ପିଙ୍କୁ ସିଂ ମହା ବିପତ୍ତିରେ l
ପିଙ୍କୁ ସିଂ ମହା ବିପତ୍ତିରେ l
Sub:- ଦଇବ ଲେଖିଛି କପାଳେ ଯାହା, ଶକତି କାହାର ଏଡିବ ତାହା l ପୁଅର ସୁଖରେ ସଂସାର ବିତିବ ବୋଲି ପୁଅର ବୟସକୁ ଜାଣି ବାପା ବାଛି ଆଣିଦେଲେ ସୁଢଳ ସୁନ୍ଦର ସୁଗୁଣ ଝିଅ କିନ୍ତୁ ଭାଗ୍ୟର ବିଡମ୍ମନା l କେଉଁଠୁ ଆସିଗଲା ବିପଦର ଜୁଆର ପରିବାରକୁ ଭସାଇଦେଲା ଦୁଃଖର ସାଗରରେ l ଘଟଣାଟି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଚିଖିଲି ଗ୍ରାମପଂଚାୟତ କୁଜlମୁଣ୍ଡା ଗାଁର ଗରିବ ଦଳିତ ଗଣ୍ଡପଡା ସାଇରେ l ନାମଟି ପିଙ୍କୁ ସିଂ ପିତା -ଦାରl ସିଂ l ଗୋଟିଏ ବୋଲି ପୁଅ,ବୋହୁକୁ ସାଜି ନାତି ଦୁଇ ମିଶି ପରିବାର ସାତ ପ୍ରାଣୀ l ପୁଅ ନିଜ ପରିବାର ଚାରି ଜଣଙ୍କ ଭରଣ ପୋଷଣ ନିଜ ଲୁଗାବୁଣା ଉପରେ ନିର୍ଭର l ସ୍ୱାସ୍ଥ୍ୟକୁ ନେଇ ଉପାର୍ଜନ l ଘରକୁ ବର୍ଷାପାଣି ପଡିବାରୁ ପଲିଥିନ ଦେବାକୁ ଯାଇ ସିଡିରୁ ମୁଣ୍ଡ ତଳ ହୋଇପଡିଯାଇ ଆଜି ଜୀବନ ସହ ଲଢେଇ ପଥରେ l ତଥାପି ଦମ୍ଭର ସହିତ ସେବାରେ ଅଟଳ ବିଚାରି ତାଙ୍କ ପତ୍ନୀ l ସବୁବେଳେ ଦୁଇଜଣ ଜଗି ରହିଛନ୍ତି ପ୍ରହରୀ ପରି l ଏହି ଘଟଣା ଗାଁରୁ ସହର ଜାଣନ୍ତି କିନ୍ତୁ ସ୍ଥାନୀୟ ଚିଖିଲି ସରପଞ୍ଚଙ୍କୁ ଜଣାନାହିଁ l ଗାଁର ଛୋଟରୁ ବଡ଼ ସମସ୍ତଙ୍କ ମୁହଁରେ ଗୋଟିଏ କଥା ବିଚରା ପିଙ୍କୁ କଣ ହବ ଭଗବାନ ତାଙ୍କୁ ରକ୍ଷା କରନ୍ତୁ l ବିଚାରି ପତି ପାଇଁ ସରକାରଙ୍କ ଠାରେ ସମ୍ପୂର୍ଣ ବିକଳାଙ୍ଗ ଭତ୍ତା, ଅନ୍ତୋର୍ଦୟ ଖାଉଟି କାର୍ଡ ଓ ଛୁଆଙ୍କ ବାସଗୃହ ପାଇଁ ବିନୀତ ପ୍ରାର୍ଥନା କରିଛନ୍ତି l ଏହି ଘଟଣାକୁ ସ୍ଵଷ୍ଟ ଅନୁକ୍ଷଣ କରି ଗାଇସିଲେଟ ବି. ଡି. ଓ. ଶ୍ରୀ ଲକ୍ଷ୍ମଣ ମଝିଙ୍କ ଦ୍ୱାରା ଜନ ଶୁଣାଣିରେ ଦିନ ଦୟାଳୁ ଜିଲ୍ଲା ପାଳ ହୁଇଲ ଚେୟାର ଓ ସମସ୍ତ ପୂରଣ ଦିଗରେ ପୁର୍ଣ ମାତ୍ରାରେ ସହଯୋଗ କରିବାକୁ କଥା ଦେଇଛନ୍ତି l ଆହୁରୀ କି ଶ୍ରୀ ପିଙ୍କୁ ଦେହରେ ଲାଗିଥିବା ଅମ୍ଳଜାନ କେବୁଲ ପାଇଁ ସଦା ସତର୍କ ଓ ତାଙ୍କ ମୁଣ୍ଡର ଖପୁରି ପରୀକ୍ଷା ପାଇଁ ପଠା ଯାଇଛି ବୋଲି ଶୁଣା ଯାଉଛି l ତାଙ୍କ ଛୁଆଁ ଦୁଇଟିକୁ ଯିଏ ଦେଖିବ ଆଖିରୁ ଲୁହ ବହିଯିବ l ପଦ୍ମପୁରରୁ ଫକୀର ଦୀପଙ୍କ ରିପୋର୍ଟ



