ମାଥିଲିରେ ବହୁମୁଖୀ ପ୍ରକ୍ରିୟାକାରଣ ଓ ସିଲେଇ କେନ୍ଦ୍ର ଉଦଘାଟିତ।

ମାଥିଲିରେ ବହୁମୁଖୀ ପ୍ରକ୍ରିୟାକାରଣ ଓ ସିଲେଇ କେନ୍ଦ୍ର ଉଦଘାଟିତ।

ମାଥିଲିରେ ବହୁମୁଖୀ ପ୍ରକ୍ରିୟାକାରଣ ଓ ସିଲେଇ କେନ୍ଦ୍ର ଉଦଘାଟିତ।

ମାଥିଲି,୦୬,୧୨ ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ମହିଳା ମାନେ କିପରି ନିଜେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ବୋଲି ଏନେକ ଯୋଜନା ପ୍ରଣୟନ କରିଛନ୍ତି।ସେଥି ମଧ୍ୟରୁ ସିଲେଇ ମେସିନ ଶିଖି ନିଜେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ। ସେଥିପାଇଁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ପରିସରରେ ଜିଲ୍ଲା ସମନ୍ୱୟ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଆଜି ବହୁମୁଖୀ ପ୍ରକ୍ରିୟାକାରଣ ଓ ସିଲେଇ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି।ଏହି ଉଦଘାଟିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ନୋଡାଲ ଅଧିକାରୀ ତଥା ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଏମ୍‌ଡି ସିଦ୍ଦିକ୍ବ ଆଲାମ୍, ମାଲକାନଗିରି ଜିଲ୍ଲା ପ୍ରକଳ୍ପ ଅଧିକାରୀ ନରେଶ ଚନ୍ଦ୍ର ଶବର, ଜିଲ୍ଲା ସମନ୍ୱୟ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ହଳଧର ଶବର,ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏମ,ପ୍ରମୋଦ କୁମାର ବେହେରା ଓ ସିଡିପିଓ ମିନତୀ ବେହେରା ଯୋଗ ଦେଇ ବହୁମୁଖୀ ପ୍ରକ୍ରିୟାକାରଣ ଓ ସିଲେଇ କେନ୍ଦ୍ରକୁ ଶୁଭ  ଉଦଘାଟିତ କରିଛନ୍ତି।ଏହା ଦ୍ୱାରା ମାଥିଲି ବ୍ଲକରେ ୨୦ ପଞ୍ଚାୟତ ରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସିଲେଇ ମେସିନ ଶିଖିବା ସହିତ ଆତ୍ମ ନିର୍ଭରଶୀଳ ହୋଇ ପାଇବେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।ଏହି ଉଦଘାଟନୀ ଉତ୍ସବରେ ମାଥିଲି ନିର୍ବାହୀଯନ୍ତ୍ରୀ ହୃଦୟ ରଞ୍ଜନ ବାଘ ଓ ମିଶନ ଶକ୍ତିର ବିପିଏମ ଅନିର୍ବାଣ ନାୟକ ଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର