ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କଲା ପଞ୍ଜାବ ପୁଲିସ

ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କଲା ପଞ୍ଜାବ ପୁଲିସ

ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କଲା ପଞ୍ଜାବ ପୁଲିସ- ୨ ରକେଟ ଲଞ୍ଚର ଜବତ... ଅମୃତସର- ପଞ୍ଜାବ ପୁଲିସ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ।ସେମାନଙ୍କ ନିକଟରୁ ଗୋଟିଏ ରକେଟ ଲଞ୍ଚର ସହ ଗ୍ରିନେଡ୍‌ ଜବତ କରାଯାଇଛି । ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା ହେଉଥିବା କଥା ପୁଲିସର ଗୁପ୍ତଚର ବିଭାଗକୁ ସୂଚନା ମିଳିଥିଲା । ଡ୍ରୋନ୍‌ ଯୋଗେ ପାକିସ୍ତାନରୁ ଏହି ରକେଟ୍ ଲଞ୍ଚର ଓ ଗ୍ରିନେଡ୍‌ ଆସିଥିବା କଥା ପଞ୍ଜାବ ପୁଲିସ ସୂଚନା ଦେଇଛନ୍ତି। ମହକଦୀପ ସିଂ ଓ ଆଦିତ୍ୟ ନାମକ ଏହି ଦୁଇ ଆତଙ୍କବାଦୀ ପାକିସ୍ତାନର ଆଇଏସ୍‌ଆଇର ସମ୍ପର୍କରେ ଥିଲେ । ଭାରତରେ ଆତଙ୍କବାଦ ଆକ୍ରମଣ କରିବା ପାଇଁ ଏମାନେ ସହାୟତା ଯୋଗାଇ ଦେଉଥିଲେ । ଫିରୋଜପୁର ଜେଲ୍‌ରେ ଥିବା ଆଇଏସ୍‌ଆଇ ପ୍ରୋୟଜିତ ଆତଙ୍କବାଦୀ ହରପ୍ରୀତ୍‌ ସିଂ ସହ ଏମାନେ ବାରମ୍ବାର ସମ୍ପର୍କରେ ରହି ଆସୁଥିଲେ । ପଞ୍ଜାବ ପୁଲିସର ସ୍ୱତନ୍ତ୍ର ବିଭାଗ ଏମାନଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ଆର୍‌ପଜି ୨୨ ଓ ଆଣ୍ଟି ଟ୍ୟାଙ୍କ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା କଥା ଅମୃତସର ଗ୍ରାମୀଣ ଏସ୍‌ଏସ୍‌ପି ମନିନ୍ଦର ସିଂ ସୂଚନା ଦେଇଛନ୍ତି ।