ଜାତୀୟ ପୁରସ୍କାର ବିଜେତା କୁନି ବୈଜ୍ଞାନିକଙ୍କୁ ସମ୍ବଦ୍ଧନା କଲେ ବି ଇ ଓ ଗାୟତ୍ରୀ ଦେବୀ।

ଜାତୀୟ ପୁରସ୍କାର ବିଜେତା କୁନି ବୈଜ୍ଞାନିକଙ୍କୁ ସମ୍ବଦ୍ଧନା କଲେ ବି ଇ ଓ ଗାୟତ୍ରୀ ଦେବୀ।

ଜାତୀୟ ପୁରସ୍କାର ବିଜେତା କୁନି ବୈଜ୍ଞାନିକଙ୍କୁ ସମ୍ବଦ୍ଧନା କଲେ ବି ଇ ଓ ଗାୟତ୍ରୀ ଦେବୀ।

ମାଲକାନାଗିରି/ଚିତ୍ରକୋଣ୍ଡା, ତା ୨୭/୧୧ ରାଜ୍ୟସ୍ତରରୁ ମନୋନୀତ ହୋଇ ଜାତୀୟ ସ୍ତର ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରି ସୁଯୋଗ ପାଇଥିଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଆରଏସ୍‌ସି ୬ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଲଳିତା ଖିଲ ।ନିଜର ସହଯୋଗୀ ଡମ୍ବରୁ ଗୋଲରି ଓ ସ‌ହାୟକ ଶିକ୍ଷକ ଦେବଦତ୍ତ ଦାସ ପଟ୍ଟନାୟକଙ୍କ ସହ ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବାକୁ ନାଗପୁର ଯାଇଥିଲେ ସେ । ସେଠାରେ ଏହି ପ୍ରତିଯୋଗିତା ଚଳିତ ମାସ ୧୮ ତାରଖରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଦେଶର ବିଭିନ୍ନ ରାଜ୍ୟରୁ ଆସିଥ‌ିବା ସମସ୍ତ ପ୍ରକଳ୍ପକୁ ପଛରେ ପକାଇ ଲଳିତାଙ୍କ ସୁରକ୍ଷିତ ପ୍ରକଳ୍ପଟି ଶ୍ରେଷ୍ଟ ବିବେଚିତ ହୋଇଥିଲା I ଏହି ଖବର ଓଡ଼ିଶା ତଥା ମାଲକାନଗିରି ଜିଲ୍ଲାର ବିଶେଷ କରି ଚିତ୍ରକୋଣ୍ଡା ବ୍ଲକ ରେ ଖୁସିର ଲହରୀ ଖେଲାଇ ଦେଇଛି । ଗତକାଲି ସେମାନେ ଫେରୁଥିବା ବେଳେ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, ଚିତ୍ରକୋଣ୍ଡାର ଟେମ୍ପୋରାରୀକଲନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ  ଏକ ସମ୍ବର୍ଧନା ସଭାର ଆୟୋଜନ କରି ବିଜୟୀ ବାଳିକା ବୋଜ୍ଞାନିକଙ୍କୁ ଫୁଲତୋଡ଼ା ଓ ପୁରସ୍କାର ପ୍ରଦାନ କରି ଏକ ନିଆରା ସମ୍ବଦ୍ଧନା କରିଥିଲେ । ଏହି ସ୍ବାଗତ ସମ୍ବଦ୍ଧନା ଉତ୍ସବରେ ଆରଏସସି- ୬ ପ୍ରଧାନ ଶିକ୍ଷକ ଡମ୍ବରୁ ଧର ଗୋଲାରୀ ଓ ଟେମ୍ପୋରରୀ କଲୋନୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସେଠୀଙ୍କ ସହ ବହୁ ଶିକ୍ଷକ ଓ ଶିକ୍ଷୟତ୍ରୀ, ଅଭିଭାବକ ତଥା ଅଞ୍ଚଳବାସୀ ଯୋଗ ଦେଇଥିଲେ । 
ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର