କଳିମେଳା ଠାରେ ୭୧ତମ ବନ୍ୟପ୍ରାଣୀ ସପ୍ତାହ ପାଳନ।

କଳିମେଳା ଠାରେ ୭୧ତମ ବନ୍ୟପ୍ରାଣୀ ସପ୍ତାହ ପାଳନ।

କଳିମେଳା ଠାରେ ୭୧ତମ ବନ୍ୟପ୍ରାଣୀ ସପ୍ତାହ ପାଳନ। ମାଲକାନଗିରି ତା ୦୭/୧୦ ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବନ ବିଭାଗ ପକ୍ଷରୁ ୭୧ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଯାଇଛି। ଏହି ଅବସରରେ, କାଲିମେଳା ରେଞ୍ଜରେ ସାପ ଏବଂ କଇଁଛ ଉଦ୍ଧାର ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ, ବନ୍ୟପ୍ରାଣୀ ସୁରକ୍ଷା ପ୍ରତି ପ୍ରତିବଦ୍ଧତାର ପ୍ରତୀକ ସ୍ୱରୂପ ସାପ ପରିଚାଳନାକାରୀ, VSS ସଦସ୍ୟ ଏବଂ ସ୍କୁଲ ପିଲାମାନଙ୍କୁ ରାଖୀ ବାନ୍ଧି ଦିଆଯାଇଥିଲା। ସମସ୍ତ ଅଂଶଗ୍ରହଣକାରୀ ବନ୍ୟପ୍ରାଣୀ ସଂରକ୍ଷଣରେ ସକ୍ରିୟ ଭାବରେ ଯୋଗଦାନ ଦେବାକୁ ପ୍ରତିଜ୍ଞା ନେଇଥିଲେ। ସ୍କୁଲ ପିଲାମାନଙ୍କୁ ସିଟ୍ ଆଣ୍ଡ୍ ଡ୍ର ପ୍ରତିଯୋଗିତା ରେ ପୁରସ୍କାର ମଧ୍ୟ ବଣ୍ଟନ କରାଯାଇଥିଲା। ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର