ମୋଟୁ MV-79 JMFC କୋର୍ଟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ମାଲକାନଗିରି ଜିଲ୍ଲାର ମୋଟୁ (MV-79) ସ୍ଥିତ ମାନ୍ୟବର ଜେ.ଏମ୍.ଏଫ୍.ସି. କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ମାନ୍ୟବର JMFC ତଥା ତାଲୁକ ଆଇନ ସେବା କମିଟି (TLSC)-ର ଅଧ୍ୟକ୍ଷ ଶ୍ରୀ ଅନୁସମ ଦାସ ଉପସ୍ଥିତ ରହି ଲୋକ ଅଦାଲତର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଲୋକ ଅଦାଲତ ମାଧ୍ୟମରେ ଆପୋଷ ବୁଝାମଣା ଯୋଗ୍ୟ ବିଭିନ୍ନ ମାମଲାର ସଫଳ ସମାଧାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ TLSC ରିମାଣ୍ଡ ଆଡଭୋକେଟ୍ ଶ୍ରୀ ହିରୋଜ କୁମାର ପାଣିଗ୍ରାହୀ, ଆଡଭୋକେଟ୍ ଶ୍ରୀ ବିପ୍ଳବ ଦତ୍ତ, ଶ୍ରୀ ମାନସ ହାଲଦାର, ଶ୍ରୀ ଲକ୍ଷ୍ମଣ ଥାପା, ଶ୍ରୀ ବିବେକାନନ୍ଦ ନାଥ, ଶ୍ରୀ ପ୍ରଶାନ୍ତ କୁମାର ହରିଜନ, ଶ୍ରୀ ଜୟଦେବ ରଙ୍ଗ ଓ ଶ୍ରୀ ଦୀପକ ଦତ୍ତଙ୍କ ସମେତ କୋର୍ଟର ସମସ୍ତ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ।
ଏଥିସହ ବହୁ ସଂଖ୍ୟାରେ ଲିଟିଗାଣ୍ଟ (Litigants) ଓ ସାଧାରଣ ଲୋକ ଉପସ୍ଥିତ ରହି ଲୋକ ଅଦାଲତର ଆପୋଷ ସମାଧାନ ଓ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ସଫଳ କରିଥିଲେ।
ଲୋକ ଅଦାଲତ — ଆପୋଷ ସମାଧାନର ମାଧ୍ୟମ, ତ୍ୱରିତ ନ୍ୟାୟର ପଥ।


admin 
