ମହିଳା ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ପୋଷଣ ମାସ ପାଳନ.

ମହିଳା ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ପୋଷଣ ମାସ ପାଳନ.

ମହିଳା ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ବାରିପଦା ତା 19/10(ପି. ଏନ. ଏସ.) ସ୍ଥାନୀୟ ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟରେ ପୋଷଣ ମାସ ପାଳିତ ହୋଇଯାଇଛି. ସରକାରୀ ମହିଳା ମହାବିଦ୍ୟାଳୟର ଗୃହବିଜ୍ଞାନ ବିଭାଗ ତରଫରୁ ପୋଷଣ ମାସ ପାଳନ ଅବସରରେ ସକାଳେ ସ୍ଥାନୀୟ ବାବୁସାହି ଅଙ୍ଗନୱାଡ଼ି କେନ୍ଦ୍ରକୁ ଅଧ୍ୟାପିକା ଓ ଛାତ୍ରୀମାନେ କୁନି କୁନି ପିଲାମାନଙ୍କୁ ବିଭିନ୍ନ ପ୍ରକାର ଯୋଗ ଓ ପ୍ରାଣାୟାମ ଶିକ୍ଷା ଦେବା ସହିତ ସ୍ଥାନୀୟ କିଶୋରୀ ଓ ଯୁବତୀ ମାନଙ୍କୁ ରକ୍ତହୀନତା ଓ ମେଦବହୁଳତା ରୋଗରୁ ନିଜକୁ କିପରି ରକ୍ଷା କରି ପାରିବେ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ. ସେହିପରି ଅପରାହ୍ନରେ ଆୟୋଜିତ ସଭାରେ ମହାବିଦ୍ୟାଳୟର ସମସ୍ତ ବିଭାଗର ଛାତ୍ରୀ ମାନଙ୍କ ମଧ୍ୟରେ ରକ୍ତହୀନତା ଓ ମେଦବହୁଳତା ରୋଗଠାରୁ ଦୂରେଇ ରହି କିପରି ନିରାମୟ ଜୀବନ ଯାପନ କରିହେବ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ. ମହାବିଦ୍ୟାଳୟର ଅଧକ୍ଷା ଡ. ସାଗରିକା ସିଂହ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ଶ୍ରୀମା ମହିଳା ମହବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଜ୍ୟୋତ୍ସ୍ନା ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ବାସ୍ଥ୍ୟ ହିଁ ସମ୍ପଦ. ଏଣୁ ଆମେ ସମସ୍ତେ ନିରୋଗ ରହିଲେ ଯାଇ ଗଠନ ମୂଳକ କାର୍ଯ୍ୟ ମାଧ୍ୟମରେ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ବୋଲି କହିଥିଲେ. ଗୃହବିଜ୍ଞାନ ବିଭାଗର ମୁଖ୍ୟ ଡ. ଦେବସ୍ମିତା ଜେନା, ଅଧ୍ୟାପିକା ସତ୍ୟବତୀ ଦାସ, ପ୍ରଭାସିନୀ ଖୁଣ୍ଟିଆ, ଶୁଭ୍ରାନ୍ତି ରେଖା ରାୟ , ଅନୁଜା ସାହୁ , ପ୍ରଶିକ୍ଷିକା ବଲମ ଦିନା ଟେଟେ ପ୍ରମୁଖ ସଭା ପରିଚାଳନା କରିଥିଲେ. କାର୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ.