ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବଦଳି ପ୍ରତ୍ୟାହାର ପାଇଁ ଜିଲ୍ଲାପାଳ ଙ୍କୁ ଦାବୀପତ୍ର I

ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବଦଳି ପ୍ରତ୍ୟାହାର ପାଇଁ ଜିଲ୍ଲାପାଳ ଙ୍କୁ ଦାବୀପତ୍ର I
କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଟିକାବାଲି ବ୍ଲକ ଅଧୀନରେ ଥିବା
ବୁର୍ବିନାଯୁ ପଞ୍ଚାୟତ SMC ଓ ଗ୍ରାମବାସୀଙ୍କ କହିବା ଅନୁସାରେ ବର୍ତମାନ କାର୍ଯ୍ୟରତ ଥିବା ପ୍ରଧାନ ଶିକ୍ଷୟତ୍ରୀ ଯୋଗଦେବା ଦିନଠାରୁ ବିଦ୍ୟାଳୟ ର ଶିକ୍ଷ୍ୟା ର ଉନ୍ନତି,ବିଦ୍ୟାଳୟରେ ଥିବା ଛାତ୍ରୀ ନିବାସ ରେ ରହୁଥିବା ଛାତ୍ରୀ ମାନଙ୍କ ଖାଦ୍ୟପେୟ ର ଉନ୍ନତ ମାନ ଥିବା ଗ୍ରାମବାସୀ ମାନେ କହୁଥିବା ସହିତ କର୍ମୀ ମାନଙ୍କ ସହିତ ମଧୁର ସମ୍ପର୍କ ଓ ତାଙ୍କ ବଳିଷ୍ଠ ନେତୃତ୍ୱରେ ବିଦ୍ୟାଳୟ ର ସମସ୍ତ କାର୍ଯ୍ୟ ସୁଚାରୁରୂପେ ତୁଲାଇଆସୁ ଥିବା ର ଗ୍ରାମବାୀମାନେ ଉପଲବ୍ଧ କରୁଛନ୍ତି। ବୋଲି ଗଣମାଧ୍ୟମ ସାରେ କହିଛନ୍ତି ପଞ୍ଚାୟତ ର ସରପଞ୍ଚ ସାଲିମା ପ୍ରଧାନ। ମାତ୍ର ସାତ ମାସ ଭିତରେ ସେ ଅନେକ ପରିବର୍ତନ ଆଣିବା ସହିତ ଦଶମ ବୋର୍ଡ ପରୀକ୍ଷାରେ ବ୍ଲକ ଟପ୍ପର ମଧ୍ୟ ବାହାରିଥିବା ସେ ଦାବି କରିଛନ୍ତି।ସେ ଜଣେ କର୍ତ୍ତବ୍ୟ ନିଷ୍ଠା ଶିକ୍ଷୟତ୍ରୀ ହୋଇ ଥିବା ବେଲେ ତାଙ୍କୁ ଅନ୍ୟତ୍ର ବଦଳି କରିବା ଟା ଗ୍ରାମବାସୀ ଙ୍କ ପକ୍ଷରେ ହଜମହଉନି।
ସେହି ଶିକ୍ଷୟତ୍ରି ଙ୍କ ବଦଳରେ ଅନ୍ୟ ପୁରୁଷ ଶିକ୍ଷକ ଯାହାଙ୍କ ନାମ ସଞ୍ଜୀବ କୁମାର ନାୟକ ପୂର୍ବରୁ ଲିଙ୍ଗାଗଡ ବାଳିକା ଉଚ୍ଚ ବିଦ୍ୟାଳୟରେ ରେ କାର୍ଯ୍ୟରତ ଥିବା ସମୟରେ ତାଙ୍କ ନାମରେ ମହିଳା ଅସଦାଚରଣ ଅଭିଯୋଗ ହୋଇଥିଲା ଓ ତାଙ୍କୁ ଗଜପତି ଜିଲ୍ଲା କୁ ସ୍ଥାନାନ୍ତର କରାଯାଇଥିଲା।
ସେଥିପାଇଁ ଗ୍ରାମବାସୀ ଶିକ୍ଷୟତ୍ରୀ ଙ୍କ ବଦଳି ଆଦେଶ ପ୍ରତ୍ୟାହାର କରିବାକୁ ଅନୁରୋଧକରିଥିବା ବେଳେ ନଚେତ୍ ଆଦେଶ ପରିବର୍ତନ କରି ଏକ ମହିଳା ପ୍ରଧାନ ଶିକ୍ଷୟତ୍ରୀ ଏହି ବିଦ୍ୟାଳୟକୁ ଦିଆଯାଉ ବୋଲି ଅନୁରୋଧ କରିଛନ୍ତି ଅଞ୍ଚଳ ବାସୀ। ମାତ୍ର କୌଣସି ପୁରୁଷ ପ୍ରଧାନ ଶିକ୍ଷକ ଙ୍କୁ ଅଞ୍ଚଳବାସୀ ଗ୍ରହଣ କରିବେ ନାହିଁ ବୋଲି ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତିଓ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି,ବୁର୍ବିନାଜୁ ପଞ୍ଚାୟତ ବାସୀ ଓ ସରପଞ୍ଚ ଶ୍ରୀମତୀ ସଲିମା ପ୍ରଧାନ।
କନ୍ଧମାଳ ରୁ ଶିବ ପ୍ରସାଦ ନାୟକ