କୁଡୁମୁଲୁଗୁମାରେ ଶକ୍ତି ଶ୍ରୀ ଯୋଜନାର କ୍ୟାରିୟର କାଉନସେଲିଂ ଓ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ
ଛାତ୍ରୀଙ୍କୁ ଭବିଷ୍ୟତ କ୍ୟାରିୟର ଚୟନ ଓ ଆତ୍ମବିଶ୍ୱାସ ବୃଦ୍ଧି ନେଇ ପରାମର୍ଶ
ମାଥିଲି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ କୁଡୁମୁଲୁଗୁମା, ଡାରୱିନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ, କୁଡୁମୁଲୁଗୁମା ପରିସରରେ ଶକ୍ତି ଶ୍ରୀ ଯୋଜନା ଅଧୀନରେ କ୍ୟାରିୟର କାଉନସେଲିଂ ଓ ବ୍ୟକ୍ତିତ୍ୱ ବିକାଶ ସମ୍ପର୍କିତ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଗୁପ୍ତ ମାଡ଼ି ମୁଖ୍ୟ ଅତିଥି ଏବଂ ବରିଷ୍ଠ ସହକାରୀ ନିୟୋଜନ ଅଧିକାରୀ ଚିନୁ କୁମାର ଯୋଗ ଦେଇଥିଲେ।
ମୁଖ୍ୟ ଅତିଥି ଶ୍ରୀ ଗୁପ୍ତ ମାଡ଼ି ଉପସ୍ଥିତ ଛାତ୍ରୀମାନଙ୍କୁ ନିଜର ରୁଚି, ଦକ୍ଷତା, ଯୋଗ୍ୟତା ଓ ଲକ୍ଷ୍ୟକୁ ଆଧାର କରି ଉପଯୁକ୍ତ କ୍ୟାରିୟର ଚୟନ କରିବା ନେଇ ବିସ୍ତୃତ ପରାମର୍ଶ ଦେଇଥିଲେ। ନିଜର ଶକ୍ତି ଓ ଦୁର୍ବଳତାକୁ ଚିହ୍ନଟ କରି ଭବିଷ୍ୟତ ପାଇଁ ସଠିକ୍ ନିଷ୍ପତ୍ତି ନେବା ସହ ଲକ୍ଷ୍ୟ ହାସଲ ପାଇଁ ନିରନ୍ତର ପ୍ରୟାସ କରିବାକୁ ସେ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।
ସେହିପରି ବ୍ୟକ୍ତିତ୍ୱ ବିକାଶ କ୍ଷେତ୍ରରେ ଆତ୍ମବିଶ୍ୱାସ, ଯୋଗାଯୋଗ ଦକ୍ଷତା, ସକାରାତ୍ମକ ଚିନ୍ତାଧାରା, ଉତ୍ତମ ଆଚରଣ ଓ ନେତୃତ୍ୱ ଗୁଣର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ସହ ଆତ୍ମବିଶ୍ୱାସର ସହିତ ଜୀବନରେ ଆଗକୁ ବଢ଼ିବା ପାଇଁ ଏହି ଗୁଣଗୁଡ଼ିକର ବିକାଶ ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମ ଶେଷରେ ଶକ୍ତି ଶ୍ରୀ ସଂଯୋଜିକା ସଞ୍ଜିତା ଖୋସ୍ଲା ମୁଖ୍ୟ ଅତିଥି, ଅଧିକାରୀ, ମହାବିଦ୍ୟାଳୟର କର୍ମଚାରୀ ଓ ଉପସ୍ଥିତ ସମସ୍ତ ଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟ କର୍ମଚାରୀ ଯୋହନ କରା, ବିଶ୍ୱଜିତ୍ ମହାନ୍ତି, ମଧୁମିତା ବିଶ୍ୱାଳ, ଶ୍ରୀଦେବୀ ପରିଡ଼ା, ପୁନମ ପ୍ରିୟଦର୍ଶିନୀ ଦାସ ଓ ତୃପ୍ତିମୟୀ ଜେନାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
(ମାଥିଲି ରୁ ପ୍ପେଶଲ ରିପଟ ର ଶିବପ୍ରସାଦ ପରିଛା)


admin 
