୫୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ କୋର୍ଟ କ୍ଲର୍କ
ଜାମିନବିହୀନ ଗିରଫ ପରୱାନା ମାମଲା ରଫାଦଫା ପାଇଁ ଦାବି କରିଥିଲେ ଲାଞ୍ଚ
ମାଥିଲି, ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମାଥିଲି କୋର୍ଟର ବେଞ୍ଚ କ୍ଲର୍କ ଅଚ୍ୟୁତ କୁମାର ପ୍ରଧାନ। ଏକ ମାମଲାରେ ଜାମିନବିହୀନ ଗିରଫ ପରୱାନା ସମ୍ପର୍କିତ ମାମଲାକୁ ରଫାଦଫା କରିବା ପାଇଁ ସେ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା।
ଅଭିଯୋଗ ପାଇବା ପରେ ଜୟପୁର ଭିଜିଲାନ୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଯୋଜନାବଦ୍ଧ ଭାବେ ଚଢ଼ାଉ କରିଥିଲା। ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଅଚ୍ୟୁତ କୁମାର ପ୍ରଧାନଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଥିବା ଜଣାପଡ଼ିଛି।
ଏହାପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ତଲାସି ଜାରି ରହିଛି। ତଲାସି ସମୟରେ କେତେ ପରିମାଣର ସମ୍ପତ୍ତି, ନଗଦ ଟଙ୍କା କିମ୍ବା ଅନ୍ୟାନ୍ୟ ତଥ୍ୟ ମିଳିଛି, ସେନେଇ ଭିଜିଲାନ୍ସର ସମ୍ପୂର୍ଣ୍ଣ ତଦନ୍ତ ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ। ଘଟଣାକୁ ନେଇ ମାଥିଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
(ମାଥିଲି ରୁ ପ୍ପେଶଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)


admin 
