ବ୍ରକିଙ୍ଗ ପ୍ରମିକା କୁ ଆଇ ଫନ ଦେବା ପାଇଁ ଗଂଜେଇ ଚାଲାଣ.

ବ୍ରକିଙ୍ଗ ପ୍ରମିକା କୁ ଆଇ ଫନ ଦେବା ପାଇଁ ଗଂଜେଇ ଚାଲାଣ.

ବ୍ରକିଙ୍ଗ ପ୍ରମିକା କୁ ଆଇ ଫନ ଦେବା ପାଇଁ ଗଂଜେଇ ଚାଲାଣ ମାଲକାନଗିରି ଜିଲ୍ଲା ୧୬, ୧୧, ଏଭି ୭୯ ଗାର୍ଲଫ୍ରେଣ୍ଡଙ୍କୁ ଜନ୍ମଦିନ ଉପହାର ଦେବା ମହଙ୍ଗା ପଡିଲା ଦେଇ ଥାନ୍ତେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଜୋଗାଡ଼ କରିବା ଚକରରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଯୁବକ ମାଲକାନଗିରି ଜିଲ୍ଲାର ଏଭି ୭୯ ଥାନା ପୋଲିସଙ୍କ ହାତରେ ଧରା ପଡ଼ିଛନ୍ତି। ଶୁକ୍ରବାର ଦିନ ପେଟ୍ରୋଲିଂ ସମୟରେ ଏଭି–୭୯ ପୋଲିସ ଟିମ୍ ଲାଛିପେଟା ଛକ ନିକଟରେ ସନ୍ଦେହଜନକ ଏକ୍ଟିଭା ସ୍କୁଟିକୁ ଥାମି ଚେକିଙ୍ଗ କରିଥିଲେ। ସେଥିରେ ମୋଟ ୨୨ କିଲୋ ଗଞ୍ଜେଇ ମିଳିଥିଲା। ମଧ୍ୟରାତିରେ ସେମାନେ ଗଞ୍ଜେଇକୁ ଅନ୍ୟ ଅଞ୍ଚଳକୁ ନେଇ ଉଚ୍ଚ ମୂଲ୍ୟରେ ବିକି ଟଙ୍କା ଯୋଗାଡ଼ କରିବା ଚେଷ୍ଟା କରୁଥିବା ତଥ୍ୟ ମିଳିଛି। ଧରାପଡ଼ିଥିବା ଯୁବକ ଦୁଇଜଣ ହେଲେ ଟି. ତ୍ରିନାଥ କୁମାର ବି. ୟୁଵାଚାରଣ ଆଦିତ୍ୟ ଉଭୟେ ତେଲେଙ୍ଗାନା ରାଜ୍ୟର ଖମ୍ମମ ଜିଲ୍ଲାର ବାସିନ୍ଦା। ପୋଲିସ ସୂତ୍ର ଅନୁସାରେ ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ହେବା ସହିତ ଚାଲାଣରେ ବ୍ୟବହୃତ ଏକ୍ଟିଭା ସ୍କୁଟିକୁ ମଧ୍ୟ ଜବତ କରାଯାଇଛି। ତେବେ ଦୁଇ ଯୁବକ ଗାର୍ଲଫ୍ରେଣ୍ଡଙ୍କୁ ଜନ୍ମଦିନ ରେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଜୋଗାଡ଼ କରିବା ଚକରରେ ଗଞ୍ଜେଇ ଚାଲାଣ କରୁଥିବା ସୂଚନା ଦେଲେ ଏମି.ଭି-୭୯ ଥାନା ଆଇ ଆଇ ସି ଚନ୍ଦ୍ରକାନ୍ତ ତାଣ୍ଡି l ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର