ପଟ୍ଟାମୁଣ୍ଡାଇ ପୌରପାଳିକା ର ଦବଙ୍ଗ ଗିରି ବିନା ନୋଟିସ ଓ ବିନା ଥଇଥାନ ରେ ଭାଙ୍ଗିଲେ ଶହ ଶହ ଉଠା ଦୋକାନ ଘର।

ପଟ୍ଟାମୁଣ୍ଡାଇ ପୌରପାଳିକା ର ଦବଙ୍ଗ ଗିରି ବିନା ନୋଟିସ ଓ ବିନା ଥଇଥାନ ରେ ଭାଙ୍ଗିଲେ ଶହ ଶହ ଉଠା ଦୋକାନ ଘର।

ପଟ୍ଟାମୁଣ୍ଡାଇ ପୌରପାଳିକା ର ଦବଙ୍ଗ ଗିରି ବିନା ନୋଟିସ ଓ ବିନା ଥଇଥାନ ରେ ଭାଙ୍ଗିଲେ ଶହ ଶହ ଉଠା ଦୋକାନ ଘର। ରୋଜଗାର ହରାଇଲେ ଶହ ଶହ ପରିବାର। ଚୁପ୍ ରହିଲେ ନିର୍ବାଚିତ ନେତା ପଟ୍ଟାମୁଣ୍ଡାଇ ୧୯.୦୯.୨୦୨୫ ଆଜି ପଟ୍ଟାମୁଣ୍ଡାଇ ପୌରପାଳିକା ତରଫରୁ ହଟାତ ବଜାର ର ଉଚ୍ଛେଦ କାର୍ଯ୍ୟ ଜାରି ରଖିଲା।କୌଣସି ଉଠା ଦୋକାନୀ ଜାଣି ପାରିଲେ ନାହିଁ କଣ ପାଇଁ ଦୋକାନ ଭଙ୍ଗା ଯାଉଛି। ଏହି କଥା ୧୦୦ରୁ ଉର୍ଦ୍ଧ୍ବ ଉଠା ଦୋକାନୀ ପଟ୍ଟାମୁଣ୍ଡାଇ ପୌରପାଳିକା ର ଅଧିକାରୀ ଓ ପଟ୍ଟାମୁଣ୍ଡାଇ ର ତହସିଲଦାର ଙ୍କୁ ପଚାରି ଵାରୁ ସିଏ କହିଲେ ଟ୍ରାଫିକ ସମସ୍ୟା ହେଉଛି ସବ୍ କଲେକ୍ଟର ଅର୍ଡର୍ କଲେ ପଟ୍ଟାମୁଣ୍ଡାଇ ରୁ ଉଠା ଦୋକାନୀ ଙ୍କୁ ଉଚ୍ଛେଦ କରା ଯାଉ। ଦୋକାନୀ ମାନେ କହିଲେ ଆମ କୁ ବିନା ନୋଟିସ ରେ ଉଚ୍ଛେଦ କଲେ ଆମ ର ସହ ସହ ଟଙ୍କା ର ଜିନିଷ ପତ୍ର ନଷ୍ଟ ହେବ ଓ ଆମେ ମାନେ ଜୀବିକା ହରାଇବୁ ଆମ ପ୍ରତି ଦୟାକରି ଦୁର୍ଗା ପୂଜା ପର୍ଯ୍ୟନ୍ତ ବନ୍ଦ କରାଯାଉ।କିନ୍ତୁ ତହସିଲଦାର ଓ ପୌରପାଳିକା ଅଧିକାରୀ କିଛି ନ ଶୁଣି ୧୦୦ ରୁ ଉର୍ଦ୍ଧ ଉଠା ଦୋକାନୀ ଙ୍କ ଘର ଭାଙ୍ଗି ଦେଲେ। ଏବେ ସାତ ଦିନ ପରେ ଦୂର୍ଗା ପୂଜା ପଟ୍ଟାମୁଣ୍ଡାଇ ରେ ଶହେ ରୁ ଉର୍ଦ୍ଧ୍ବ ପରିବାର ଜୀବିକା ହରାଇ କରିବେ କଣ ଚିନ୍ତା କରି କାନ୍ଦୁଛନ୍ତି ।କିଛି ଦୋକାନୀ କାନ୍ଦି କାନ୍ଦି ସାମ୍ବାଦିକ ଙ୍କୁ କହିଲେ ଆମକୁ ପଟ୍ଟାମୁଣ୍ଡାଇ ପ୍ରଶାସନ ସମୟ ନ ଦେଇ ଆମକୁ ଉଚ୍ଛେଦ କଲା ତଥାପି ଆମେ ଯିବୁ କୁଆଡେ।