"ନୟାଗଡ଼ରେ ବିଜେଡି ଛାଡ଼ି ବିଜେପିରେ ବିପୁଳ ମିଶ୍ରଣ"
ନୟାଗଡ ୦୯।୦୯ସ୍ଥାନୀୟ ପୁରୁଣା ରାଜବାଟୀସ୍ଥିତ ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟାଳୟ ଠ।ରେଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଲୋକାଭିମୁଖୀ ଶାସନ ଓ ବିକାଶମୁଖୀ ନୀତି ପ୍ରତି ଆକୃଷ୍ଟ ହୋଇ ବିଜେଡିର ବହୁ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।
ଏଥିସହ ନୟାଗଡ଼ରେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ (ରାଣୀ ମା')ଙ୍କ ଭୟମୁକ୍ତ, ଭ୍ରଷ୍ଟାଚାରମୁକ୍ତ ଓ ବିକାଶମୁଖୀ ନୟାଗଡ଼ ଗଠନର ସଂକଳ୍ପ ଏବଂ ଦୃଢ଼ ନେତୃତ୍ୱକୁ ପାଥେୟ କରି ବିରୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିରୁଡ଼ା, ପାଣ୍ଡେରୀ ପାଟଣା, ମର୍ଦ୍ଦରାଜପୁର ଓ ବାଘରା ଗ୍ରାମର ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ଓ କାର୍ଯ୍ୟକର୍ତ୍ତା ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିରେ ଯୋଗଦାନ କରିଛନ୍ତି।
ବିରୁଡ଼ା ଗ୍ରାମ ପଞ୍ଚାୟତର ପଞ୍ଚାୟତ ପ୍ରମୁଖ ଗୌରାଙ୍ଗ ଦଶ, ପଞ୍ଚାୟତ ସଭାପତି ଅନନ୍ତ ଚରଣ ଲେଙ୍କା, ମନୋଜ ଖଟୁଆ, ପ୍ରକାଶ ପଳେଇ ଏବଂ ମନୋଜ ମିଶ୍ରଙ୍କ ନେତୃତ୍ୱରେ ଏହି ଯୋଗଦାନ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟୁଷା ରାଜେଶ୍ୱରୀ ସିଂ (ରାଣୀ ମା')ଙ୍କ ଉପସ୍ଥିତିରେ ନୂତନ କାର୍ଯ୍ୟକର୍ତ୍ତାମାନେ ବିଜେପିର ଦଳୀୟ ଉତ୍ତରୀୟ ପରିଧାନ କରି ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ।
ସେହିପରି ସାମ୍ପ୍ରତିକ ସମୟରେ 'ଜେନ୍-ଜି' ଯୁବଗୋଷ୍ଠୀଙ୍କ ରାଜନୈତିକ ସଚେତନତା ଓ ସକ୍ରିୟତା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ, ନିକଟରେ ଗତ ୦୪.୦୯.୨୦୨୬ରେ ଇଟାମାଟି ଗ୍ରାମର ୱାର୍ଡ ନଂ-୧୪ର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଜେନ୍-ଜି ଯୁବକ-ଯୁବତୀ ଇଟାମାଟି ମଣ୍ଡଳ ସଭାପତି ବିଷ୍ଣୁ ପ୍ରସାଦ ସାହୁଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହୋଇଥିଲେ।
ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ପୁନର୍ବାର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ବିଜୁ ଜନତା ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି।
ଉକ୍ତ ମିଶ୍ରଣ ପର୍ବକୁ ନୟାଗଡ଼ ନଗର ମଣ୍ଡଳ ପ୍ରଭାରୀ ତଥା ପୂର୍ବତନ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ନସିର ଅହମଦ (ନସ) ଏବଂ ନୟାଗଡ଼ ନଗର ମଣ୍ଡଳ ପ୍ରତିନିଧି ତଥା ଓଡ଼ଗାଁ ଏନ୍.ଏ.ସି. ମଣ୍ଡଳ ସହ-ପ୍ରଭାରୀ ରଂଜନ ରଶ୍ମି ଜେନା ପରିଚାଳନା କରିଥିଲେ।
ଏହି ଅବସରରେ ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ବିଜେପି ଉପ-ସଭାପତି ମାଧବ ବେହେରା (ପାଗଳ), ଇଟାମାଟି ମଣ୍ଡଳ ପ୍ରତିନିଧି ରାଜକିଶୋର ପୃଷ୍ଟି, ଇଟାମାଟି ମଣ୍ଡଳ ପ୍ରଭାରୀ ରମେଶ ପ୍ରଧାନ, ଲାଠିପଡ଼ା ମଣ୍ଡଳ ସଭାପତି ଦିଲ୍ଲୀପ ପ୍ରଧାନ, ଭାଟସାହି ମଣ୍ଡଳ ସଭାପତି ଅକ୍ଷୟ କୁମାର ନାୟକଙ୍କ ସମେତ ମହିଳା ମୋର୍ଚ୍ଚାର ପ୍ରମିଳା ମୁଦୁଲି, ସୁଜାତା ତ୍ରିପାଠୀ ଓ ରଂଜିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଉପସ୍ଥିତ ବିଜେପି ନେତୃବୃନ୍ଦ ନବାଗତ କାର୍ଯ୍ୟକର୍ତ୍ତାମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।
ଏହି ବିଶାଳ ମିଶ୍ରଣ ପର୍ବ ନୟାଗଡ଼ରେ ବିଜେପି ପ୍ରତି ଜନସାଧାରଣଙ୍କ ବଢ଼ୁଥିବା ଆସ୍ଥା, ଯୁବପିଢ଼ିଙ୍କ ଆକର୍ଷଣ ଏବଂ ଦଳର ସାଂଗଠନିକ ଶକ୍ତିକୁ ଆହୁରି ସୁଦୃଢ଼ କରିଥିବା ବିଜେପି ନେତୃବୃନ୍ଦ ପ୍ରକାଶ କରିଛନ୍ତି ।
ଆଶୋକ କୁମାର ସ।ଥୁଆ ,ଜିଲ୍ଲା ପ୍ରତିନିଧି ନୟାଗଡ଼


admin 
