ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ

ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ

ନୟାଗଡ଼, ତା.୧୧. ୦୯. -ନୟାଗଡ଼ ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ନୂତନ ଗୃହ ସାଂସଦ ପୁରୀ ଡା. ସମ୍ବିତ ପାତ୍ର ଙ୍କ କର କମଳରେ ଶୁଭ ଉଦଘାଟିତ ହୋଇଯାଇଛି |

ଏହି ଲୋକାର୍ପଣ ଉତ୍ସବ ଅବସରରେ ସମ୍ମାନିତ ଅତିଥି ଭାବେ ବିଧାୟକ ନୟାଗଡ଼ ଡ଼ଃ ଅରୁଣ କୁମାର ସାହୁ, ଅଧକ୍ଷ, ଜିଲ୍ଲା ପରିଷଦ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିବନ୍ଧକ ବିଜୟାନନ୍ଦ ନାୟକ, ଜିଲ୍ଲା ଉପ ନିବନ୍ଧକ ଡ଼ଃ ସ୍ଵାତିଲେଖା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ଲ

ଏହି ନୂତନ କାର୍ଯ୍ୟାଳୟଟି ଏକ କୋଟି ଚାଳିଶି ଲକ୍ଷ ଛଅଷଠି ହଜାର ବ୍ୟୟ ଅଟକଳରେ ନିର୍ମିତ ହୋଇଅଛି ଯାହାଫଳରେ ଜିଲ୍ଲାର ସମୁଦାୟ ୨୬୩ ରାଜସ୍ବ ଗ୍ରାମର ଜନସାଧାରଣ ଉପକୃତ ହେବେ ଲ

ଏହି ଅବସରରେ ମୋହରୀ ସଙ୍ଘ ର ସଭାପତି କ୍ଷୀରୋଦ କୁମାର ମହାପାତ୍ର, ସମସ୍ତ ମୋହରୀ, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ l 

ଆଶୋକ କୁମାର ସାଥୁଆ ,ଜିଲ୍ଲା ପ୍ରତିନିଧି ନୟାଗଡ଼