ଦୁର୍ନୀତି ନିବାରଣ ସଚ଼େତନତା ସପ୍ତାହ ପାଳନ ଅବସରରେ ସାଧୁତା

ଦୁର୍ନୀତି ନିବାରଣ ସଚ଼େତନତା ସପ୍ତାହ ପାଳନ ଅବସରରେ ସାଧୁତା

ଦୁର୍ନୀତି ନିବାରଣ ସଚ଼େତନତା ସପ୍ତାହ ପାଳନ ଅବସରରେ ସାଧୁତା ଶପଥ ପାଠ । ଢ଼େଙ୍କାନାଳ, ତା. ୨୭.୧୦.୨୦୨୫ - ଆଜ ତା. ୨୭.୧୦.୨୦୨୫ ରିଖ ଠାରୁ ଆସନ୍ତା ୦୨.୧୧.୨୦୨୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହେଉଅଛି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଏକ ସାଧୁତା ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଲଳିତ ମୋହନ ବେହେରା ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ । ଏହି ଶପଥ ପାଠ ସମୟରେ ଦୁର୍ନୀତି ନିବାରଣ ବିଭାଗ, ଢେଙ୍କାନାଳର ଉପ-ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅନସୂୟା ସେନାପତିଙ୍କ ସହ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ସମୟରେ ବ୍ଲକ, ଉପଖଣ୍ଡ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ନିଜ ନିଜ କାର୍ଯ୍ୟାଳୟରେ ଏହି ସାଧୁତା ଶପଥ ପାଠ କରିଛନ୍ତି ।