ଓଡ଼ିଶାରେ ଏଥର ଟେକ୍ ବିପ୍ଳବ
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ହେଲା ୨ଟି ଚୁକ୍ତି। HCLTech ଓ 'ସର୍ଭମ AI' ସହ ୨ଟି ଚୁକ୍ତି। ପ୍ରତିଷ୍ଠା ହେବ ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର ସହ AI ପାର୍କ। ୭୩୦ କୋଟି ପୁଞ୍ଜିନିବେଶରେ ହେବ ପ୍ରତିଷ୍ଠା।
ଓଡ଼ିଶାରେ ଏଥର ଟେକ୍ ବିପ୍ଳବ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ HCLTech ଓ 'ସର୍ଭମ AI' ସହ ସ୍ବାକ୍ଷରିତ ହେଲା ୨ଟି ଚୁକ୍ତି। ୭୩୦ କୋଟି ପୁଞ୍ଜିନିବେଶରେ ପ୍ରତିଷ୍ଠା ହେବ ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର ସହ AI Park । ନିଯୁକ୍ତି ପାଇବେ ୬ ହଜାରରୁ ଅଧିକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହାଦ୍ବାରା ଓଡ଼ିଶାରେ ଟେକ୍ନୋଲୋଜି-ଭିତ୍ତିକ ଆର୍ଥିକ ଅଭିବୃଦ୍ଧି ଅଧିକ ସୁଦୃଢ଼ ହେବା ସହ ହଜାର ହଜାର ଯୁବକ-ଯୁବତୀଙ୍କ ପାଇଁ ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ସୂଚନା ଅନୁସାରେ, ଏହି ଦୁଇଟି ପ୍ରକଳ୍ପରେ ଆସନ୍ତା ୫ ବର୍ଷରେ ପ୍ରାୟ ୧୫ ହଜାର କୋଟି ଟଙ୍କା ବିନିଯୋଗ ହେବ। ସୂଚନା ଅନୁସାରେ, ସର୍ଭମ୍ ଏଆଇ ଓଡିଆ ସହିତ ସମସ୍ତ ପ୍ରମୁଖ ଭାରତୀୟ ଭାଷାରେ AI ପ୍ଲାଟଫର୍ମ ଓ AI ଆପ୍ଲିକେସନ୍ ପ୍ରସ୍ତୁତ କରିବାରେ ସଫଳ ହୋଇଛି। ଓଡିଶାରେ ଏହି AI ପାର୍କ ଓ ଡାଟା ସେଣ୍ଟର ପ୍ରତିଷ୍ଠା ହେବା ଫଳରେ ଓଡିଶାରୁ ହିଁ ଓଡିଆ ସହିତ ବିଭିନ୍ନ ଭାରତୀୟ ଭାଷାରେ କୃତ୍ରିମ ବୁଦ୍ଧିମତାର ସେବା ଉପଲବ୍ଧ ହୋଇପାରିବ।


admin 
