ବନ୍ଧୁତା ଦିବସ : ଏକ ପବିତ୍ର ଓ ଅମୂଲ୍ୟ ସମ୍ପର୍କର ଉତ୍ସବ
ବନ୍ଧୁତା ହେଉଛି ସଂସାରର ସବୁଠାରୁ ନିଆରା ଏବଂ ପବିତ୍ର ସମ୍ପର୍କ । ରକ୍ତର ସମ୍ପର୍କ ନଥାଇ ମଧ୍ୟ ଯେଉଁ ବନ୍ଧନରେ ସ୍ନେହ, ଶ୍ରଦ୍ଧା ଏବଂ ବିଶ୍ୱାସ ଭରି ରହିଥାଏ ତାହାକୁ ବନ୍ଧୁତା କୁହାଯାଏ । ଜୀବନର ଖୁସି ହେଉ ବା ଦୁଃଖ, ସବୁ ପରିସ୍ଥିତିରେ ଯିଏ ବିନା କୌଣସି ସର୍ତ୍ତରେ ଆମ ସାଥୀରେ ଠିଆ ହୁଏ, ସିଏ ହିଁ ଜଣେ ପ୍ରକୃତ ବନ୍ଧୁ ।
ବନ୍ଧୁତା ଏକ ଏମିତି ଆଇନା ଯାହା ଆମର ଭୁଲ୍ ସମୟରେ ଆମକୁ ସତର୍କ କରାଏ ଏବଂ ସଫଳତା ସମୟରେ ଆମଠାରୁ ଅଧିକ ଖୁସି ହୁଏ। କୁହାଯାଏ ଯେ ଜଣେ ଭଲ ବନ୍ଧୁ ପାଇବା ଭାଗ୍ୟର କଥା ଏବଂ ସେହି ବନ୍ଧୁତାକୁ ସାରା ଜୀବନ ବଞ୍ଚାଇ ରଖିବା ଏକ କଳା ।
ବନ୍ଧୁତା କେବଳ ଗୋଟିଏ ଦିନ ପାଇଁ ସୀମିତ ନୁହେଁ, ଏହା ଏକ ଆଜୀବନର ପ୍ରତିଶ୍ରୁତି । ଜଣେ ଭଲ ବନ୍ଧୁ ଜୀବନର ରାସ୍ତାକୁ ସହଜ ଏବଂ ସୁନ୍ଦର କରିଦିଏ । ଏହି ବନ୍ଧୁତା ଦିବସରେ ଆସନ୍ତୁ ଆମେ ଆମର ସମସ୍ତ ବନ୍ଧୁଙ୍କୁ ପ୍ରତିଶ୍ରୁତି ଦେବା ଯେ ଆମେ ସବୁବେଳେ ସେମାନଙ୍କ ସାଥୀରେ ରହିବା ଏବଂ ଏହି ସମ୍ପର୍କର ମର୍ଯ୍ୟାଦା ରଖିବା । ସମସ୍ତ ବନ୍ଧୁମାନଙ୍କୁ ବନ୍ଧୁତା ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।


admin 
