: ନୟାଗଡ ସ୍ଵଂୟଶାସିତ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମ୍ମିଳନୀ କକ୍ଷରେ ସେବା ନିବୃତ୍ତି ସମ୍ବର୍ଦ୍ଧନା ଉତ୍ସବ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରକାଶ କୁମାର ରାଉତ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l ପ୍ରାକ୍ତନ ଅଧ୍ୟକ୍ଷ ଡ଼. ବିପିନ କୁମାର ପଟ୍ଟନାୟକ, ମନସ୍ତତ୍ବ ବିଭାଗର ପ୍ରାକ୍ତନ ମୁଖ୍ୟ ମୌସୁମୀ ମହାପାତ୍ର, ବରିଷ୍ଠ କିରାଣୀ ସରୋଜ କୁମାର ପଟ୍ଟନାୟକ, ରାସାୟନ ବିଜ୍ଞାନ ବିଭାଗର ବରିଷ୍ଠ ବିଜ୍ଞାନଗାର ପ୍ରଦର୍ଶକ ଶେଷଦେବ ରାଉତ ଓ ଷ୍ଟୋର କିପରି ଜଗଦୀଶ ଚୌଧୁରୀଙ୍କୁ ଉତ୍ତରୀୟ, ମାନପାତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l

ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ନିଜ ନିଜର ଅନୁଭୂତି ବାଣ୍ଟିଥିଲେ l ଏହି କାର୍ଯ୍ୟକ୍ରମକୁ ଗୀତାରାଣୀ ତ୍ରିପାଠୀ ସଂଯୋଜନା କରିଥିବାରୁ ବେଳେ ଅମ୍ରିତା କର ଓ ଦିଲ୍ଲୀପ କୁମାର ଦାସ ସହଯୋଗ କରିଥିଲା l ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ l