ବିଷର ପ୍ରଭାବରେ ପାଣିରେ ମରି ଭାସୁଛନ୍ତି ପୁଳା ପୁଳା ମାଛ।*

ବିଷର ପ୍ରଭାବରେ ପାଣିରେ ମରି ଭାସୁଛନ୍ତି ପୁଳା ପୁଳା ମାଛ।*

*ବିଷର ପ୍ରଭାବରେ ପାଣିରେ ମରି ଭାସୁଛନ୍ତି ପୁଳା ପୁଳା ମାଛ।* ରାଜନଗର: ୧୬/୧୧ (ଆଜିର ବିଶେଷ ଖବର) ରାଜନଗର ଅଞ୍ଚଳ ସମ୍ପୂର୍ଣ୍ଣ ନଦୀ ନାଳରେ ଘେରି ହୋଇଛି,ଅଧା ରୁ ଅଧିକ ଲୋକଙ୍କ ଜୀବିକାର ମୁଖ୍ୟ ଉର୍ତ୍ସ ହେଉଛି ଏହି ନଦୀ ନାଳ,କାରଣ ଏହି ନଦୀ ନାଳରେ ମାଛ ମାରି ଲୋକେ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି, କିନ୍ତୁ ଦୁଃଖର କଥା କିଛି ଲୋଭି ଓ ଅହଂକାରୀ ମଣିଷ ଙ୍କ ପାଇଁ ଏହି ନଦୀ ନାଳ ଏବେ ବିଷ ପାଲଟିଛି, ଯେଉଁ ବିଷ କାରଣରୁ ନଦୀ ଓ ନାଳର ପାଣି ବିଷାକ୍ତ ହେବାରୁ ମାଛ ପାଣିରେ ମରି ଭାସୁଛନ୍ତି, ଏଥିରେ ଅନେକଙ୍କ ଜୀବିକା ଉପରେ ବଡ଼ ପ୍ରହାର ହୋଇଛି। ଘଟଣା ଯୋଗ୍ୟ ରାଜନଗର ବ୍ଲକ ବାଲିସାହିପାଟଣା ଗ୍ରାମପଞ୍ଚାୟତ ସମ୍ମୁଖରେ ଥିବା ସୋଠୋ ଯାହା ବ୍ରାହ୍ମଣୀ ନଦୀକୁ ସଂଯୋଗ କରିଛି ସେଥିରେ ଗତକାଲି ପୁଳା ପୁଳା ମାଛ ମରି ପାଣିରେ ଭାସୁଥିବାର ନଜର ଆସିଛି,ଏଭଳି ଘଟଣା ଗ୍ରାମବାସୀ କେବେ ଆଗରୁ ଦେଖିନଥିଲେ ହଟାତ ଏଭଳି ଦେଖି ଲୋକେ ଅନେକ ସଂନ୍ଦେହ କରିଛନ୍ତି, ଲୋକଙ୍କ କହିବା ଅନୁଯାଇ କେହି ଲୋଭି ଓ ଅହଂକାରୀ ଲୋକ ଜାଣିଶୁଣି ଲୋକଙ୍କ ଆହାର ମୁହଁରେ ପାହାର ଦେବାଲାଗି ଜାଣିଶୁଣି ଏହି ସୋଠୋରେ ଚିଙ୍ଗୁଡ଼ି ବିଷ ମାରିଛନ୍ତି ଯେଉଁ କାରଣ ରୁ ପୁଳା ପୁଳା ମାଛ ସୋଠୋ ପାଣିରେ ଭାସୁଛନ୍ତି, ଅନ୍ୟପଟେ ବାଲିସାହିପାଟଣା ଗ୍ରାମପଞ୍ଚାୟତ ଅଧୀନରେ ଏହି ସୋଠୋ ରହିଛି ଯାହା ପ୍ରତ୍ୟେକ ବର୍ଷ ନିଲାମରେ ଯାଏ, କିନ୍ତୁ ସୋଠୋରେ ଚଳିତ ବର୍ଷ ଅଧିକ ଦଳ ରହିଥିବାରୁ ତାହା ନିଲାମ ଯାଇନାହିଁ, ଅଳ୍ପ ଦିନ ମଧ୍ୟରେ ନିଲାମ ଯାଇଥାନ୍ତା ହେଲେ ତାହା ପୂର୍ବରୁ ସେହି ସୋଠୋ ରେ କେହି ଜଣେ ବିଷ ମାରିଥିବାରୁ ପୁଳା ପୁଳା ମାଛ ମରି ଭାସୁଛନ୍ତି, ଏହାକୁ ନେଇ ସରପଞ୍ଚ କହିଛନ୍ତି ରାଜନଗର ଥାନାରେ ଏନେଇ ଅଭିଯୋଗ ଦିଆଯାଇଛି ଯିଏ ଦୋଷୀ ଥିବେ ତାଙ୍କୁ ପୋଲିସ ନିଶ୍ଚୟ ଖୋଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ବିଶ୍ୱଜିତ ପଣ୍ଡା ଙ୍କ ରିପୋର୍ଟ। ଆଜିର ବିଶେଷ ଖବର।