ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବି.ଏଡ- ଏମ.ଏଡି ବିଭାଗ ଦ୍ଵାରା ତିନିଦିନିଆ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ I
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବି.ଏଡ- ଏମ.ଏଡି ବିଭାଗ ଦ୍ଵାରା ତିନିଦିନିଆ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ I
ବାରିପଦା ୧୧/୧୨: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵିଦ୍ୟାଳୟର ଇଣ୍ଟିଗ୍ରେଟେଡ ବି.ଏଡ- ଏମ.ଏଡି ବିଭାଗଦ୍ୱାରା "ଏକବିଂଶ ଶତାବ୍ଦୀରେ ଶ୍ରେଣୀଗୃହ ବିବିଧତା ଅନୁଯାୟୀ ପୁନଃ ଓ ବର୍ଦ୍ଧିତ ଶୈକ୍ଷିକ ଦକ୍ଷତା " ବିଷୟ ଆଧାରିତ ପିଏମ୍ - ଉଷା ପ୍ରାୟୋଜିତ ଏକ ତ୍ରି- ଦିବସୀୟ ଜାତୀୟ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ ।ସମ୍ମାନିତ ଅତିଥି ରୂପେ ବିଶ୍ଵବିଦ୍ୟାଳୟର ପିଏମ୍ - ଉଷା ସଂଯୋଜକ ପ୍ରଫେସର ଇନ୍ଦ୍ରଜିତ ନାୟକ ନିଜର ଉପସ୍ଥିତି ପ୍ରଦାନ କରି ଶିକ୍ଷା ଓ ଶିକ୍ଷକ ର ମାନ ବର୍ଦ୍ଧନରେ ଦକ୍ଷତାର ଆବଶ୍ୟକତା ଉପରେ ନିଜର ମତ ପୋଷଣ କରିଥିଲେ । ଅନୁଷ୍ଠିତ ଏହି ଜାତୀୟ ଆଲୋଚନାଚକ୍ରରେ ବିଶିଷ୍ଟ ଶିକ୍ଷାବିଦ୍ ତଥା କଲିକତା ବିଶ୍ଵବିଦ୍ୟାଳୟର ଶିକ୍ଷା ବିଭାଗର ପ୍ରଫେସର ସନ୍ତୋଷି ହଲଦର୍ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ରୂପେ ଝାରଖଣ୍ଡ କେନ୍ଦ୍ରୀୟ ବିଶ୍ଵିଦ୍ୟାଳୟର ପ୍ରଫେସର ବିମଳ କିଶୋର ଯୋଗ ଦେଇ ସାଂପ୍ରତିକ ସମୟରେ ଶିକ୍ଷା ଓ ଶୈଖିକ ଦକ୍ଷତା ଓ ତାର ଉପଯୋଗିତା ସମ୍ପର୍କରେ ନିଜ ନିଜ ସୁଚିନ୍ତିତ ମତ ପ୍ରଦାନ କରିଥିଲେ ।ଉକ୍ତ ତ୍ରି - ଦିବସୀୟ କାର୍ଯ୍ୟକ୍ରମରେ ବିଷୟ ବିଶାରଦ ଭାବେ ଭୁନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତଷ୍ଠାନର ପ୍ରଫେସର ହୃଷୀକେଶ ସେନାପତି , ଫକୀରମୋହନ ବିଶ୍ବିଦ୍ୟାଳୟରୁ ପ୍ରଫେସର ଅମୂଲ୍ୟ କୁମାର ଆଚାର୍ଯ୍ୟ ଓ ଡ଼. ପ୍ରତିମା ପ୍ରଧାନ , ଡ଼. ଧନେଶ୍ଵର ବେହେରା , ଡ଼ ସଦାନନ୍ଦ ମେହେର , କଲିକତାସ୍ଥିତ ଯାଦବପୁର ବିଶ୍ଵବିଦ୍ୟାଳୟରୁ ଡ଼. ଲଳିତ ଲାଲିତାଭ ମହାକୁଡ , ଡ଼. ବିଦ୍ୟୁତ୍ ପ୍ରଭା ଦାସ ଯୋଗ ଦେଇ ବିଷୟ ଭିତ୍ତିକ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଥିଲେ । ବିଭାଗୀୟ ଶତାଧିକ ଛାତ୍ରଛାତ୍ରୀ ସହିତ ଅନେକ ଗବେଷକ ଓ ଗବେଶିକା ଏହି କାର୍ଯୟକ୍ରମରେ ଯୋଗ ଦେଇ ନିଜ ନିଜ ସନ୍ଦର୍ଭ ପାଠ କରିଥିଲେ । ସଂପୂର୍ଣ୍ଣ ଆହୋଜନକୁ ବିଭାଗୀୟ ସଂଯୋଜକ ତଥା କାର୍ଯ୍ୟକ୍ରମ ଆବାହକ ପ୍ରଫେସର ରାଜେଶ୍ କୁମାର ସିଂ , ବିଭାଗୀୟ ମୁଖ୍ୟ ତଥା ସହ ଆବାହକ ଡ଼ ଚକ୍ରଧର ନାୟକ , କାର୍ଯ୍ୟକ୍ରମର ସାଂଗଠାନିକ ସମ୍ପାଦିକା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମହାନ୍ତି , ସହ - ସଂଗଠିକା ନିଶିବିଜିତା ନାୟକ ଓ ରୋଜିନା ବେହେରା , ବିଭାଗୀୟ ଅଧ୍ୟାପକ ଗଣ ଯଥା ମୌସୁମୀ ଦତ୍ତ, ପ୍ରକାଶ ଚନ୍ଦ୍ର ଆଦି, ସୌମ୍ୟା ପ୍ରିୟଦର୍ଶିନୀ ମହାନ୍ତି , ପ୍ରଣବକାନ୍ତି ଦତ୍ତ , ସ୍ନେହାଶିଷ ମହାନ୍ତି ପ୍ରମୁଖ ନିଜର ପ୍ରତ୍ୟକ୍ଷ ଯୋଗ ଦନରେ ସମ୍ପାଦନ କରିଥିଲେ ।



