ବଡ଼ ଆକଳନ କରିଛନ୍ତି ଭାରତର ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା

ବଡ଼ ଆକଳନ କରିଛନ୍ତି ଭାରତର ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା

ବଡ଼ ଆକଳନ କରିଛନ୍ତି ଭାରତର ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ। ଭାରତ ଓ ଆମେରିକା ମଧ୍ୟରେ ଟାରିଫ ବିବାଦ ଲାଗି ରହିଥିବା ବେଳେ ନାଗେଶ୍ୱରନଙ୍କ ଘୋଷଣା ସାମ୍ନାକୁ ଆସିଛି। ଭାରତ ଉପରେ ଆମେରିକା ଲଗାଇଥିବା ୫୦% ଟାରିଫକୁ ପ୍ରାୟ ୪୦% ହ୍ରାସ କରିପାରେ ବୋଲି ନାଗେଶ୍ୱରନ କହିଛନ୍ତି। ଏବେ ଭାରତ ଓ ଆମେରିକା ବାଣିଜ୍ୟ ଡିଲ ଚୂଡ଼ାନ୍ତ କରିବାକୁ ଉଦ୍ୟମ କରୁଛନ୍ତି। ନିକଟରେ ଦୁଇ ଦେଶ ମଧ୍ୟରେ ୩ ଘଣ୍ଟାରୁ ଅଧିକ ସମୟ ଧରି ବୈଠକ ମଧ୍ୟ ହୋଇଥିଲା। ବାଣିଜ୍ୟ ଡିଲ ଚୂଡ଼ାନ୍ତ ହେବାର ଆଶା ରହିଥିବା ବେଳେ ଟାରିଫ ମଧ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି। ଏସବୁ ଭିତରେ ନାଗେଶ୍ୱରନଙ୍କ ବୟାନ ସାମ୍ନାକୁ ଆସିଛି।  ତାଙ୍କର ଆଶା ଯେ ଭାରତୀୟ ଦ୍ରବ୍ୟଗୁଡ଼ିକ ଉପରେ ଜୋରିମାନା ସ୍ୱରୂପ ଆମେରିକା ଲାଗିଥିବା ଟାରିଫକୁ ଖୁବଶୀଘ୍ର ପ୍ରତ୍ୟାହାର କରିନେବ। ସେହିପରି ଆମେରିକା ଲଗାଉଥିବା ପାରସ୍ପରିକ ଟାରିଫ ମଧ୍ୟ ଆଗାମୀ ସପ୍ତାହରେ ହ୍ରାସ ପାଇବ ବୋଲି ସେ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ନାଗେଶ୍ୱରନ କହିଛନ୍ତି ଯେ “ଅଗଷ୍ଟ ମାସରେ ୱାଶିଂଟନ ପକ୍ଷରୁ ଲଗାଯାଇଥିବା ୨୫% ଜୋରିମାନା ଟାରିଫକୁ ନଭେମ୍ବର ଶେଷ ସୁଦ୍ଧା ପ୍ରତ୍ୟାହାର କରି ନିଆଯିବ।