ଆମ ଦୋକାନ ଜିନିଷ ପତ୍ର ସବୁ ନଷ୍ଟ ହୋଇ ଯାଇଛି।ଆମ ର ଦୋକାନ ଗଲା ଆମ ପିଲା ଛୁଆ କେମିତି ଚଳିବେ ଏହି ଉଠା ଦୋକାନୀ ଙ୍କ ଦୁଃଖ ଦେଖି ପଟ୍ଟାମୁଣ୍ଡାଇ ଜନସାଧାରଣ ,ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ପଟ୍ଟାମୁଣ୍ଡାଇ ପ୍ରଶାସନ ଓ ସ୍ଥାନୀୟ ନିର୍ବାଚିତ ନେତା ଙ୍କୁ ଦୋଷ ଦେଇଛନ୍ତି। ସେମାନେ କହିଛନ୍ତି ଉଠା ଦୋକାନୀ ଙ୍କୁ ଉଠା ଯାଉ କିନ୍ତୁ ବିନା ନୋଟିସ ରେ ଉଠାଇବା ଆଇନ ସଙ୍ଗ ନୁହେଁ ।ତାଙ୍କୁ ନୋଟିସ ଦେଇଥିଲେ ସେମାନେ ତାଙ୍କ ଦୋକାନ ଜିନିଷ ପତ୍ର କୁଆଡେ ନେଇ ଯାଇ ଥାନ୍ତେ।ଆଜି ସହ ସହ ଉଠା ଦୋକାନୀ ଙ୍କ ଦୋକାନ ଭଙ୍ଗା ହେଲା ବେଳେ କୌଣସି ନିର୍ବାଚିତ ନେତା ଙ୍କ ର ଦେଖା ନ ଥିଲା। ଶହ ଶହ ଉଠା ଦୋକାନୀ ପଟ୍ଟାମୁଣ୍ଡାଇ ବଜାର ରେ ଜୀବିକା ହରାଇ ଥିଲା ବେଳେ ପଟ୍ଟାମୁଣ୍ଡାଇ ପ୍ରଶାସନ ଓ ନିର୍ବାଚିତ ନେତା ଭଙ୍ଗା ହେବା ର ମଜା ନେଇଥିଲେ।ଏଥି ପ୍ରଶ୍ନ ଉଠୁଛି କଣ ପାଇଁ ପୌରପାଳିକା ବିନା ନୋଟିସ ରେ ଉଠା ଦୋକାନୀ ଙ୍କୁ ଉଠାଇଲା ,କଣ ପାଇଁ ସେମାନଙ୍କୁ ଥଇଥାନ କରାଗଲା ନାହିଁ,କଣ ପାଇଁ ନିର୍ବାଚିତ ନେତା ଚୁପ୍ ବସି ଲେ ତାହା ସମସ୍ତ ଙ୍କୁ ଆଚମ୍ବିତ କରିଛି।ଆଜି ପଟ୍ଟାମୁଣ୍ଡାଇ ବଜାର ରୁ ଶହ ଶହ ଉଠା ଦୋକାନୀ ରୋଜଗାର ହରାଇ କାନ୍ଦି କାନ୍ଦି ଘର୍ କୁ ଫେରିଛନ୍ତି ,କେମିତି ସେମାନଙ୍କ ପରିବାର ଚଳାଇବେ ତାହା ସମୟ କହିବ।ଆଗକୁ ଯଦି ଉଠା ଦୋକାନୀ ଙ୍କୁ ଥଇଥାନ କରା ନ ଯାଏ ତେବେ ପଟ୍ଟାମୁଣ୍ଡାଇ ରେ ଏକ ଜନଆନ୍ଦୋଳନ ଦେଖା ଯାଇ ପାରେ।ଆଜି ର ପଟ୍ଟାମୁଣ୍ଡାଇ ବଜାର ଉଚ୍ଛେଦ ବେଳେ ୧ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ର ଦୋକାନ ଜିନିଷ ପତ୍ର ଓ ଦୋକାନ ଆସବାବ ପତ୍ର ନଷ୍ଟ ହୋଇଛି। ପଟ୍ଟାମୁଣ୍ଡାଇ ରୁ ସଞ୍ଜୟ କୁମାର ପଣ୍ଡା ଜିଲ୍ଲା ପ୍ରତିନିଧି ,ବିଶେଷ ଖବର,କେନ୍ଦ୍ରାପଡ଼ା