ମାଥିଲି ଥାନା ତରଫରୁ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ।

ମାଥିଲି ଥାନା ତରଫରୁ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ।

ମାଥିଲି ଥାନା ତରଫରୁ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ। ମାଥିଲି,୧୪,୧୧ ଅନଲାଇନ ଓ ସାଇବର ଠକେଇ ରୋକିବା ଓ ସୁରକ୍ଷିତ ରହିବା ପାଇଁ ମାଲକାନଗିରି ଜିଲ୍ଲା ମାଥିଲି ଥାନା ପକ୍ଷରୁ ମାଥିଲି ସଦର ମହକୁମା ଠାରେ ଥିବା ଦୁର୍ଗା ମଣ୍ଡପ ଠାରେ ସାଇବର ଠକେଇ ଓ ସୁରକ୍ଷିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ସଚେତନତା କାର୍ଯ୍ୟକ୍ରମ ମାଥିଲି ଥାନା ଠାରୁ ସାଇବର ଠକେଇ ସଚେତନତା ରଥ ବାହାରି ଏକ ବିରାଟ ଶୋଭାଯାତ୍ରା ରେ ମାଥିଲି ବଜାର ପରିକ୍ରମା କରି ସଦର ମହକୁମା ଠାରେ ଥିବା ଦୁର୍ଗା ମଣ୍ଡପ ଠାରେ ମାଥିଲି ଥାନା ଓ ଜିଲ୍ଲା ପୋଲିସ ତରଫରୁ ମୁଖ୍ୟ ଅତିଥି ଭାବରେ SDPO ଦିବ୍ୟ ରଞ୍ଜନ ଦଳେଇ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ମାଥିଲି ବ୍ଲକ ଉପାଧ୍ୟକ୍ଷା ଦେବକୀ ଦଳେଇ, ଜିଲ୍ଲା ପରିଷଦ ଜୋନ-୩ସଭ୍ୟା ସସ୍ମିତା ମାଝୀ ଜୋନ- ୧ର ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ,ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ର ସାଂସଦ ବ୍ଲକ ପ୍ରତିନିଧି ବନମାଳୀ ବରଜା,ପ୍ରେରଣା ମହିଳା ଟ୍ରଷ୍ଟ ର ସଭାନେତ୍ରୀ ସନ୍ତୋଷିନୀ ପାତ୍ର,ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଧକ୍ଷ୍ୟା ଲୋପାମୁଦ୍ରା ମହାରଥି ଯୋଗ ଦେଇ ଏକ ବିରାଟ ସଚେତନତା ସଭାର ଆୟୋଜନ କରାଯାଇଥିଲା।ଏହି ସଭାରେ ମାଥିଲି ଅଞ୍ଚଳର ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ସହ ବହୁ ଜନସମାଗମ ହୋଇଥିବା ବେଳେ ବହୁ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।ପୁରା କାର୍ଯ୍ୟକ୍ରମ କୁ ମାଥିଲି ଥାନା ଅଧିକାରିଣୀ ଦୀପାଞ୍ଜଳି ପ୍ରଧାନ ପରିଚାଳନା କରିଥିବା ବେଳେ ଥାନାର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ। ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର