ଜିଲ୍ଲାରେ ଆଦିବାସି ସଂସ୍କୃତିର ସୁରକ୍ଷା ପାଇଁ ମଙ୍ଗଳ ବିଭାଗ ଶିକ୍ଷକଙ୍କ ପ୍ରୟାସ।

ଜିଲ୍ଲାରେ ଆଦିବାସି ସଂସ୍କୃତିର ସୁରକ୍ଷା ପାଇଁ ମଙ୍ଗଳ ବିଭାଗ ଶିକ୍ଷକଙ୍କ ପ୍ରୟାସ।

ଜିଲ୍ଲାରେ ଆଦିବାସି ସଂସ୍କୃତିର ସୁରକ୍ଷା ପାଇଁ ମଙ୍ଗଳ ବିଭାଗ ଶିକ୍ଷକଙ୍କ ପ୍ରୟାସ। ମାଲକାନଗିରି, ତା:- ୨୩/୦୯ ମାଲକାନଗିରି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏଠାରେ କୋୟା, ବଣ୍ଡା, ବିଦାୟୀ, ପରଜା ଭଳି ୧୬ଟି ଆଦିବାସୀ ଜନଜାତିର ଲୋକେ ବସବାସ କରୁଥିବାବେଳେ ଏମାନଙ୍କର କଳା, ପରମ୍ପରା ଓ ସଂସ୍କୃତି ଅତ୍ୟନ୍ତ ନିଆରା । ତେବେ ବର୍ତ୍ତମାନ ଆଧୁନିକତାର ଚାକଚକ୍ୟରେ ଆଦିବାସୀ କଳା ସଂସ୍କୃତି ଲୋପ ପାଉଥିବା ବେଳେ ଏହାକୁ ବଞ୍ଚାଇ ରଖିବା ପାଇଁ ମାଲକାନଗିରି ଜିଲା ତଣ୍ଡିକି ଆଶ୍ରମ ବିଦ୍ୟାଳୟର ସ‌ହକାରୀ ଶିକ୍ଷକ ଡି. ଜଗନ୍ନାଥ ରାଓ ଅଭିନବ ଉପାୟ ଆପଣେଇଛନ୍ତି । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷାଦାନ ସ‌ହ ଏକ ଲୋକ-କଳା ସଂଗଠନ ଗଠନ କରି ଆଦିବାସୀ ପରମ୍ପରା ନୃତ୍ୟ ସଙ୍ଗୀତ, ପର୍ବପର୍ବାଣି, ପରମ୍ପରା ବିଧୀକୁ ସେମାନଙ୍କ ପାରମ୍ପରିକ ପୋଷାକ, ବାଦ୍ୟ ଯନ୍ତ୍ର ଆଦି ସମ୍ପର୍କରେ ଶିକ୍ଷା ଦେଉଥିବା ଦେଖିବାକୁ ମିଳିଛି। ଏଥିସହ ବିରତି ସମୟରେ ସେମାନଙ୍କୁ ସଙ୍ଗୀତ, ନାଟକ, ଶିକ୍ଷା ମଧ୍ୟ ଦେଉଛନ୍ତି । ନିଜସ୍ୱ ଖର୍ଚ୍ଚ ରୁ ଏହି ପରମ୍ପରା ସମ୍ପର୍କରେ ସଚେତନତା କରୁଥିବାବେଳେ ମାଲ୍ୟବନ୍ତ ମହୋତ୍ସବ ଠାରୁ ଆରମ୍ଭ କରି ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ରାଜ୍ୟସ୍ତରରେ ଏହି ଛାତ୍ରଛାତ୍ରୀଙ୍କୁ ନେଇ ଆଦିବାସୀ ପରମ୍ପରାର ଲୁକ୍କାୟିତ କଳାକୂ ପରିବେଷଣ କରାଇ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଶ୍ରୀ ରାଓଙ୍କ କହିବା କତା ତାଙ୍କ ତିନିପୁରୁଷ ଧରି ମାଲକାନଗିରିରେ ବସବାସ କରୁଛନ୍ତି । ପୂର୍ବରୁ ମାଲକାନଗିରି ଜିଲାରେ ଯେଉଁ ଆଦିବାସୀ ସଂସ୍କୃତି ରହିଥ‌ିଲା ତାହା ଏବେ ଲୋପ ପାଇବାରେ ବସିଛି। ଆଦିବାସୀ ନିଜ ପରମ୍ପରାକୁ ସମ୍ପୂର୍ଣ୍ଣ ଭୁଲି ଯାଇ ସହରୀ ପରମ୍ପରାକୁ ଆପଣାଉଥିବାରୁ ତାଙ୍କୁ ବ୍ୟଥିତ କରିଛି । ସେ ମଙ୍ଗଳ ବିଭାଗରେ ଶିକ୍ଷକତା କରୁଥିବାବେଳେ ଆଗାମୀ ପିଢ଼ି ଯେଭଳି ଆଦିବାସୀ ସଂସ୍କୃତିକୁ ଭୁଲି ନ ଯାଆନ୍ତି ସେଥିପାଇଁ ସେ ଏହି ଛାତ୍ରଛାତ୍ରୀଙ୍କୁ ନେଇ ମାଲକାନଗିରି ଜିଲାରେ ଆଦିବାସୀ ସଂସ୍କୃତିକୁ ବଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଥ‌ିବା କହିଛନ୍ତି । ଆଗାମୀ ଦିନରେ ଯଦି ଏହି ଲୋକ ସଂଗଠନକୁ ସରକାରୀ ମାନ୍ୟତା ଓ ସହାୟତା ମିଳେ ତାହେଲେ ଏହାକୁ ରାଜ୍ୟ ଠାରୁ ଅନ୍ୟ ରାଜ୍ୟକୁ ମଧ୍ଯ ପ୍ରଚାର ପ୍ରସାର କରିବେ ବୋଲି ସେ ପ୍ରକାଶ କରିଛନ୍ତି । ଶ୍ରୀ ରାଓଙ୍କ ଏପରି କାର୍ଯ୍ୟକୁ ଦେଖୀ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର