ବ୍ଲକ ସ୍ତରୀୟ ମାଲ୍ୟବନ୍ତ ଲୋକ ମହୋତ୍ସବରେ ପାରମ୍ପରିକ,ଆଧୁନିକ ଗୀତ ନାଚ,ପ୍ରଜ୍ଞା ଓ ଶଙ୍କର ଯୋଡିଙ୍କ କମେଡି ରେ ମଞ୍ଚ ଦୁଲୁକିଲା।

ବ୍ଲକ ସ୍ତରୀୟ ମାଲ୍ୟବନ୍ତ ଲୋକ ମହୋତ୍ସବରେ ପାରମ୍ପରିକ,ଆଧୁନିକ ଗୀତ ନାଚ,ପ୍ରଜ୍ଞା ଓ ଶଙ୍କର ଯୋଡିଙ୍କ କମେଡି ରେ ମଞ୍ଚ ଦୁଲୁକିଲା।

ବ୍ଲକ ସ୍ତରୀୟ ମାଲ୍ୟବନ୍ତ ଲୋକ ମହୋତ୍ସବରେ ପାରମ୍ପରିକ,ଆଧୁନିକ ଗୀତ ନାଚ,ପ୍ରଜ୍ଞା ଓ ଶଙ୍କର ଯୋଡିଙ୍କ କମେଡି ରେ ମଞ୍ଚ ଦୁଲୁକିଲା।

ମାଥିଲି,୩/୧୨  ମାଲକାନଗିରି ଜିଲ୍ଲା ମାଥିଲି ମିନି ଷ୍ଟାଡିଅମ ଠାରେ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ଲୋକ ମହୋତ୍ସବ ଆଦିବାସୀ ପାରମ୍ପରିକ ନାଚ ଗୀତ ଓ ଓଡିଶା ର ସୁନାମ ଧନ୍ୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବତୀଙ୍କ ଆଧୁନିକ ଗୀତ ନାଚ, କମେଡି କିଙ୍ଗ ପ୍ରଜ୍ଞା ଓ ଶଙ୍କରଙ୍କ ଯୋଡି କମେଡି ରେ ମଞ୍ଚ ଦୁଲୁକିଲା।ଗତକାଲି ସନ୍ଧ୍ୟାରେ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ଲୋକ ମହୋତ୍ସବ ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏମ. ପ୍ରମୋଦ କୁମାର ବେହେରା ଙ୍କ ନେତୃତ୍ୱରେ ଏବଂ ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା ଙ୍କ ସଭାପତିତ୍ୱ ରେ ଏକ ସ୍ୱତନ୍ତ୍ର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସମ୍ମାନିତ ଅତିଥି ଭାବରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା,ଜିଲ୍ଲା ପରିଷଦ ଜୋନ-୧ର ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ,ଜିଲ୍ଲା ପରିଷଦ ଜୋନ-୨ର ସଭ୍ୟ ହୀରଣ୍ୟ ମୁଦୁଲି ଓ ଜିଲ୍ଲା ପରିଷଦ ଜୋନ-୩ର ସଭ୍ୟା ସସ୍ମିତା ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଜୟ କୁମାର ମଣ୍ଡାଙ୍ଗି,ତହସିଲଦାର ସୁଶ୍ରୀ ମାନସୀ ଭୋଇ ଓ ମାଥିଲି ଥାନା ଅଧିକାରୀଣୀ ଦୀପାଞ୍ଜଳି ପ୍ରଧାନ,ଆଦିବାସୀ ମହାସଂଘ ର ଜିଲ୍ଲା ସଭାପତି ବନ୍ଧୁ ମୁଦୁଲି, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରତିନିଧି ସ୍ମୃତି ରଞ୍ଜନ ପାଢ଼ୀ ମଞ୍ଚାସିନ ଥିଲେ।ପ୍ରଥମେ ଜଗତର ନାଥ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ପୂଜାର୍ଚନା ପରେ ସଭା କାର୍ଯ୍ୟକ୍ରମ ଆରମ୍ଭ କରିବା ସହିତ ମାଥିଲି ବ୍ଲକ ସମସ୍ତ କୋଡିଏଟି ପଞ୍ଚାୟତ ର ସରପଞ୍ଚ /ସମିତି ସଭ୍ୟା /ସଭ୍ୟ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଉପ ଢୌକଣ ସହ ସମ୍ମାନିତ କରିଥିଲେ.ପରେ ଲୁକ୍କାୟିତ ଆଦିବାସୀ କଳା ସଂସ୍କୃତି କୁ ଲୋକ ଲୋଚନ କୁ ଆଣିବା ସହିତ ଦେଶ ବିଦେଶରେ କିପରି ପ୍ରଚାର ପ୍ରସାର କରାଯାଇ ପାରିବ ଓ ଲୁକ୍କାୟିତ ପ୍ରତିଭା ମାନଙ୍କୁ ମଧ୍ୟ ଉତ୍ସାହିତ କରିବା ଲକ୍ଷ ରଖି ସମସ୍ତେ ମିଳିମିଶି କାର୍ଯ୍ୟ କରିବା ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।ଏବଂ ବିଭିନ୍ନ ବର୍ଗର ଆଦିବାସୀ କଳା ସଂସ୍କୃତି ଉପରେ କୃତିତ୍ୱ ହାସଲ କରିଥିବା ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରଷ୍କୃତ କରାଯାଇଥିଲା। ବିଧାୟକ ଙ୍କ ଗୋଟିଏ ଦିନରେ କୋରକୋଣ୍ଡା, ଚିତ୍ରକୋଣ୍ଡା ଓ ମାଥିଲି ତିନୋଟି ବ୍ଲକ ଗୋଟିଏ ତାରିଖ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ଲୋକ ମହୋତ୍ସବ ଥିବାରୁ ବିଳମ୍ବ ହେଉ ପଛେ ଛତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ମଙ୍ଗୁ ଖିଲ ପହଞ୍ଚି ଉପସ୍ଥିତ ଦର୍ଶକ ଓ ଆୟୋଜକ ବ୍ଲକ ପ୍ରଶାସନ ଙ୍କୁ ଉତ୍ସାହିତ କରିଥିଲେ,ପରେ ଉତ୍କଳ ସମ୍ବାଦିକ ସଙ୍ଘ ଓ ମାଲକାନଗିରି ସମ୍ବାଦିକ ସଂଘର ଦୁଇ ସମ୍ବାଦିକ ସଙ୍ଘ ଓ ମାଥିଲି ବ୍ଲକ ପାଙ୍ଗାମ ପଞ୍ଚାୟତ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚଳିତ ବର୍ଷ ଅବସର ଗ୍ରହଣ କରିଥିବା ଶିକ୍ଷକ ପ୍ରତାପ ଚନ୍ଦ୍ର ରାଏଙ୍କୁ ଏହି ମାଲ୍ୟବନ୍ତ ଲୋକ ମହୋତ୍ସବ ମଞ୍ଚରେ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା.ସେହିପରି ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।ଏହା ପରେ ପାରମ୍ପରିକ ନାଚ ଗୀତ ସହିତ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବତୀ ଓ କମେଡି କିଙ୍ଗ  ପ୍ରଜ୍ଞା ଓ ଶଙ୍କର ଙ୍କ ଯୋଡି କମେଡି ରେ ହଜାର ହଜାର ଦର୍ଶକ ମାନେ ମନ ଭରି ଉପଭୋଗ କରିଥିଲେ।ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କୁ ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏମ. ପ୍ରମୋଦ କୁମାର ବେହେରା ପରିଚାଳନା କରିଥିବା ବେଳେ ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ପ୍ରଧାନ, ପଞ୍ଚାୟତ ଉନ୍ନୟନ ଅଧିକାରୀ ରତନ ରାଏ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ସାମଲ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶିବ ଶଙ୍କର ସାହୁ ଓ ଏପିଓ ଲିଙ୍ଗରାଜ କରକରିଆ ଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀଙ୍କ ସହ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ଓ ସ୍ଥାନୀୟ ଯୁବକ ମାନେ ବହୁ ସହଯୋଗ କରିଥିଲେ।ହଜାର ହଜାର ଜନ ସମାଗମ କୁ ଦୃଷ୍ଟିରେ ରଖି ମାଥିଲି ଥାନା ଅଧିକାରୀଣୀ ଦୀପାଞ୍ଜଳି ପ୍ରଧାନ ବ୍ୟାପକ ପୋଲିସ କର୍ମଚାରୀ ନିୟୋଜିତ କରି ଟ୍ରାଫିକ ସମସ୍ୟା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲା।

ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର