Editor Dec 12, 2025 3
Editor Dec 12, 2025 2
Editor Dec 12, 2025 10
Editor Dec 12, 2025 13
Editor Nov 1, 2025 8
Editor Nov 1, 2025 5
Editor Oct 5, 2025 7
Editor Oct 4, 2025 11
Editor Sep 30, 2025 6
Editor Nov 3, 2025 12
Editor Oct 31, 2025 2
Editor Oct 31, 2025 4
Editor Sep 6, 2025 6
Editor Sep 17, 2025 24
Editor May 20, 2025 5
Editor Nov 9, 2024 17
Editor Oct 12, 2024 9
Editor Oct 12, 2024 6
Editor Feb 1, 2025 10
Editor Jan 27, 2025 19
Editor Jan 26, 2025 18
Editor Nov 8, 2024 11
Editor Oct 18, 2024 16
Editor Mar 30, 2025 117
Editor Mar 27, 2025 8
Editor Mar 27, 2025 62
Editor Mar 24, 2025 130
Editor Mar 21, 2025 22
Editor Apr 6, 2025 35
Editor Feb 3, 2024 19
Join our subscribers list to get the latest news, updates and special offers directly in your inbox
ରାଜ୍ୟ ଖବର
ପୁଲିସ ଏତଲାରେ ନାହିଁ ବିଜୟଙ୍କ ନାମ... ଚେନ୍ନଇ: ତାମିଲ ସୁପରଷ୍ଟାର ବିଜୟଙ୍କ ନେତୃତ୍ବାଧୀନ ରାଜନୈତିକ ଦଳ ତାମିଲାଗା ଭେଟ୍ଟ୍ରି କାଝାଗମ୍ (ଟିଭିକେ) ରାଲିରେ ହୋଇଥିବା ଦଳାଚକଟା ଘଟଣାକୁ ନେଇ ରାଜ୍ୟ ପୁଲିସ ଏତଲା ଦାୟର କରିଛି। ତେବେ ଏହି ଏତଲାରେ ବିଜୟଙ୍କ ନାମ ନାହିଁ। ଏତଲାରେ ଟିଭିକେର କର୍ମକର୍ତ୍ତାଙ୍କ ନାମ ରହିଛି। ଏତଲାରେ ବିଜୟଙ୍କ ନାମ ରହିଲେ ପରିସ୍ଥିତି ଆହୁରି ଗମ୍ଭୀର ହେବ ବୋଲି ପୁଲିସ ଆଶଙ୍କା କରି ଏପରି ପଦକ୍ଷେପ ନେଇଛି। ରାଜ୍ୟ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମାମଲାରେ ବିଜୟଙ୍କୁ ପ୍ରତ୍ୟକ୍ଷ ଭାବେ ଯୋଡା ଗଲେ ତାଙ୍କ ସମର୍ଥକମାନେ ହିଂସାକାଣ୍ଡ ଘଟାଇବାର ଆଶଙ୍କା ରହିଛି। ତେଣୁ ଏହି ମାମଲାରେ ବିଜୟଙ୍କୁ କୌଣସି ପ୍ରକାର ଜେରା କିମ୍ବା ଗିରଫ କରାଯିବ ନାହିଁ। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରୁଣା ଜଗଦୀଶନଙ୍କୁ ନେଇ ଜଣିକିଆ କମିସନ ଗଠନ କରିଛନ୍ତି। କମିସନ ତଦନ୍ତ ରିପୋର୍ଟ ଦେବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁଲିସ ଏହାର ଏତଲାରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ଅଭିଯୋଗ ଆରୋପ କରାଯାଇଛି। ଏହା ମଧ୍ୟରେ ରହିଛି ଧାରା ୧୦୯ (ଉଦ୍ଦେଶ୍ୟ ରହିତ ହତ୍ୟା), ଧାରା ୧୨୫ବି (ଅନ୍ୟର ଜୀବନକୁ ବିପଦରେ ପକାଇବା), ଧାରା ୨୨୩ (ସରକାର ନିର୍ଦେଶର ଅବମାନନା କରିବା)। ବିଏନଏସ୍ର ଏହି ଧାରା ବ୍ୟତୀତ ତାମିଲନାଡୁ ସମ୍ପତ୍ତି ଆଇନ ଅନୁଯାୟୀ ମଧ୍ୟ ମାମଲା ରୁଜୁ ହୋଇଛି। ଏତଲାରେ ବିଜୟଙ୍କ ନାମ ନଥିବାବେଳେ ଦଳଚକଟା ଘଟଣା ପାଇଁ ତାଙ୍କୁ ଦାୟୀ କରାଯାଇଛି। କାର୍ଯ୍ୟକ୍ରମକୁ ଠିକ ସମୟରେ କରିବା ପରିବର୍ତ୍ତେ ବିଜୟ ବିଳମ୍ବରେ ଆସିବା କାରଣରୁ ଲୋକଙ୍କ ମଧ୍ୟରେ ଦଳାଚକଟା ହୋଇଥିବା କୁହାଯାଇଛି। କାର୍ଯ୍ୟକ୍ରମ ପାଇଁ ଧାର୍ଯ୍ୟ ସମୟର ୪ଘଣ୍ଟା ବିଳମ୍ବରେ ସେ ଆସିଥିଲେ। ସେହିପରି କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ଲାଗି ବିଜୟ ଶୋଭାଯାତ୍ରା କରିଥିଲେ। ଶୋଭାଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ନଥିଲା। ଅନ୍ୟପଟେ ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ତାମିଲନାଡୁ ରାଜ୍ୟ ବିଜେପି ଅଭିଯୋଗ କରିଛି ଯେ ଡିଏମ୍କେ ସରକାର ବିଜୟଙ୍କୁ ନିଜ ପକ୍ଷକୁ ନେବା ଲାଗି ଯୋଗାଯୋଗ ଚଳାଇଛି। ଏଥିପାଇଁ ସରକାର ଘଟଣାକୁ ହାଲ୍କା ଭାବେ ନେଉଛନ୍ତି। ଘଟଣାର ସିବିଆଇ ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିପାରିବ ବୋଲି ବିଜେପି ମୁଖପାତ୍ର ଏଏନ୍ଏସ୍ ପ୍ରସାଦ କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କରୁର୍ ଦଳାଚକଟା ଘଟଣାକୁ ନେଇ କୌଣସି ପ୍ରକାର ମିଥ୍ୟା ତଥ୍ୟ ଓ ଗୁଜବ ସାମାଜିକ ଗଣମାଧ୍ୟମରେ ପ୍ରଚାର ନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି। ଦଳାଚକଟାରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରଶାସନ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛି। ଦଳଚକଟାରେ ୪୧ଜଣଙ୍କର ମୃତ୍ୟୁ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
Previous Article
Next Article
Editor
Editor Jul 23, 2025 6
Editor Aug 26, 2025 10
Editor Mar 30, 2025 5
Editor Apr 2, 2025 7
Editor Mar 25, 2025 153
Editor Feb 25, 2024 54
Editor Nov 28, 2025 317
Editor Nov 16, 2025 211
Editor Nov 27, 2025 204
Editor Dec 7, 2025 198
Editor Nov 15, 2025 187
Editor Sep 28, 2025 36
Editor Sep 12, 2025 16
Editor Sep 11, 2025 17
Editor Sep 8, 2025 11
Editor Sep 2, 2025 37
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 17
View Options