ବ୍ଲକ ସ୍ତରୀୟ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା.

ବ୍ଲକ ସ୍ତରୀୟ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା.

ବ୍ଲକ ସ୍ତରୀୟ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା.ତା ୧୪.୯.୨୦୨୫ ରିଖ ଦିନ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟର ତରଫରୁ ଧରିତ୍ ଆବା- ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନର ଦ୍ବାରା ଦଶପଲ୍ଲା ବ୍ଲକ ସ୍ତରୀୟ ଆଦି କର୍ମଯୋଗୀ ଅଭିଯାନର ଏକ ପ୍ରୟୋଗଶାଳା ଦଶପଲ୍ଲା ବ୍ଲକରେ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମକୁ ,ମଣ୍ଡଳ ଉନ୍ନୟନ ଅଧିକାରୀ, ଦଶପଲ୍ଲା ଓ ଜିଲ୍ଲା ମଙ୍ଗଳ ଅଧିକାରୀ, ନୟାଗଡ଼ ଶୁଭାରମ୍ଭ କରିଥିଲେ |ଏହି କାର୍ଯ୍ୟକ୍ରମ ଦ୍ବାରା ଦଶପଲ୍ଲା ବ୍ଲକର ମୋଟ ୧୧୦ଟି ଅନୂସୁଚିତ ଜନଜାତି ବହୁଳ ଗ୍ରାମର ସାମଗ୍ରିକ ଉନ୍ନତ କରାଯିବାର ଲକ୍ଷ୍ୟ ରଖାଯାଇଛି | ସେଇ ଗ୍ରାମର ଜନଜାତି ଯୁବକ ଯୁବତୀମାନେ ସଶକ୍ତ ହେବା ସହ ଗ୍ରାମ ଓ ସରକାରୀ କର୍ମଚାରୀଙ୍କ ସହ ସଂଯୋଗ ସ୍ଥାପନା କରି ବିକାଶ ବାହକ ହେବେ |ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶିକ୍ଷକ ଭାବେ ମଣ୍ଡଳ ଉନ୍ନୟନ ଅଧିକାରୀ,ଦଶପଲ୍ଲା , ଗୋଷ୍ଠୀ ଶିକ୍ଷା ଅଧିକାରୀ, ଦଶପଲା, ଜିଲ୍ଲା ମଙ୍ଗଳ ଅଧିକାରୀ, ନୟାଗଡ ସହ ବ୍ଲକ ପ୍ରଶିକ୍ଷକମାନେ ପ୍ରଷିକ୍ଷଣ ପ୍ରଦାନ କରିଥିଲେ | ଦଶପଲ୍ଲା ବ୍ଲକ ଅତିରିକ୍ତ ମଣ୍ଡଳ ଅଧିକାରୀ, ସିଡିପିଓ ଦଶପଲ୍ଲା ସହ ବ୍ଲକ ସ୍ତରୀୟ ଅଧିକାରୀମାନେ ଏବଂ ୧୮ ଗୋଟି ପଞ୍ଚାୟତର ନିର୍ବାହୀ ଅଧିକାରୀ, ସରପଞ୍ଚ . ଡିଏ-ଯୁଗା ଗ୍ରାମର ଗ୍ରାମବାସୀ ଓ ବସୁନ୍ଧରା ଓ ନିର୍ମାଣ ଆଦି ଏଞ୍ଜିଓର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ନେଇଥିଲେ | ଏହି ବ୍ଲକ ସ୍ତରୀୟ ପ୍ରୟୋଗଶାଳାରେ ମଙ୍ଗଳ ସଂପ୍ରସାରଣ ଅଧିକାରୀ, ଦଶପଲ୍ଲା ଧନ୍ୟବାଦ ପ୍ରଦାନ କରିଥିଲେ | ନୟାଗଡ ରୁ ଜିଲ୍ଲା ସାମ୍ବାଦିକ ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର