ଚିନ୍ତାରେ ପଞ୍ଚାୟତ ଗୁଡ଼ିକର କିଣାବିକା କରୁଥିବା କେନ୍ଦୁପତ୍ର ବ୍ୟବସାୟୀ।
ଚିନ୍ତାରେ ପଞ୍ଚାୟତ ଗୁଡ଼ିକର କିଣାବିକା କରୁଥିବା କେନ୍ଦୁପତ୍ର ବ୍ୟବସାୟୀ।
ମାଲକାନଗିରି ତା:- ୦୨/୦୫ ମାଲକାନଗିରି ଜିଲ୍ଲାରେ ଦୁଇ ରୁ ତିନି ଦିନ ଧରି କାଳବୌଶାଖୀ ତାଣ୍ଡବରେ ପଞ୍ଚାୟତ ଗୁଡ଼ିକ ରୁ କେନ୍ଦୁପତ୍ର କିଣାବିକା ପାଇଁ ଲାଇସେନ୍ସ ପାଇଥିବା ବ୍ୟବସାୟୀ ମାନେ କେନ୍ଦୁପତ୍ର କ୍ଷୟକ୍ଷତି ରୁ ଚିନ୍ତାରେ l ତେବେ ଗତକାଲି ସନ୍ଧ୍ୟା ମାଥିଲି ଓ ମାଲକାନଗିରି ବ୍ଳକ୍ ଅନ୍ତର୍ଗତ ଭେଜଗୁଡ଼ା , ବୀରଲକ୍ଷ୍ମଣପୁର ଓ ଅନେକ ଗ୍ରାମ ପଞ୍ଚାୟତ ରେ କାଳବୌଶାଖୀ ତାଣ୍ଡବ ଦେଖିବାକୁ ମିଳିଛି l ତେବେ ଏହି ଦୁଇଟି ପଞ୍ଚାୟତ ଭେଜାଗୁଡା ଓ ବୀର ଲକ୍ଷ୍ମଣପୁର ରେ ଏତେ ତୀବ୍ରଗତି ରେ ପବନ ଏବଂ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିବା ବେଳେ ଅଧା ଶୁଖିଥିବା କେନ୍ଦୁପତ୍ର କାଳବୌଶାଖୀ ପବନରେ ଉଡାଇ ନେଇ କେନ୍ଦୁପତ୍ର ଵିଡ଼ା ସବୁ ବର୍ଷା ପାଣିରେ ଭିଜି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି l ତେବେ ଲକ୍ଷଲକ୍ଷ ଟଙ୍କା ର କେନ୍ଦୁପତ୍ର ସବୁ ନଷ୍ଟ ହେବେରୁ ଚିନ୍ତାରେ କେନ୍ଦୁପତ୍ର ବ୍ୟବସାୟୀ । ଏହି କାଳ ବୈଶାଖୀ ଯୋଗୁଁ କେତେ ଜେ ଟଙ୍କାର ପତ୍ର ଲସ ହୋଇଥିବ ଏହି ଦୁଇ ପଞ୍ଚାଯତ ର ବ୍ୟବସାୟୀ ମାନଙ୍କ ମୁନିସି ଶୁକଦେବ ବଦନାୟକ ଓ ଜୟରାମ ମାଡକାମି ଗଣ ମାଧ୍ୟମ ଆଗରେ ଦୁଃଖ ର ସହ ଗଣ ମାଧ୍ୟମ କୁ ଜଣାଇଛନ୍ତି l
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବ