ରାଜନଗର ରେ ଶକ୍ତିଶାଳୀ ହେଉଛି ବିଜେପି ଭୁଶୁଡ଼ି ପଡ଼ିବ କି ବିଜେଡି ଦୁର୍ଗ।

ରାଜନଗର ରେ ଶକ୍ତିଶାଳୀ ହେଉଛି ବିଜେପି ଭୁଶୁଡ଼ି ପଡ଼ିବ କି ବିଜେଡି ଦୁର୍ଗ।

ରାଜନଗର ରେ ଶକ୍ତିଶାଳୀ ହେଉଛି ବିଜେପି ଭୁଶୁଡ଼ି ପଡ଼ିବ କି ବିଜେଡି ଦୁର୍ଗ। କେନ୍ଦ୍ରାପଡ଼ା ୧୩.୦୯.୨୯୨୫ ଯୁବନେତା ଲଳିତ ବେ‌ହେରାଙ୍କ ନେତୃତ୍ବରେ ରାଜନଗର ନିର୍ବାଚନ ମଣ୍ଡଳୀର ତାଳଚୁଆ ମଣ୍ଡଳ ରେ କୃଷ୍ଣନଗର ,ତାଳଚୂଆ,ବାଘମାରି,କେରୁଆପାଳ,ରଙ୍ଗଣୀ ,ପଞ୍ଚାୟତର ଶତାଧିକ କର୍ମୀ କଂଗ୍ରେସ ଏବଂ ବିଜେଡ଼ି ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟି ର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନଗର ର ଯୁବନେତା ତଥା ବିଧାୟକ ପ୍ରାର୍ଥୀ ଲଳିତ କୁମାର ବେହେରା ଙ୍କ ନେତୃତ୍ଵରେ ବିଧିବଦ୍ଧ ଭାବରେ ଯୋଗଦାନ କଲେ ।ଆଗରୁ ବହୁ ପଞ୍ଚାୟତ ରେ ବିଜେଡି କର୍ମୀ ଦଳ ତ୍ୟାଗ କରି ବିଜେପି ରେ ମିଶି ରାଜନଗର ରେ ବିଜେପି ଦଳ କୁ ସୁଦୃଢ ହେବା ରେ ଲାଗିଛି।ଆର ବର୍ଷ ପଞ୍ଚାୟତ ନିର୍ବାଚନ ଥିବାରୁ ବିଜେଡି ନେତା ଚିନ୍ତାରେ। ବିଜେଡି ଦୁର୍ଗ ଭାଙ୍ଗି ବାର ମୁଖ୍ୟ କାରଣ ଖୋଜି ପାଉ ନାହାନ୍ତି ନେତା।କିନ୍ତୁ କିଛି ସାମାଜିକ କର୍ମୀ କହିଛନ୍ତି ରାଜନଗର ବ୍ଲକ୍ ରେ ବହୁ ଦୁର୍ନୀତି ହେବା ର ଅଭିଯୋଗ ଓ ବହୁ ସରପଞ୍ଚ ,ସମିତି ସଭ୍ୟ ବହୁ ଦୁର୍ନୀତି ରେ ଜଡ଼ିତ ଥିବାରୁ କିଛି କର୍ମୀ ଏହି ଘଟଣା ରେ ଅସନ୍ତୁଷ୍ଟ ହୋଇ ବିଜେଡି ଦଳ ତ୍ୟାଗ କରି ବିଜେପି ରେ ମିଶୁ ଥିବାରୁ ବିଜେପି ସୁଦୃଢ ହେବା ରେ ଲାଗିଛି।ଲଳିତ ବେହେରା ଗତ ନିର୍ବାଚନ ନୂଆ ପ୍ରାଥି ହୋଇ ମଧ୍ୟ ବହୁ ଭୋଟ ପାଇଥିଲେ।ସିଏ ଏବେ ବିଜେପି ସଂଘଟନ କୁ ଶକ୍ତିଶାଳୀ କରିବାରେ ଲାଗି ପଡିଛନ୍ତି।ଆଗକୁ ପଞ୍ଚାୟତ ନିର୍ବାଚନ ,ଯଦି ବିଜେଡି ଏବେ ଠୁ ନିଜ ସଂଘଟନ କୁ ନ ଜଗିବ ତାହା ହେଲେ ପଞ୍ଚାୟତ ନିର୍ବାଚନ ରେ ବିଜେଡି ପୁରା ରାଜନଗର ରୁ ତାହା ର ଅସ୍ତିତ୍ବ ହରାଇବା ଥୟ।ବିଜେଡି ତଳ କୁ ଖସିବାର ମୁଖ୍ୟ କାରଣ ରାଜନଗର ବ୍ଲକ୍ ରେ ହେଉଥିବା ଦୁର୍ନୀତି ଚରମ ସୀମାରେ। କଂଗ୍ରେସ ଦଳ ମଧ୍ୟ ଧୀରେ ଧୀରେ ରାଜନଗର ରେ ସଂଘଟନ ଶକ୍ତିଶାଳୀ କରିବାରେ ଲାଗି ପଡ଼ିଛି। ଯଦି ଏହି ପରି ଦଳ ପରିବର୍ତ୍ତନ ଲାଗି ରୁହେ ଆଗାମୀ ରାଜନଗର ପଞ୍ଚାୟତ ନିର୍ବାଚନ ରେ ବିଜେପି ଓ କଂଗ୍ରେସ ଦଳ କୁ ଛାଡିଦେଲେ ବିଜେଡି ତାର ରାଜନଗର ଶତା ହରାଇବା ଥୟ। ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି