ନବରଙ୍ଗପୁର ଜିଲ୍ଲା ର ପୋଲିସ ସବ୍ ଇନ୍ସପେକ୍ଟରଙ୍କ CEC ନିର୍ବାଚନ।
ନବରଙ୍ଗପୁର ଜିଲ୍ଲା ର ପୋଲିସ ସବ୍ ଇନ୍ସପେକ୍ଟରଙ୍କ CEC ନିର୍ବାଚନ।
___________________________
ନବରଙ୍ଗପୁର, ଶ୍ରୀ ଖଗେଶ୍ବର ଖୋସଲା, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସହର ଥାନା ର ଜଣେ ସବ୍ ଇନ୍ସପେକ୍ଟର କାର୍ଯ୍ୟରତ। ଶ୍ରୀ ଖୋସଲା ଜିଲ୍ଲାରେ ଏକ ଜଣାଶୁଣା ଅଫିସର। କଟକ ସହରରେ ହେଉଥିବା CEC ଅର୍ଥାତ୍ ସେଣ୍ଟ୍ରାଲ ଏକ୍ଜକ୍ୟୁଟିଭ୍ କମିଟିର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ୩୦ ଟି ଜିଲ୍ଲା ରୁ ଅନେକ ପୋଲିସ ଏ.ଏସ୍. ଆଇ, ଏବଂ ଏସ୍ .ଆଇ. ଯୋଗ ଦେଇଥିଲେ। ପ୍ରତ୍ୟେକ ଜିଲ୍ଲା ରୁ ପ୍ରାୟ ୨୦/୧୮ ଜଣ ଅଫିସର ଯୋଗଦେଇ ଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲା ର ପ୍ରତିନିଧିତ୍ଵ କରି ନୋମିନେସନ୍ ଫାଇଲ କରି ଥିଲେ ଶ୍ରୀ ଖୋସଲା ଏବଂ CEC ସଭ୍ୟ ଭାବେ ନିର୍ବାଚିତ ମଧ୍ୟ ହୋଇଥିଲେ। ସମାଜ ର ଜଣେ ଜଣାଶୁଣା ପୋଲିସ କର୍ମଚାରୀ ଭାବେ ବେଶ୍ ପରିଚିତ। ସମାଜ ର ଅନେକ କାର୍ଯ୍ୟକ୍ରମ ରେ ଏକ ସମାଜସେବୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଅନେକ ସ୍ଥାନରେ ଯଥା ମୃତ କର୍ମ, ଅଭାବ ଅସୁବିଧାରେ ସେ ସମସ୍ତଙ୍କ ନିକଟରେ ଠିଆ ହୋଇ ସେ କାମ ଟିକୁ ସୁଚାରୁରୂପେ ସମ୍ପାଦନା କରିପାରନ୍ତି। ପୋଲିସ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଫରକ ଦୂର କରି ଏକ ବନ୍ଧୁତ୍ୱପୂର୍ଣ ସାମଞ୍ଜସ୍ୟ ସୃଷ୍ଟି କରିବାକୁ ଶ୍ରୀ ଖୋସଲା ସର୍ବଦା ଚେଷ୍ଟିତ।
ନବରଙ୍ଗପୁର ରୁ ହରିହର ଶତପଥୀ.