ସାମ୍ବାଦିକ ସମ୍ମିଳନୀରେ ବନିତା ରାଉତ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ପୋଲିସl

ସାମ୍ବାଦିକ ସମ୍ମିଳନୀରେ ବନିତା ରାଉତ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ପୋଲିସl

ସାମ୍ବାଦିକ ସମ୍ମିଳନୀରେ ବନିତା ରାଉତ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ପୋଲିସ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା କୁ ମିଳିଲା ବଡ ସଫଳତା। * ପରକୀୟା ପ୍ରୀତି ଓ ଉଧାର ଟଙ୍କା ପାଇଁ ଘଟିଥିଲା ହତ୍ୟାକାଣ୍ଡ * ପଟ୍ଟାମୁଣ୍ଡାଇ -୦୪/୦୯- ବହୁଚର୍ଚ୍ଚିତ ବନିତା ରାଉତ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ l ପରକୀୟା ପ୍ରୀତି ଓ ଧାର ଟଙ୍କା ପାଇଁ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ ବୋଲି ଆଜି ଅପରାହ୍ନରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପରିସରରେ ଆହୂତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡା ଜିଲ୍ଲା ଉପ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ ସୂଚନା ଦେଇଥିଲେ lଏହିଁ ବିଭତ୍ସ ହତ୍ୟାକାଣ୍ଡ ମୁନିସିପାଲିଟି ଭେଣ୍ଡିଙ୍ଗ ଜୋନ କ୍ୟାବିନ ଭିତରେ ଦିନ ଦ୍ବିପ୍ରହର ରେ ଘଟିଥିଲା ବୋଲି ଉପ ଆରକ୍ଷୀ ଅଧିକ୍ଷକ କହିଥିଲେ l ଗତ ୨୮ତାରିଖ ଅପରାହ୍ନ ରୁ ବନିତା ପଟ୍ଟାମୁଣ୍ଡାଇ ବଜାରକୁ ପରିବା କିଣିବାକୁ ଆସି ବେଲତଳ ସ୍ଥିତ ଗଳି ସାହି ଭଡା ଘରକୁ ଆଉ ଫେରି ନଥିଲେ l ସେବେଠାରୁ ବନିତା ନିଖୋଜ ନେଇ ପରିବାର ଲୋକେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ପରେ ଗତ ୩୧ ତାରିଖ ରେ ଆହାର କେନ୍ଦ୍ର ନିକଟ ମ୍ୟୁନିସିପାଲିଟି ଭେଣ୍ଡିଙ୍ଗ ଜୋନ ୩୧ ନଂ କ୍ୟାବିନ ରୁ ଦୁର୍ଗନ୍ଧ ଆସୁଥିବା ପାଖ ଦୋକାନୀ ଥାନାକୁ ଖବର ଦେଇଥିଲେ l ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣlସ୍ଥଳ ରେ ପହଂଚି ବନିତା ର ଗଳିତ ଶଵ ଉଦ୍ଧାର କରିଥିଲେ l ଘଟଣା କୁ ନେଇ ଉତେଜନା ଲାଗିରହିଥିଲା. ଯାହା ପୋଲିସ ପାଇଁ ଚାଲେଞ୍ଜ ଥିଲା. l ତେବେ ଦୀର୍ଘ ତିନି ଦିନ ପରେ ପଟ୍ଟାମୁଣ୍ଡାଇ ପୋଲିସର ଏକ ଟିମ ପାଣିକୋଇଲି ପାଖରୁ ଆଖୁ ବିଲ ମଧ୍ୟରେ ଲୁଚି ରହିଥିବା ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ପରିଡା ଓରଫ ବାୟାକୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା ବୋଲି ଉପ ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ଉପସ୍ଥାପନ କରିଥିଲେ l ପୋଲିସ ସୂଚନା ମୁତାବକ ବନିତା ଓ ସନ୍ତୋଷ ଉଭୟ ଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିଲା l ବନିତା ଗଳି ସାହୀ ମାନସ ଭଦ୍ରଙ୍କ ଘରେ ଭଡା ନେଇ ରହୁଥିବା ବେଳେ ସନ୍ତୋଷ ମଧ୍ୟ ସେଠାରେ ରହୁଥିଲା l କ୍ରମେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା l ତେବେ ସନ୍ତୋଷ ବନିତା ତାଙ୍କର ଧରମ ଭଉଣୀ ବୋଲି ସମସ୍ତଙ୍କ ଆଗରେ କହୁଥିଲେ l କିନ୍ତୁ ଦୀର୍ଘ ଦିନ ଧରି ଦୁହେଁ ଏକାଠି ରହୁଥିବା ଓ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିବା ସୂଚନା ଦେଇଛି ପୋଲିସ l ତେବେ ବନୀତାଙ୍କ ଠାରୁ ସନ୍ତୋଷ ଲକ୍ଷାଧିକ ଟଙ୍କା ଉଦ୍ଧାର ନେଇଥିଲେହେଁ ଆଉ ଫେରାଉ ନଥିଲା l ଏଣେ ବନୀତାଙ୍କ ସ୍ୱାମୀ ଅତୁଳ କୁମାର ରାଉତ କତର ରୁ ଘରକୁ ଫେରୁଥିବାରୁ ଏବଂ ସ୍ୱାମୀ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜାଗା ଜମି କିଣିବା ପ୍ରସ୍ତାବ ଥିବାରୁ ବନିତା ଉଧାର ଟଙ୍କା ଫେରାଇ ଦେବାକୁ ସନ୍ତୋଷକୁ କହିଥିଲେ l କିନ୍ତୁ ସନ୍ତୋଷ ଉଧାର ଟଙ୍କା ଫେରାଇବା ପାଇଁ ମନା କରିଦେବାରୁ ଘଟଣା ଦିନ ଅପରାହ୍ନରେ ଭେଣ୍ଡିଂ ଜୋନ କ୍ୟାବିନରେ ପଇସା ପାଇଁ ଉଭୟ ଙ୍କ ମଧ୍ୟ ରେ ବଚସା ହେବା ସହିତ ଦୁହିଁଙ୍କ ମଧ୍ୟରେ ମାରପିଟ ହୋଇଥିଲା l ଏଥିରେ କ୍ଷୁବ୍ଧ ହୋଇ ସନ୍ତୋଷ ତଣ୍ଟି ଚିପି ବନିତାକୁ ହତ୍ୟା କରିଥିଲା l ପରେ ସେହି କ୍ୟାବିନ ଭିତରେ ସନ୍ତୋଷ ପଲିଥିନ, ବେଡ଼ସିଟ ଓ ସେଲୋ ଟେପ ରେ ବନିତାର ମୃତଦେହକୁ ପ୍ୟାକ କରିଥିଲା l ପରେ କ୍ୟାବିନ ଛାଡି ସନ୍ତୋଷ ନିଖୋଜ ହୋଇଯାଇଥିଲେ. l ଘଟଣାର ଗୁରୁତ୍ୱକୁ ଲକ୍ଷ କରି କେନ୍ଦ୍ରାପଡ଼ା ଏସପି ଙ୍କ ନିର୍ଦେଶ କ୍ରମେ ୩ଟି ସ୍ୱତନ୍ତ୍ର ସ୍କ୍ୱାଡ଼ ଗଠନ କରାଯାଇ ସନ୍ତୋଷକୁ ଧରିବା ପାଇଁ ଜାଲ ବିଛାଇ ଥିଲା ପୋଲିସ l ଶେଷରେ ପୋଲିସ ହାତରେ ଧରା ପଡିଲା ସନ୍ତୋଷ l ଯାଜପୁର ଜିଲ୍ଲା ପାଣିକୋଇଲିରୁ ସନ୍ତୋଷ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପଟ୍ଟାମୁଣ୍ଡାଇ ପୋଲିସ ବୋଲି ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ l ଏହି ସାମ୍ବାଦିକ ସମ୍ମିଳନୀରେ ପଟ୍ଟାମୁଣ୍ଡାଇ ଏସ ଡି ପି ଓ କ୍ଷମା ସାଗର ପଣ୍ଡା ,ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଈ ଆଈ ସି ବନ୍ଦନା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା