ବୌଦ୍ଧ ବିକାଶ ମେଳା ଉଦଯାପନୀ ଉତ୍ସବ .

ବୌଦ୍ଧ ବିକାଶ ମେଳା ଉଦଯାପନୀ ଉତ୍ସବ .

ବୌଦ୍ଧ ବିକାଶ ମେଳା ଉଦଯାପନୀ ଉତ୍ସବ .

ବୌଦ୍ଧ: ବୌଦ୍ଧ ଜିଲ୍ଲା ରେ କଚେରୀ ପଡିଆ ଠାରେ ଦୀର୍ଘ ୭ ଦିନ ଧରି ଚାଲିଥିବା ବିକାଶ ମେଳା ର ଆଜି ସନ୍ଧ୍ୟା ୬ ଘଣ୍ଟିକା ସମୟରେ  ଉଦଯାପିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ଶ୍ରୀ ସରୋଜ କୁମାର ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ପୂର୍ତ୍ତ ବିଭାଗ ତଥା ଅନ୍ୟାନ୍ୟ  ୱାର୍କସ ବିଭାଗ ର ବିଭିନ୍ନ
 ସ୍କିମ ଉପରେ ସ୍ୱତନ୍ତ୍ର ଭାବେ ବୈଠକ କଚେରୀ ପଡିଆ ମଞ୍ଚ ରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବିଧାୟକ, ବୌଦ୍ଧ ତଥା ମୁଖ୍ୟ ସଚେତକ  ସରୋଜ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜ଼ିଲ୍ଲାପାଳ ପ୍ରବୀଣ କୁମାର ବlଣୁଆ,ଜ଼ିଲ୍ଲା ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଏବଂ ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ସଭା ରେ ସଭାପତିତ୍ୱ କରିଥିଲେ l  ଏହି ଜିଲ୍ଳାସ୍ତରୀୟ ବିକାଶ ମେଳାର ଶେଷ ଦିବସ ରେ କଳାଞ୍ଜଳି ଅନୁଷ୍ଠାନ, ପ୍ରାଣମ ଅନୁଷ୍ଠାନ, କସ୍ତୁରଵା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟ, ସରସ୍ବତୀ ଶିଶୁ  ମନ୍ଦିର, ଜାଗୃତି ବିଜୟା ପାଲା ସଂସଦ, ମହାକୁଡ଼ ପାଲି, ସେଣ୍ଟ ଜାଭିୟର  ପବ୍ଲିକ ସ୍କୁଲ, ଜ୍ୟୋତି କଳା ପରିଷଦ, ଭୁବନେଶ୍ୱର, ସମର୍ଥ ଦୃଷ୍ଟିହୀନ ସଂଘ, ଭବାନୀପାଟଣା, ସୋୟମ ଅନୁଷ୍ଠାନ, ପଡିଆବାହାଲ,ଢୋଲ ମହୁରୀ କଳା ପରିଷଦ, ବଲାଙ୍ଗୀର  ଆଦି ଅନେକ ରଙ୍ଗା ରଙ୍ଗ  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଏହି ଅବସରରେ ବହୁ ଅଧିକାରୀ, କର୍ମଚାରୀ, ବିଭିନ୍ନ ବିଭାଗ ର ହିତାଧିକାରୀ, କଳାକାର, ବିଭିନ୍ନ କମିଟି  ଙ୍କୁ ଅତିଥି ବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ l  ଏହି ଅବସରରେ ମେଂଢ଼ୀମାଲ ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ପ୍ରମୋଦ ପ୍ରଧାନ  ସଭାକାର୍ଯ୍ୟ ଏବଂ ସମ୍ବର୍ଦ୍ଧନା ଉତ୍ସବ ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶ୍ରଦ୍ଧାଞ୍ଜଳି ସାହୁ, ଅନ୍ଵେଷା ମିଶ୍ର ଏବଂ ଶୁଭଲକ୍ଷ୍ମୀ ମୁଦୁଲି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l