Editor Dec 12, 2025 3
Editor Dec 12, 2025 2
Editor Dec 12, 2025 10
Editor Dec 12, 2025 13
Editor Nov 1, 2025 8
Editor Nov 1, 2025 5
Editor Oct 5, 2025 7
Editor Oct 4, 2025 11
Editor Sep 30, 2025 6
Editor Nov 3, 2025 12
Editor Oct 31, 2025 2
Editor Oct 31, 2025 4
Editor Sep 6, 2025 6
Editor Sep 17, 2025 24
Editor May 20, 2025 5
Editor Nov 9, 2024 17
Editor Oct 12, 2024 9
Editor Oct 12, 2024 6
Editor Feb 1, 2025 10
Editor Jan 27, 2025 19
Editor Jan 26, 2025 18
Editor Nov 8, 2024 11
Editor Oct 18, 2024 16
Editor Mar 30, 2025 117
Editor Mar 27, 2025 8
Editor Mar 27, 2025 62
Editor Mar 24, 2025 130
Editor Mar 21, 2025 22
Editor Apr 6, 2025 35
Editor Feb 3, 2024 19
Join our subscribers list to get the latest news, updates and special offers directly in your inbox
ରାଜନୀତି
ମହିଳାଙ୍କ ମୃତୁ୍ୟ ପାଇଁ ରାଜ୍ୟ ସରକାର ଦାୟୀ: ====================== ରକ୍ଷଣାବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ହୋଇଛି ୧୦୮ ଆମ୍ୱୁଲାନ୍ସ ସେବା ଆମ୍ୱୁଲାନ୍ସ ବିଫଳତା ଯୋଗୁଁ ରାଜ୍ୟରେ ଦୁଇ ମାସରେ ଦୁଇ ଜଣଙ୍କ ମୃତୁ୍ୟ ମୃତକ ମହିଳାଙ୍କ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଅନ୍ତୁ ସରକାର ଭୁବନେଶ୍ୱର, ୦୨/୦୯/୨୦୨୫: ଗୋଟିଏ ଘରୋଇ ଆମ୍ୱୁଲାନ୍ସରେ ଜଣେ ଗୁରୁତର ଅସୁସ୍ଥ ମହିଳାଙ୍କୁ କଟକ ବଡ଼ ମେଡିକାଲକୁ ଅଣାଯାଉଥିବା ବେଳେ ହଠାତ ଅକ୍ସିଜେନ ଶେଷ ହୋଇଯିବାରୁ ମୃତୁ୍ୟ ହୋଇଥିବା ଖବର ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିବା ବେଳେ, ରାଜ୍ୟରେ ୧୦୮ ଆମ୍ୱୁଲାନ୍ସ ସେବା ଗତ ଏକବର୍ଷ ଭିତରେ ବିପର୍ଯ୍ୟସ୍ତ ହୋଇଥିବା କାରଣରୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି ବିଜୁ ଜନତା ଦଳ କହିଛି । ବିଜେଡି ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେଲିନ ମହାନ୍ତି କହିଛନ୍ତି, ରାଜ୍ୟରେ ୧୦୮ ଆମ୍ୱୁଲାନ୍ସ ସେବା ବିପର୍ଯ୍ୟସ୍ତ ହୋଇଥିବା ନେଇ ବିଜୁ ଜନତା ଦଳ ବିଭିନ୍ନ ସମୟରେ ସ୍ୱର ଉତ୍ତୋଳନ କରିଆସୁଛି । ସରକାର ଆମ୍ୱୁଲାନ୍ସ ଗୁଡିକର ରକ୍ଷଣାବେକ୍ଷଣ ନକରିବା କାରଣରୁ ଆମ୍ୱୁଲାନ୍ସ ସେବା ପ୍ରଭାବିତ ହୋଇଛି । ବିଜେଡି ସରକାରଙ୍କ ସମୟରେ ଆରମ୍ଭ କରାଯାଇଥିବା ଏହି ଆମ୍ୱୁଲାନ୍ସ ସେବା, ଫୋନ କରିବାର ୨୦ ମିନିଟ ଭିତରେ ଆମ୍ୱୁଲାନ୍ସ ରୋଗୀଙ୍କ ପାଖରେ ପହଞ୍ଚୁଥିଲା । କିନ୍ତୁ, ଏବେ ଆମ୍ୱୁଲାନ୍ସ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଗତ ଜୁଲାଇ ମାସରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନିକଟବର୍ତ୍ତୀ ଏକ ଗ୍ରାମରେ ଶଙ୍କର ନାମକ ଏକ ଯୁବକ କ୍ରିକେଟ ଖେଳୁଥିବା ବେଳେ ଛାତିରେ ବଲ ବାଜି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ୧୦୮ ଆମ୍ୱୁଲାନ୍ସରେ ବ୍ରହ୍ମପୁର ମେଡିକାଲ କଲେଜକୁ ନିଆଯାଉଥିବା ବେଳେ ଖଲ୍ଲିକୋଟ ନିକଟରେ ୧୦୮ ଆମ୍ୱୁଲାନ୍ସଟି ଖରାପ ହୋଇଯାଇଥିଲା । ଆମ୍ୱୁଲାନ୍ସରେ ଥିବା ଅନ୍ୟମାନେ ଅନ୍ୟ ଏକ ୧୦୮ ଆମ୍ୱୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ, ୩ ଘଣ୍ଟା ପର୍ଯ୍ୟନ୍ତ ଆମ୍ୱୁଲାନ୍ସ ଆସିପାରି ନଥିଲା । ରୋଗୀଙ୍କ ଆତ୍ମୀୟ ଗୋଟିଏ ଘରୋଇ ଗାଡ଼ିରେ ରୋଗୀଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଲା ବେଳକୁ ଡାକ୍ତର ରୋଗୀଙ୍କୁ ମୃତ ଘୋଷଣା କରିଥିଲେ । ଡ଼ ମହାନ୍ତି କହିଛନ୍ତି, ୧୦୮ ଆମ୍ୱୁଲାନ୍ସ ସେବା ଉପଲବ୍ଧ ହୋଇ ନ ପାରିବାରୁ, ଆଉ ଏକ ଅମୁଲ୍ୟ ଜୀବନ ଯାଇଛି । ବାରମ୍ୱାର ଘଟୁଥିବା ଏଭଳି ଅଭାବନୀୟ ଘଟଣା ପାଇଁ ରାଜ୍ୟ ସରକାର ଦାୟୀ । ଜଣଙ୍କ ପରେ ଜଣେ ମୃତୁ୍ୟବରଣ କରୁଛନ୍ତି, କିନ୍ତୁ ସରକାରଙ୍କ ନିଦ୍ରା ଭଙ୍ଗ ହେଉନାହିଁ । ମୃତ ମହିଳାଙ୍କ ପରିବାରକୁ ସରକାର ଉପଯୁକ୍ତ କ୍ଷତିପୂରଣ ଘୋଷଣା କରନ୍ତୁ ଓ ତୁରନ୍ତ ୧୦୮ ଆମ୍ୱୁଲାନ୍ସ ସେବାକୁ ପୁନଃ କାର୍ଯ୍ୟକ୍ଷମ କରନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରୁଛି ।
Previous Article
Next Article
Editor
Editor Sep 22, 2025 4
Editor Sep 13, 2025 22
Editor May 14, 2025 4
Editor Nov 12, 2025 2
Editor Sep 7, 2025 11
Editor Sep 16, 2025 163
Editor Nov 28, 2025 317
Editor Nov 16, 2025 211
Editor Nov 27, 2025 204
Editor Dec 7, 2025 198
Editor Nov 15, 2025 187
Editor Sep 28, 2025 36
Editor Sep 12, 2025 16
Editor Sep 11, 2025 17
Editor Sep 8, 2025 11
Editor Sep 2, 2025 37
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 17
View Options