ଅବୈଧ ଇଟା ଭାଟି ଉପରେ ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ

ଅବୈଧ ଇଟା ଭାଟି ଉପରେ ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ

ଅବୈଧ ଇଟା ଭାଟି ଉପରେ ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ

ପ୍ରଶାସନ ଦ୍ୱାରା ଧାରା ୧୬୩ BNSS ଉଲ୍ଲଂଘନ କରିଥିବା ଦୁଇଟି ଚିମ୍ନି ଇଟା ଭାଟି—ବେଗୁନିଆ ଛକ, ହରିପୁର (ରେମୁଣା ତହସିଲ) ର Gold Bricks ଏବଂ ନଗ୍ରମ୍ RI ସର୍କଲ, ମୌଜା କାଳୀପୁର (ସଦର ତହସିଲ) ର Steel Bricks—କୁ ଭଙ୍ଗାଯାଇଛି।

ନିଷେଧ ସତ୍ତ୍ୱେ ଇଟା ପୋଡ଼ା କାର୍ଯ୍ୟ ଚାଲୁ ରଖି ଭାରୀ ପରିବେଶ ପ୍ରଦୂଷଣ ସୃଷ୍ଟି କରିଥିବାରୁ, ଉପଜିଲ୍ଲାପାଳ, ବାଲେଶ୍ୱରଙ୍କ ଆଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ସେ ନେତୃତ୍ତ୍ବ ନେଇଥିଲା ବେଳେ ରେମୁଣା ଓ ସଦର ତହସିଲଦାର ଓ ତାଙ୍କ ସହିତ ପୋଲିସ ଓ ଫାୟାର ଟିମ୍ ଉପସ୍ଥିତ ଥିଲେ।

ଏହା ସହିତ ପ୍ରାୟ ୧,୦୦,୦୦୦ ପକା ଓ କଚ୍ଚା ଇଟ୍‌କୁ ଧ୍ୱଂସ କରାଯାଇଛି ଏବଂ ଗୋଟିଏ ଚିମ୍ନିକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି।

ଏପରି ଉଲ୍ଲଂଘନ ଉପରେ ଆଗାମୀ ଦିନରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପ୍ରଶାସନ ସଚେତନ କରିଛି।