ଏବର ଗାଇସିଲେଟ ସ୍କୁଲ ନା ପରିବର୍ତ୍ତନ ଓ ନବମ, ଦଶମ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ  l

ଏବର ଗାଇସିଲେଟ ସ୍କୁଲ ନା ପରିବର୍ତ୍ତନ ଓ ନବମ, ଦଶମ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ  l

ଏବର ଗାଇସିଲେଟ ସ୍କୁଲ ନା ପରିବର୍ତ୍ତନ ଓ ନବମ, ଦଶମ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ  l

ପଦ୍ମପୁର ଉପଖଣ୍ଡ :-20--11- 25  ବି. ଖ. ରିପୋର୍ଟ ) ଯୁଗ ପାରିବର୍ତଙ୍କୁ ସରକାର ପରିବର୍ତ୍ତନ ହେବା ବେଳେ ପୁରୁଣା ସ୍କୁଲ ନାମ ଗୁଡିକ ସରକାର ପରିବର୍ତ୍ତନ କରିଛନ୍ତି l ଆଗରୁ ଓଡ଼ିଶାରେ ରାଜ୍ୟ ସରକାର ନବୀନ ସରକାର ଥିବା ବେଳେ ନିଜର ରଙ୍ଗ ସବୁଜ ଓ ଶଙ୍ଖ ଚି଼ହ୍ନକୁ ନେଇ ହୋଇଥିବା ବେଳେ ବର୍ତ୍ତମାନ ସମ୍ପୂର୍ଣ ବଦଳି ଯାଇଛି l ଆଜି ଏହି ପ୍ରସଙ୍ଗରେ ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ଗାଇସିଲେଟର ସରକାରୀ ନୋଡାଲ ଉଚ୍ଚ ଇଂରାଜୀ ବିଦ୍ୟାଳୟ ବଦଳରେ ପି.ଏମ. ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଭାବେ ନାମିତ ହୋଇ ଯାଇଛି l ଏହା ସଂଗେ ଛାତ୍ରଛାତ୍ରୀଙ୍କ ସ୍କୁଲ ପୋଷାକ ମଧ୍ୟ ପୂର୍ଣ୍ଣ ଭାବରେ ପରିବର୍ତନ ହୋଇ ଯାଇଛି l ଜଣା ପଡୁଛି ଯେତେ ସରକାର ଗାଦିରେ ଉପଵେଶନ କରିବେ ସେତିକି ପରିବର୍ତ୍ତନ ହେବ l ଜଣା ପଡୁଛି ଏହା ଏକ ସରକାର ସରକାରଙ୍କ ମଧ୍ୟରେ ଟଣା ଓଟରା l ଏଥିରୁ ସ୍ପଷ୍ଟ ଜଣା ପଡୁଛି ସରକାରଙ୍କୁ ଠିକାଦାର ଗୁଡିକ ଚଳାଉଛନ୍ତି l  ଯାହା ଫଳରେ ସ୍କୁଲରେ କେତେ ଛାତ୍ରଛାତ୍ରୀ ବିଚାର କରି ଛାତ୍ରଙ୍କ ପାଇଁ ଶିକ୍ଷକ ପଦବୀ ପୂରଣ କରିବା ବଦଳରେ ସ୍କୁଲ ଗୁଡିକରେ ବାଳକ ବାଲିକଙ୍କ ଭବିଷ୍ୟତ ଚିନ୍ତା ନ କରି ଠିକାଦାର ପୋଷଣ ଚାଲିଛି l ଏହାର ମୁଖ୍ୟ କାରଣ ପ୍ରତ୍ୟେକ ଶିକ୍ଷକ ନିଜ ଶିଶୁଙ୍କ ଉନ୍ନତି ପାଇଁ ଘରୋଇ ବିଦ୍ୟାଳୟର ଆଶ୍ରା ନେବାକୁ ବାଧ୍ୟ ହେଉଛନ୍ତି ଓ ନିଜ ଛୁଆଙ୍କୁ ସରକାରୀ ବିଦ୍ୟାଳୟରେ ନ ଦେଇ ସରକାରୀ ବିଦ୍ୟାଳୟରେ ଦେଉଛନ୍ତି l ଯାହା ଦଳରେ ସ୍କୁଲରେ କମ ଶିକ୍ଷକ ନିଯୁକ୍ତି ହେବା ଦ୍ୱାରା ଛାତ୍ରଛାତ୍ରୀ ପାଠ ନ ପଢି ଖେଳାବୁଲା ଓ ବିଶୃଙ୍ଖଳାରେ ସମୟ ବିତୁଛି l  ସ୍କୁଲ ଗୁଡିକରେ ଶିକ୍ଷକ ଶ୍ରେଣୀ ଖାଲି ପଡୁଥିବାରୁ ଗୋଟିଏ ମିନିଟ ନିଶ୍ୱାସ ମାରି ପାରୁନାହିଁ l ତେବେ ପଇସାର ଅଭାବି ନାଗରିକ ସରକାରୀ ସ୍କୁଲ ରେ ଛୁଆକୁ ଦେଇ ନିଜ ମଜୁରୀରେ ଯାଇ ଛୁଆର ପାଠପଢା ବୁଝିବ କେତେବେଳେ ? ଏଣୁ ସର୍ବସାଧାରଣଙ୍କ ଉନ୍ନତି ପାଇଁ ପ୍ରଥମେ ପ୍ରତ୍ୟେକ ସ୍କୁଲରେ ଶିକ୍ଷକ ପୂରଣ କରାଯାଉ ଓ ବେକାରୀ ସମସ୍ୟା ଦୂର ହେବା ସଂଗେ ଛୁଆଙ୍କ ଭବିଷ୍ୟତ ଉଜ୍ବଳ ହୋଇପାରିବ l ଫକୀର ଦୀପଙ୍କ ରିପୋର୍ଟ